Latest Odisha News

BREAKING NEWS

ସୁଶାନ୍ତଙ୍କ ବନ୍ଧୁ ଗଣେଶଙ୍କୁ ମିଳିଲା ଦୁବାଇରୁ ଧମକ

ମୁମ୍ବାଇ: ଜାରି ରହିଛି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟର ତଦନ୍ତ । ଏହି ମାମଲାରେ ବିଭିନ୍ନ ଦିଗରେ ଅନେକ ଲୋକଙ୍କୁ ପଚରାଉଚରା ସରିଲାଣି । ତେବେ ନିକଟରେ ସୁଶାନ୍ତଙ୍କ ସାଙ୍ଗ ଗଣେଶ ହିୱାରକର ଏକ ଚାଂଚଲ୍ୟକର ବୟାନ ରଖିଛନ୍ତି । ତାଙ୍କୁ ଫୋନ୍ କଲ୍ ଜରିଆରେ ଦୁବାଇରୁ ଧମକ ମିଳିଥିବା ନେଇ ସେ ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି ।

ଗଣେଶଙ୍କ ଅନୁଯାୟୀ ସୁଶାନ୍ତଙ୍କୁ ସେ ପୂର୍ବରୁ ଆତ୍ମହତ୍ୟା ନ କରିବାକୁ କହିଥିଲେ । ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ଦେବା ପାଇଁ ଗଣେଶ ସ୍ୱର ଉଠାଇଥିଲେ । ତାଙ୍କୁ ଦୁବାଇରୁ ଧମକ ମିଳିଥିବା ନେଇ ଖୋଦ ଗଣେଶ ସୋସିଆଲ୍ ମିଡିଆରେ ଜଣାଇଛନ୍ତି । ଏହି ଟୁଇଟ୍‌ରେ ସେ ଏପରି ବି ଲେଖିଛନ୍ତି ଯେ, ପ୍ରତି ୭ଘଣ୍ଟାରେ ସେ କୁଆଡେ ସ୍ଥାନ ପରିବର୍ତ୍ତନ କରୁଛନ୍ତି ।

ତେବେ ଗଣେଶଙ୍କ ଦୁବାଇରୁ ଧମକ ମିଳିଥିବା ନେଇ କୌଣସି ଅଫିସିଆଲ୍ ରିପୋର୍ଟ ପୋଲିସ ନିକଟରେ ହସ୍ତଗତ ହୋଇନାହିଁ । ଏ ନେଇ ଯାଂଚ ଚାଲିଛି କି ନା, ସେ ନେଇ ମଧ୍ୟ କୌଣସି ଖୋଜ ଖବର ନାହିଁ । ଏପରି ସ୍ଥିତିରେ ଗଣେଶଙ୍କୁ ପ୍ରକୃତରେ ଧମକ ମିଳିଛି, ନା ସେ ମିଡିଆର ଲାଇମ୍ ଲାଇଟରେ ରହିବାକୁ ଏପରି କରିଛନ୍ତି । ତାହା ଆଗକୁ ଜଣାପଡିବ ।

Leave A Reply

Your email address will not be published.