Latest Odisha News

ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି: ରୂପକୁମାର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୨ ବର୍ଷରୁ ଅଧିକ ସମୟ ହୋଇଗଲାଣି । ଏହି ଘଟଣା ଦବି ଆସୁଥିବା ବେଳେ ଆଜି ପୁଣି ଜଣଙ୍କ ବୟାନ ଏହାକୁ ପୁନର୍ବାର ଆଲୋଚ୍ୟ ବିଷୟ କରିଦେଇଛି । ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରି ନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଷ୍ଟର୍ମଟମ ବେଳେ ସାମିଲ ଷ୍ଟାଫ ରୂପକୁମାର ଶାହ କହିଛନ୍ତି । କୁପର ଡାକ୍ତରଖାନାରେ ସୁଶାନ୍ତଙ୍କୁ ଯେତେବେଳେ ଅଣାଗଲା ସମସ୍ତେ ଭଲ ଭାବେ ଜାଣି ସାରିଥିଲେ ଏହା ହତ୍ୟା ଘଟଣା । ତାଙ୍କ ଶରୀର ବିଶେଷ କରି ବେକରେ ବି ୨/୩ଟି ବଡ କ୍ଷତ ଚିହ୍ନ ଥିଲା । ସେହିଦିନ ଆମ ପାଖକୁ ୫ଟି ଶବ ଆସିଥିଲା । ଏହା ମଧ୍ୟରେ ଜଣେ ଭିଆଇପିଙ୍କ ଶବ ମଧ୍ୟ ଥିଲା । ସୁଶାନ୍ତ ସେହି ଭିଆଇପି ବୋଲି ଆମେ ପରେ ଜାଣିବାକୁ ପାଇଥିଲୁ ।

BjdElectrycity

ସୁଶାନ୍ତଙ୍କ ଶରୀର ଦେଖିବା ପରେ ମୁଁ ମୋ ସିନିୟରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ସେ କହିଥିଲେ, ଯେତେ ଶୀଘ୍ର ହେଉଛି ଫଟୋ ଉଠାଅ ଓ ଶବ ପୋଲିସଙ୍କୁ ହସ୍ତାନ୍ତର କରିଦିଅ । ରାତିରେ ତରବରିଆ ଭାବେ ଏହି ପୋଷ୍ଟମର୍ଟମ କରାଯାଇଥିଲା ବୋଲି ସେ କହିଛନ୍ତି । ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ତ୍ରୁଟି ରହିଛି ବୋଲି ଏମ୍ସର ଜଣେ ସିନିୟର ଡାକ୍ତର ପୂର୍ବରୁ ମତ ଦେଇ ସାରିଛନ୍ତି ।

Leave A Reply

Your email address will not be published.