Latest Odisha News
Browsing Tag

Balangir

ବଲାଙ୍ଗିରରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ମୁରିବାହାଲ ଅଞ୍ଚଳରେ ଶନିବାର ଦିନ ମଧ୍ୟାହ୍ନ ଭୋଜନ ଖାଇ ଏକ ସରକାରୀ ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ସରକାରୀ ପ୍ରୋଜେକ୍ଟ ୟୁପି ସ୍କୁଲର ୩୦ରୁ…

ନୂଆଖାଇ ପାଇଁ ବାହାରିଲା ଶୁଭ ଲଗ୍ନ

ବଲାଙ୍ଗୀର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଚଳିତ ଥର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ ଭିତରେ ନବାନ୍ନ ଲାଗି ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିରେ…

ଗୁଣି ଗାରେଡିର କରୁଣ ପରିଣତି; ଯୁବତୀଙ୍କ ମୁଣ୍ଡରୁ ବାହାରିଲା ଆଉ ୭ଟି ଛୁଞ୍ଚି

ସମ୍ବଲପୁର: ଗୁଣି ଗାରେଡିର କରୁଣ ପରିଣତି।ଡାକ୍ତରମାନେ ଅସ୍ତ୍ରୋପଚାର କରି ଯୁବତୀଙ୍କ ମୁଣ୍ଡରୁ ଆଉ ୭ଟି ଛୁଞ୍ଚି ବାହାର କରିଛନ୍ତି। ଗତକାଲି ତାଙ୍କ ମୁଣ୍ଡରୁ ୭୦ଟି ଛୁଞ୍ଚି ବାହାର କରାଯାଇଥିଲା। ବୁର୍ଲା ଭୀମସାରେ ୧୦ ଜଣିଆ ଡାକ୍ତରୀ ଟିମ୍ ପକ୍ଷରୁ ଏହି ଅସ୍ତ୍ରୋପଚାର କରାଯାଇଛି। ତେବେ ଏହି…

ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବର୍ଷା ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ। ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ଅଛି। ଗତ ବର୍ଷ ଏହି ସମୟ ସୁଦ୍ଧା ୨୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୩୮୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସର୍ବାଧିକ…

୧୬ ଟଙ୍କାର ବ୍ୟାଗ୍ ପାଇଁ ଭରିବେ ୩୩ ହଜାର ଟଙ୍କାର ଜୋରିମାନା

ବଲାଙ୍ଗୀର: ବାଲାଙ୍ଗୀରର‌େ ଜଣେ ଗ୍ରାହକଙ୍କ ଠାରୁ ବ୍ୟାଗ ପାଇଁ ୧୬ ଟଙ୍କା ଆଦାୟ ଅଭିଯୋଗରେ ଏକ ସପିଂ ମଲ ଉପରେ ୩୩ ହଜାର ଟଙ୍କା ଜୋରିମାନା କରାଯାଇଛି। ସୂଚନାନୁସାରେ, ମଲ୍‌ରେ କିଛି ଜିନିଷ କିଣିବା ପରେ ଗ୍ରାହକଙ୍କୁ ବ୍ୟାଗ ପାଇଁ ୧୬ ଟଙ୍କା ଚାର୍ଜ କରିଥିଲା ଏହି ସପିଂ ମଲ୍। ଏହି ଘଟଣାରେ…

୩୧ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍ ପୁଷ୍ପାଙ୍ଗିନୀ ଜୋଶୀ । ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପୁଷ୍ପାଙ୍ଗିନୀଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି । ସୂଚନା ଅନୁସାରେ, ଜଣେ ପ୍ରଧାନଶିକ୍ଷକ ତଥା ପୂର୍ବତନ…

ହେଲମେଟ୍ ପିନ୍ଧି ରୋଗୀଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର

ବଲାଙ୍ଗିର: ଗାଡ଼ି ଚଲାଉ ନାହାନ୍ତି ବରଂ ଡାକ୍ତର ରୋଗୀ ଦେଖୁଛନ୍ତି, ହେଲମେଟ୍ ପିନ୍ଧି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଣ୍ଡମୁଦ ସ୍ୱାସ୍ଥ୍ୟକେନ୍ଦ୍ରରେ । ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ହେଲମେଟ୍ ପିନ୍ଧି ରୋଗୀ ଦେଖିବାକୁ ବାଧ୍ୟ ହେଉଛନ୍ତି ଡାକ୍ତର…

ରାଜପରିବାର ବିରୋଧରେ ଯୌତୁକ ଅଭିଯୋଗ ଆଣିଲେ ବୋହୂ ଅଦ୍ରିଜା  

ବଲାଙ୍ଗିର : ରାଜପରିବାର ବିରୋଧରେ ସାଂଘାତିକ ଅଭିଯୋଗ । ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜପରିବାରର ବୋହୂ । ବଲାଙ୍ଗୀରର ରାଜପରିବାର ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ତାଙ୍କ…

ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା ରାଶି, ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ

ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା ଓ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏହି ମାମଲାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଗକୁ ଆସିଛି। ଦିବଂଗତ ମମିତା ମେହରଙ୍କ ପରିବାରକୁ…

କୁକୁଡ଼ା ଚୋରିକୁ ନେଇ ଭଉଣୀ ଉପରକୁ ଏସିଡ୍ ଫିଙ୍ଗିଲା ଭଉଣୀ, ୪ ଗୁରୁତର

ବଲାଙ୍ଗିର: ଭଉଣୀ-ଭଉଣୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟ କରିଛି କୁକୁଡ଼ା ଚୋରି । ସାମାନ୍ୟ କୁକୁଡ଼ା ପାଇଁ ଏସିଡ୍ ମାଡ଼ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କୁକୁଡ଼ା କିଏ ନେଲା ? ତୁ ନେଇଛୁ କହି ଭଉଣୀର ପରିବାର ଉପରକୁ ଏସିଡ୍ ଫିଙ୍ଗିଛନ୍ତି ଭଉଣୀ ଓ ପୁତୁରା । ଏଭଳି ଅଭାବନୀୟ ଘଟଣା…