Latest Odisha News

ବିବାହ କଲେ ବିବାଦୀୟ ବଲିଉଡ ଅଭିନେତ୍ରୀ ସ୍ୱରା

ମୁମ୍ବାଇ: ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ସମାଜବାଦୀ ୟୁଥ ୱିଙ୍ଗର ମହାରାଷ୍ଟ୍ର ପ୍ରଦେଶ ଅଧ୍ୟକ୍ଷ ଫହାଦ ଅହମ୍ମଦଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ଜାନୁୟାରୀ ୬ରେ ସେ ବିବାହ କରିଥିଲେ ମଧ୍ୟ ଆଜି ସୋସିଆଲ ମିଡିଆ ମାଧ୍ୟମରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । କିଛି ଦିନ ତଳେ ସ୍ୱରା ଜଣେ ଯୁବକଙ୍କ ସହ ଏକ ଅନ୍ତରଙ୍ଗ ମୂହର୍ତର ଫଟୋ ଶେୟାର କରିଥିଲେ । ଏହାର ତଳେ ଲେଖିଥିଲେ ହୋ ସକତା ହେ ୟେ ପ୍ୟାର ହେ । ବିବାହ ପରେ ଏହି ରହସ୍ୟମୟ ଯୁବକଜଣଙ୍କ ଫହାଦ ବୋଲି ଜଣାପଡିଛି । ଫେବୃୟାରୀ ୨ରେ ସ୍ୱରା ତାଙ୍କ ପ୍ରିୟ ବନ୍ଧୁଙ୍କ ଜନ୍ମ ଦିବସରେ ତୁମ ବୟସ ହୋଇଗଲାଣି ବିବାହ କରିବା ପାଇଁ ପରାମର୍ଶ ଦେଇଥିଲେ ।

୨୦୧୯ରେ ସ୍ୱରା ଏବଂ ହିଂମାଶୁ ଶର୍ମାଙ୍କ ସମ୍ପର୍କ ଚର୍ଚ୍ଚାରେ ରହିଥିଲା । ପରେ ଉଭୟଙ୍କ ବ୍ରେକଅପ ହୋଇଥିଲା । ସ୍ୱରା ଫିଲ୍ମରେ ଅଭିନୟ ନେଇ ଯେତିକି ଚର୍ଚ୍ଚିତ ନୁହନ୍ତି ତାଠାରୁ ଅଧିକ ରାଜନୈତିକ ବିବାଦ ନେଇ ରୁହନ୍ତି । ସେ ତନୁ ୱେଡସ ମନୁ, ରାଂଝାଣ ଓ ବୀର ଦି ୱେଡିଂ ପରି ଫିଲ୍ମରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.