Latest Odisha News

BREAKING NEWS

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ରିୟାଙ୍କର ଜୁଡିସିଆଲ୍ କଷ୍ଟଡି ଆଜି ସରୁଛି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଯାଇଥିଲା, ଯାହାର ଅବଧି ମଙ୍ଗଳବାର ଦିନ ସରୁଛି ।

ରିୟାଙ୍କୁ ମୁମ୍ବାଇ ସ୍ଥିତ ଭାୟଖଲା ଜେଲ୍‌ରେ ରଖାଯାଇଛି । ସୂଚନାନୁଯାୟୀ ରିୟାଙ୍କ ଜାମିନ ପାଇଁ ଦୁଇ ଦୁଇ ଥର ଆବେଦନ କରାଯାଇଥିଲେ ମଧ୍ୟ ତାହାକୁ କୋର୍ଟ ଖାରଜ କରିଥିଲେ ।

ଆଜି ଯଦି ରିୟା କୋର୍ଟରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାହେଲେ ତାଙ୍କୁ ୧୦ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହେବ ବୋଲି ସୁତ୍ରରୁ ପ୍ରକାଶ ।

ସେହିପରି ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଏହି ସପ୍ତାହରେ ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରିତ ସିଂହ, ଶ୍ରଦ୍ଧା କପୁର ଓ ଡିଜାଇନର ସିମୋନଙ୍କୁ ପଚରାଉଚରା ପାଇଁ ସମନ କରିପାରେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.