Latest Odisha News

BREAKING NEWS

ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଆପଣାଇବେ ହିନ୍ଦୁ ଧର୍ମ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକୋର୍ଣ୍ଣୋଙ୍କ ଝିଅ ସୁକମାବତୀ ସୁକର୍ଣ୍ଣୋପୁତ୍ରି ହିନ୍ଦୁ ଧର୍ମ ଆପଣାଇବେ । ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ସେ ଇସଲାମ ଧର୍ମ ଛାଡିବେ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ସୁକମାବତୀ ଏକ କବିତା ଲେଖି ସୋସିଆଲ ସାଇଟରେ ଶେୟାର କରିଥିଲେ । ସେ ଇସଲାମ ଧର୍ମକୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ ଆସିଥିଲେ । ବିବାଦ ବଢ଼ିବାରୁ ସେ ଏଥିନେଇ କ୍ଷମା ପ୍ରାର୍ଥନା କରିଥିଲେ । ଏହା ପରେ ବି ତାଙ୍କୁ ସମାଲୋଚନା କରାଯାଉଥିବାରୁ ସେ ଅସନ୍ତୁଷ୍ଟ ହୋଇ ହିନ୍ଦୁ ଧର୍ମ ଆପଣାଇବା ନିଷ୍ପତି ନେଇଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଓଡିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଫରାସୀ ସେନାଙ୍କ କବଳରୁ ସ୍ୱାଧୀନତା ସଂଗ୍ରାମୀ ସୁକର୍ଣ୍ଣୋ, ମହମ୍ମଦ ହାତା ଓ ସୁତାନ ସାହିରିିରଙ୍କୁ ବଂଚାଇ ଦିଲ୍ଲୀ ନେଇ ଆସିଥିଲେ ।

Leave A Reply

Your email address will not be published.