Latest Odisha News

BREAKING NEWS

ଏକ୍ସପ୍ରେସ ଟ୍ରେନକୁ ବିସ୍ଫୋରକ କିଏ ଆଣିଥିଲା ! ସିସିଟିଭି ଖୋଲିବ ରହସ୍ୟ

ଭୁବନେଶ୍ୱର:ଏକ୍ସପ୍ରେସ ଟ୍ରେନରେ ବିସ୍ଫୋରକ ସାମଗ୍ରୀ ।  କିଏ ଆଣିଥିଲା, କେଉଁଠୁ ଉଠିଥିଲା ଓ  କାହିଁକି ଆସିଥିଲା ଜଣାପଡିନି । ଯିଏ ବି ଆଣୁ ହେଲେ ଏହି ବିସ୍ଫୋରକକୁ ଟ୍ରେନରେ ଛାଡି ପଳାଇ ଯାଇଛି । ସକାଳୁ ସକାଳୁ ସୁରକ୍ଷା କର୍ମୀମାନେ ଏହାକୁ ଦେଖିବା ପରେ ସାରା ଭୁବନେଶ୍ୱର ଷ୍ଟେସନରେ ହଇଚଇ ସୃଷ୍ଟି ହୋଇ ଯାଇଥିଲା ।

ମୁମ୍ବାଇରୁ ଭୁବନେଶ୍ୱର ଆସିଥିବା କୋଣାର୍କ ଏକ୍ସପ୍ରେସ ଟ୍ରେନ ବୁଧବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲା । ୨ ନମ୍ବର ପ୍ଲାଟଫର୍ମରେ ଗାଡି ଲାଗିଥିଲା । ଭୋର ପ୍ରାୟ ୩ଟା ବେଳେ ସଫେଇ କର୍ମଚାରୀ ବଗି ସଫା କରିବାକୁ ଆସିଥିଲେ । ଏକ ଜେନେରାଲ ବଗିରେ ସଫେଇ କର୍ମଚାରୀମାନେ ଦେଖିଲେ କିଛି ବହି ରହିଛି । ଏଥିରୁ କିଛି ଶବ୍ଦ ବାହାରିବ ସହ ଧୁଆଁ ବି ବାହାରିଥିଲା ।ସେମାନେ ଏ ନେଇ ଜିଆରପି ପୋଲିସକୁ ଜଣାଇଥିଲେ ।

ଜିଆରପି ଖବର ପାଇବା ପରେ ବମ ସ୍କ୍ୱାର୍ଡ ଟିମ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚିଥିଲା । ବମ ସ୍କ୍ୱାର୍ଡ ଟିମ  ଦେଖିବା ପରେ ଏହା ବିସ୍ଫୋରକ ବୋଲି ଜଣାପଡି ଥିଲା । ଏହାକୁ  ନଦୀ ପଠାକୁ ନିଆଯାଇ ନିଷ୍କ୍ରିୟ କରାଯାଇଥିଲା।। ଏ ନେଇ ଭୁବନେଶ୍ୱର RPF ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ  ୮ଟି ରେଡ ପାରାଚ୍ୟୁଟ୍ ସିଗନାଲ, ୧୫ଟି ରକେଟ ପାରାଚ୍ୟୁଟ ଫାୟାର ଜବତ କରିଚି। କିଏ ଏବଂ କେଉଁଠାରୁ ଟ୍ରେନକୁ ଉଠିଥିଲା  ସିସିଟିଭି ଦେଖି ତାହାର ଯାଞ୍ଚ କରୁଛି ।

 

Leave A Reply

Your email address will not be published.