Latest Odisha News

BREAKING NEWS

ପୁଣି ହ୍ରିତିକ୍ ଓ ଆଦିତ୍ୟଙ୍କୁ ଟାର୍ଗେଟ୍ କଲେ କଙ୍ଗନା !

ମୁମ୍ବାଇ: କଙ୍ଗନା ରଣାୱତଙ୍କୁ ବଲିଉଡର ଅନ୍ୟ ଏକ ବିବାଦୀୟ ଅଭିନେତ୍ରୀ କହିଲେ କିଛି ଭୁଲ ହେବନି । ଚଳିତବର୍ଷ ଅନେକ ମାମଲାରେ ତାଙ୍କ ନାଁ ସାମ୍ନାକୁ ଆସିଛି । ହେଲେ ସବୁଥର ସେ ପଥର ଭଳି ସମସ୍ତ ବାଦବିବାଦ ଓ ପ୍ରତିବାଦକୁ ସାମ୍ନା କରିଆସିଛନ୍ତି । ସମଗ୍ର ବିଶ୍ୱ ସାମ୍ନାରେ ସେ ନିଜ କଥା ରଖିବାକୁ କେବେ ହେଲେ କୁଣ୍ଠାବୋଧ କରିନଥାନ୍ତି । ତେବେ ନିକଟରେ ତାଙ୍କର ଏକ ଟୁଇଟ୍‌ରେ ପୁଣିଥରେ ଆଦିତ୍ୟ ପାଂଚୋଲି ଓ ହ୍ରିତିକ ରୋଶନଙ୍କ ନାଁ ସାମ୍ନାକୁ ଆସିଛି ।

ଗତକାଲି ମୁମ୍ବାଇର ମେୟର କିଶୋରୀ ପେଡନେକର କଙ୍ଗନା ରଣାୱତଙ୍କୁ ସମାଲୋଚନା କରିଥିଲେ । ଏପରିକି ସେ କଙ୍ଗନାଙ୍କୁ ଶସ୍ତା ଲୋକ କହିବାକୁ ବି ପଛାଇନଥିଲେ । ଏହାର ଜବାବ ଦେବାକୁ ଯାଇ କଙ୍ଗନାଙ୍କ ଟିମ୍ ହ୍ରିତିକ୍ ଓ ଆଦିତ୍ୟଙ୍କୁ ଟାର୍ଗେଟ୍ କରିଥିଲେ ।

ଏହି ଟୁଇଟ୍‌ରେ କଙ୍ଗନାଙ୍କ ଅନୁଯାୟୀ, “ବିଗତ କିଛି ମାସ ମଧ୍ୟରେ ମହାରାଷ୍ଟ୍ର୍‌ରେ କଙ୍ଗନାଙ୍କ ବିରୋଧରେ ଅନେକ ପରିମାଣରେ ମାମଲା, ଗାଳି ଓ ଅପମାନଜନକ ଘଟଣା ସାମ୍ନାକୁ ଆସିଛି । ଏମିତି ସ୍ଥିତିରେ ବଲିଉଡ ମାଫିଆ, ହ୍ରିତିକ ରୋଶନ ଓ ଆଦିତ୍ୟ ପାଂଚୋଲି ଦୟାଳୁ ଆତ୍ମା ବୋଲି ପ୍ରତୀୟମାନ ହେଉଛି ” ତାଜା ସ୍ଥିତିରେ କଙ୍ଗନା ଫିଲ୍ମ ଥଲାଇଭିର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.