Latest Odisha News

BREAKING NEWS

ଗୁଣୁପୁରରେ ସୁରମଣୀ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି

ରାୟଗଡ଼ା: ଓଡିଶୀ ସଂଗୀତ ଜଗତର ମଉଡମଣୀ ତଥା ବିଶ୍ୱରେ ଓଡିଶୀ ସଂଗୀତ ଏବଂ ଓଡିଶୀ ନୃତ୍ୟକୁ ପରିଚୟ ଦେଇଥିବା ସୁରମଣୀଙ୍କ ଜନ୍ମ ଗୁଣୁପୁରରେ ହୋଇଛି। ହେଲେ ଗୁଣୁପୁରରେ ଏଯାଏଁ ରାଜ୍ୟ ସରକାର ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିନାହାଁନ୍ତି। ଯେଉଁଥିପାଇଁ ତାଙ୍କ ପରିବାର ତଥା ଗୁଣୁପୁର ସହରର ବୁଦ୍ଧିଜୀବୀମାନେ ତୀବ୍ର ଦୁଃଖ ପ୍ରକାଶ କରିଛନ୍ତି।

ଓଡିଶୀ ନୃତ୍ୟୁ ଏବଂ ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦକୁ ସଂସ୍କୃତ ଭାଷାରେ ଗାଇ ସାରା ବିଶ୍ୱରେ ଲୋକପ୍ରିୟ କରିଥିବା ପ୍ରଥମ ଓଡ଼ିଆ ଭାବେ ପରିଚିତ ଥିଲେ ସୁରମଣୀ ରଘୁନାଥ। ଓଡିଶୀ ଚମ୍ପୁ ଏବଂ ଚାନ୍ଦରେ ସେ ଥିଲେ ପ୍ରବୀଣ ଓଡ଼ିଆ ଗୀତ ଭଜନ ସହ ତେଲୁଗୁ, ତାମିଲ, କର୍ଣ୍ଣାଟକୀ, ବେଙ୍ଗଲୀ ଭାଷା ସହ ହିନ୍ଦୀରେ ସେ ଥିଲେ ଅଦ୍ୱତୀୟ ଗାୟକ। ତେଣୁ ଯଥା ସମ୍ଭବ ଗୁଣୁପୁରରେ ତାଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନା କରିବା ପାଇଁ ସୁରମଣୀଙ୍କ ସାନ ଭାଇ ଲୋକନାଥ ପାଣିଗ୍ରାହୀ ଏବଂ ଭଣଜା ପ୍ରମୋଦ କୁମାର ସାହୁ ରାଜ୍ୟ ସରକାରଙ୍କଠାରେ ଦାବି ଦୋହରାଇଛନ୍ତି।

ରାଜ୍ୟ ସଂସ୍କୃତି ବିଭାଗ ତରଫରୁ କୋଡିଏ ଲକ୍ଷ ଟଙ୍କା ରାୟଗଡା ଜିଲ୍ଲାପାଳଙ୍କ ନିକଟକୁ ଆସିଥିବା ବେଳେ ସ୍ଥାନ ଚିହ୍ନଟ କରିବା ପାଇଁ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ଜାଗା ଚିହ୍ନଟ ହୋଇଛି ହେଲେ ଏ ଯାଏଁ ପଦ୍ମଶ୍ରୀ ସୁରମଣୀ ରଘୁନାଥ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ନହେବା ନେଇଁ ବରିଷ୍ଠ ସାମାଜିକ କର୍ମୀ ତଥା ତାଙ୍କ ଭଣଜା ପ୍ରମୋଦ କୁମାର ସାହୁ ଦୁଃଖ ପ୍ରକାଶ କରିଛନ୍ତି।

ବିଗତ ବର୍ଷ ତ୍ରିରଙ୍ଗା ଯାତ୍ରା ସମୟରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂଯ୍ୟବଂଶୀ ସୁରଜ ଗୁଣୁପୁର ଉପଜିଲ୍ଲାପାଳ ଅଭିଷେକ ଦିଲଲିପ ଦୁଧାଲଙ୍କୁ ଜାଗା ଚିହ୍ନଟ ସହ ଖୁବଶୀଘ୍ର ସୁରମଣୀଙ୍କ ପ୍ରତିମୂର୍ତ୍ତ ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ବାବଦରେ ଟଙ୍କା ରାୟଗଡା ଜିଲ୍ଲା ସଂସ୍କୃତି ବିଭାଗରେ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ ସୂଚନା ଦେଇଛନ୍ତି, କିନ୍ତୁ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେବ ରାଜ୍ୟ ସଂସ୍କୃତି ବିଭାଗରୁ ଏ ଯାଏଁ କୌଣସି ସୂଚନା ଆସି ନଥିବା ଜଣାଇଛନ୍ତି। ଖୁବଶୀଘ୍ର ଏକ ପୂର୍ବ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ଗୁଣୁପୁର କଲେକ ଛକରେ ଏହା କରିବା ଚିହ୍ନଟ ହୋଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଜଣାଇଛନ୍ତି।

 

Comments are closed.