Latest Odisha News

BREAKING NEWS

ଆଇସକ୍ରିମ କାଠିରେ ବିଶ୍ୱକପ୍ ଟ୍ରଫି, ଅଭିନବ ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଲେ ଚିତ୍ରକର ମନୋଜ

କଟକ: ଆଇସକ୍ରିମ କାଠିରେ ବିଶ୍ୱକପ୍ ଟ୍ରଫି। ଅଭିନବ ଢ଼ଙ୍ଗରେ ବିଶ୍ୱକପ୍ ଟ୍ରଫି ପ୍ରସ୍ତୁତ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ କଟକର ଚିତ୍ରକର ମନୋଜ ସାହୁ। ଭାରତ ଓ ପାକିସ୍ଥାନ ମଧ୍ୟରେ ହେବାକୁ ଥିବା ମୁକାବିଲାକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଭିନ୍ନ ଭିନ୍ନ ଢ଼ଙ୍ଗରେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହି ମଧ୍ୟରେ ଚିତ୍ରକର ମନୋଜଙ୍କ କଳାକୃତିକୁ ସମସ୍ତେ ବେଶ୍ ପ୍ରଶଂସା କରିଛନ୍ତି।

କଟକର ସିଡ଼ିଏ ସେକ୍ଟର-୭ରେ ରହୁଥିବା ରାମଚନ୍ଦ୍ର ସାହୁ ଓ ପ୍ରମିଳା ସାହୁଙ୍କ ପୁଅ ମନୋଜ ସାହୁ। ପେସାରେ ଜଣେ ସ୍କୁଲ ଶିକ୍ଷକ ହେଲେ ବି ନିଶା ତାଙ୍କ ଚିତ୍ର ଆଙ୍କିବା। ବିଶ୍ୱକପ୍ ଟ୍ରଫି ପ୍ରସ୍ତୁତିରେ ୬୦ଟି ଆଇସକ୍ରିମ କାଠି ବ୍ୟବହାର ହୋଇଛି ବୋଲି ସେ କହିଛନ୍ତି।

ପୂର୍ବରୁ ସାବୁନ, ଗୁଆ, ଶୁଖିଲା ପତ୍ର, ବିଭିନ୍ନ ପ୍ରକାରର ଡ଼ାଲି ଭଳି ସାମଗ୍ରୀକୁ ବ୍ୟବହାର କରି ସେ ନିଆରା ଢ଼ଙ୍ଗରେ ଚିତ୍ର ସୃଷ୍ଟି କରି ସାରିଛନ୍ତିି। ଏବେ ଆଇସକ୍ରିମ କାଠିରେ କ୍ରିକେଟ୍ ବିଶ୍ୱକପ୍ ଟ୍ରଫି ପ୍ରସ୍ତୁତ କରି ସେ ଚର୍ଚ୍ଚାକୁ ଆସିଛନ୍ତି। ଆଗାମୀ ଦିନରେ ଏହି ଚିତ୍ର କଳା ସମ୍ପର୍କରେ ସେ ଛୋଟ ପିଲାଙ୍କୁ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.