Latest Odisha News

BREAKING NEWS

ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର:  ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ସକାଳେ ବିଏମସି ମେୟର  ସୁଲୋଚନା ଦାସଙ୍କ  ସରକାରୀ ବାସଭବନରେ  ଆଲୋଚନା ପରେ  ସଫେଇ କର୍ମଚାରୀମାନେ ସେମାନଙ୍କ ଆନ୍ଦୋଳନରୁ ଓହରିଛନ୍ତି ।

ହେଲେ ଦୁଇ  ଭିତରେ  ଦାବି  ପୂରଣ  ନହେଲେ  ପୁଣି  ଥରେ  ଆନ୍ଦୋଳନକୁ ଓହ୍ଲାଇବାକୁ ସଫେଇ କର୍ମଚାରୀ ସଂଘ ଚେତାବନୀ ଦେଇଛି ।

ଅଳିଆକୁ ପୃଥକ୍ ନକରିବା ଓ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କା  ଦାବିରେ ସଫେଇ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା । ବର୍ତ୍ତମାନ ସଫେଇ କର୍ମଚାରୀମାନେ ମାସକୁ ୯ ହଜାର ଟଙ୍କା ଦରମା ପାଉଛନ୍ତି । ସୋମବାର ଠାରୁ  ସଫେଇ କର୍ମଚାରୀମାନେ ଆନ୍ଦୋଳନ କରୁଥିଲେ । ଫଳରେ ଭୁବନେଶ୍ୱର ମହାନଗର ନିଗମର ୫୩ଟି ୱାର୍ଡରେ ସଫେଇ କାମ ବନ୍ଦ ରଖିଥିଲା ।

ଆଜିଠୁ ପୁଣି ଥରେ  ସଫେଇ କର୍ମଚାରୀମାନେ ତାଙ୍କ କାମ ଆରମ୍ଭ କରିବେ ।

 

Leave A Reply

Your email address will not be published.