Latest Odisha News

BREAKING NEWS

ଭାରତ ପରେ ପାକିସ୍ତାନରେ ବି ବ୍ୟାନ ହୋଇପାରେ ଟିକଟକ୍‌

ଲାହୋର : ପାକିସ୍ତାନରେ ବ୍ୟାନ ହୋଇପାରେ ଟିକ୍‌ଟକ୍ । ଲାହୋର ହାଇକୋର୍ଟରେ ମୋବାଇଲ ଆପରୁ ଏହାକୁ ହଟାଇବା ପାଇଁ ଆବେଦନ ହୋଇଛି ।

ଜଣେ ସାଧାରଣ ନାଗରିକ କରିଥିବା ଏହି ଆବେଦନର ଶୁଣାଣି କେବେ ହେବ ସେ ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ । ଟିକଟକ୍ ଯୋଗୁଁ ପାକିସ୍ତାନରେ ପ୍ରାୟ ୧୦ ଜଣଙ୍କର ମୃତ୍ୟ ହୋଇଥିବା ଏଥିରେ ଦର୍ଶାଯାଇଛି ।

ଏହା ବ୍ୟତୀତ ଏହି ଟିକଟକ୍ ଭିଡିଓ ଜରିଆରେ ଅନେକ ଅଶ୍ଲୀଳତା ପ୍ରଦର୍ଶନ ହେଉଥିବା ଏଥିରେ ଦର୍ଶାଯାଇଛି । ଏହି କାରଣରୁ ବାଂଲାଦେଶ ଓ ମାଲେସିଆରେ ଏହାକୁ ବ୍ୟାନ କରାଯାଇଛି ।

ଭାରତରେ ମଧ୍ୟ ଚାଇନିଜ ଆପ୍ ଟିକଟକ୍ ବ୍ୟାନ କରାଯାଇଛି ।

Leave A Reply

Your email address will not be published.