Latest Odisha News

BREAKING NEWS

EMI ସୁଝିବାକୁ SBI ଦେଲା ୨ ବର୍ଷ ରିହାତି

ନୂଆଦିଲ୍ଲୀ: ଆପଣ ଷ୍ଟେଟ ବ୍ୟାଙ୍କରୁ ଗୃହ ଋଣ ଆଣିଛନ୍ତି କି । ଆପଣଙ୍କ ଦରମା କାଟ ହେଉଛି । ଲକଡଉନ୍‌ରେ ଆପଣଙ୍କ ବ୍ୟସାୟ ପ୍ରଭାବିତ ହୋଇଛି କି? ଯଦି ହଁ ତା’ହେଲେ ଏସ୍‌ବିଆଇ ଆପଣଙ୍କ ପାଇଁ ଆଣିଛି ଖୁସି ଖବର । ଭାରତୀୟ ଷ୍ଟେଟ ବ୍ୟାଙ୍କ ତଥା ଏସ୍‌ବିଆଇରୁ ଗୃହ ରୁଣ କିମ୍ବା ଅନ୍ୟାନ୍ୟ ରୁଣ ନେଇଥିବା ଗ୍ରାହକ ସେମାନଙ୍କ ଇଏମଆଇ ପରିଷୋଧ ପାଇଁ ଏଣିକି ଅତିରିକ୍ତ ୨ ବର୍ଷ ସମୟ ପାଇବେ । କରୋନା ମହାମାରୀ ଦ୍ୱାରା ରୋଜଗାର ପ୍ରଭାବିତ ହୋଇଥିଲେ ଏହି ରିହାତି ପାଇପାରିବେ ଏସବିଆଇ ଉପଭୋକ୍ତା । ଏଥିପାଇଁ ୨୪ ମାସର ମୋରାଟରିୟମ ଦିଆଯାଇଛି, ଅର୍ଥାତ ରୁଣ ପରିଷୋଧର ସମୟ ସୀମାକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇଛି ।

ତେଣୁ ଆପଣ ନେଇଥିବା ରୁଣର ପରିଷୋଧ ଅବଧି ଯାହା ଥିବ, ଏଥିରେ ଆଉ ଦୁଇବର୍ଷ ସମୟ କୋହଳ କରାଯିବ । ଯଦି ମାର୍ଚ୍ଚ ୧ ପୂର୍ବରୁ ଆପଣ ରୁଣ କରିଥିବେ ଏବଂ ୫ ବର୍ଷ ଭିତରେ ଆପଣଙ୍କୁ ଏହି ରୁଣ ସୁଝିବାର ଥିବ ତେବେ ଆପଣ ଚାହିଁଲେ ଏହାକୁ ୭ବର୍ଷରେ ଶୁଝି ପାରିବେ ।

କିନ୍ତୁ ଏଥିପାଇଁ ବ୍ୟାଙ୍କ ଆପଣଙ୍କଠାରୁ ବାର୍ଷିକ ୩୫ ବେସିସ ପଏଂଟ ଅର୍ଥାତ ୦.୩୫% ଅତିରିକ୍ତ ସୁଧ ଆଦାୟ କରିବ । ଏହି ସେବା ନେବା ପାଇଁ ଆପଣଙ୍କୁ ଚାକିରି ହରାଇଥିବା କିମ୍ବା ଦରମା କାଟ ହେଉଥିବା ନେଇ ଯଥେଷ୍ଟ ପ୍ରମାଣ ରୁଣ କରିଥିବା ବ୍ୟଙ୍କ ନିକଟରେ ଦାଖଲ କରିବାକୁ ପଡିବ ।

Leave A Reply

Your email address will not be published.