Latest Odisha News
Browsing Tag

Bhubaneswar

ଆଜିଠୁ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ

ଭୁବନେଶ୍ୱର : ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଆଜିଠୁ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ । ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୋମବାରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଗୋ…

ଆସନ୍ତାକାଲିଠୁ ଭୁବନେଶ୍ୱରରୁ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଉଡ଼ାଣ । ବିଦେଶକୁ ଭୁବନେଶ୍ୱରରୁ ପ୍ରଥମ ବିମାନ ଦୁବାଇକୁ ସୋମବାର ଉଡ଼ାଣ କରିବ । ଇଣ୍ଡିଗୋ ଏୟାରବସ୍-୩୨୦ ବିମାନ ସପ୍ତାହକୁ ୩ ଥର ଦୁବାଇକୁ ଉଡ଼ାଣ ଭରିବ । ଏପ୍ରିଲ୍ ୧ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ବିକ୍ରିର…

ବାଣ ବିସ୍ଫୋରଣରେ ଜଳିଗଲା ସରକାରୀ କ୍ୱାର୍ଟର

ଭୁବନେଶ୍ୱର: ଗୁରୁବାର ସକାଳେ ଭୁବନେଶ୍ୱରର ୟୁନିଟ୍-୨ରେ ଥିବା ଏକ ସରକାରୀ କ୍ୱାର୍ଟରରେ ବାଣ ବିସ୍ଫୋରଣ ହୋଇଛି । ଘରେ ଗଚ୍ଛିତ ଥିବା ବାଣ ବିସ୍ଫୋରଣ ଫଳରେ କ୍ୱାର୍ଟରରେ ନିଆଁ ଲାଗି ରୁମ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ସୂଚନା ଅନୁସାରେ, ଉକ୍ତ ସରକାରୀ କ୍ୱାର୍ଟରରେ ବେଆଇନ୍ ଭାବେ ବାଣ ତିଆରି…

ସୋଆର ସହରାଞ୍ଚଳ ପଶୁ ଚିକିତ୍ସାଳୟକୁ ବର୍ଷେ, ୫ ହଜାରରୁ ଅଧିକ ପଶୁପକ୍ଷୀ ଚିକିତ୍ସିତ

ଭୁବନେଶ୍ୱର: ଗୋଟିଏ ବର୍ଷ ତଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆରମ୍ଭ ହୋଇଥିବା ସହରାଞ୍ଚଳ ପଶୁ ଚିକିତ୍ସାଳୟ (ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌)ରେ ବର୍ଷକ ମଧ୍ୟରେ ପ୍ରାୟ ୫୫୨୭ ପଶୁପକ୍ଷୀଙ୍କର ବିଭିନ୍ନ ରୋଗର ଚିକିତ୍ସା କରାଯାଇ ପାରିଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍…

ଏମ୍‌ସ ଭୁବନେଶ୍ୱରରେ ବିରଳ ଗଳା କର୍କଟ ରୋଗର ଅଭିନବ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ବିକିରଣ (ରେଡିଏସନ୍‌) ଏବଂ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନଏଡ୍‌ ସିଷ୍ଟିକ୍ କାର୍ସିନୋମା) ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍‌ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀଙ୍କ ଦ୍ବାରା ଅଭିନବ…

ହୋମିଓପାଥିର ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସା ପ୍ରଣାଳୀ ସୃଷ୍ଟି ଉପରେ ଗୁରୁତ୍ବାରୋପ

ଭୁବନେଶ୍ୱର: ବର୍ତ୍ତମାନ ପ୍ରଚଳିତ ଚିକିତ୍ସା ସେବାରେ ଅତ୍ୟାଧୁନିକ ଔଷଧ ଏବଂ ପ୍ରାଚୀନ କାଳରୁ ଚଳି ଆସୁଥିବା ହୋମିଓପାଥିର ସମନ୍ବୟ ସ୍ବାସ୍ଥ୍ୟସେବାରେ ବ୍ୟାପକ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି । ତେବେ ଏହି କ୍ଷେତ୍ରରେ ଉଚ୍ଚତର ଗବେଷଣା ଏବଂ ପ୍ରମାଣଭିତ୍ତିକ ବୈଜ୍ଞାନିକ…

କୁକୁର ପାଳନ ନେଇ ବିଏମସି ଆଣିଲା ନୂଆ ନିୟମ, ନ ମାନିଲେ ୧୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ରାଜଧାନୀରେ ପୋଷା କୁକୁର ରଖିବା ଲାଗି ବିଏମସି ବୈଠକରେ ବାଇ ଲ ପାରିତ ହୋଇଛି । ବିଜ୍ଞପ୍ତି ଅନୁସାରେ, କୁକୁର ରଖିବାକୁ ହେଲେ ବିଏମସି ନିକଟରେ ପଞ୍ଜିକରଣ କରିବାକୁ ପଡ଼ିବ । ୫ ଶହ ଟଙ୍କା ଦେଇ ମାଲିକ ବିଏମସି କାର୍ଯ୍ୟାଳୟରେ ପୋଷା କୁକୁରର ପଞ୍ଜିକରଣ କରିବେ । କୌଣସି ବ୍ୟକ୍ତି…

ଭାରତର ଜି-୨୦ ସଭାପତିତ୍ବକୁ ନେଇ ଏମ୍‌ସ ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାନବଶୃଙ୍ଖଳ

ଭୁବନେଶ୍ୱର: ଭାରତର ଜି-୨୦ ସଭାପତିତ୍ବର ସଫଳତାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବିଶାଳ ମାନବଶୃଙ୍ଖଳ ଗଠନ କରାଯାଇଥିଲା । ପ୍ରାୟ ସାଢ଼େ ତିନିଶହ ଛାତ୍ରୀଙ୍କୁ ନେଇ ଜି୨୦କୁ ଚିତ୍ରଣ…

ଏହି ତାରିଖରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଦୁବାଇ ପରେ ଖୁବଶୀଘ୍ର ଇଣ୍ଡିଗୋ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଯୋଗାଇବ । ଜୁନ୍ ୫ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍ଗକକୁ ବିମାନ ଉଡ଼ାଣ କରିବ । ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ସପ୍ତାହକୁ ଦୁଇ ଥର ଏହି ୨ଟି…

କ୍ରିକେଟ୍ ଖେଳକୁ ନେଇ ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣା, ୪ ଜଣ ଗିରଫ

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ରିକେଟ ଖେଳକୁ ନେଇ ଛାତ୍ରଙ୍କୁ ଆକ୍ରମଣ ଘଟଣା । ୪ ଜଣଙ୍କୁ ଗିରଫ କଲା ପୋଲିସ । ବଡ଼ଗଡ଼ ଥାନା ଅନ୍ତର୍ଗତ କେଦାରପଲ୍ଲୀ ଓ ମହିଷାଖଳା ଅଞ୍ଚଳର ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ପୂର୍ବରୁ ବହୁ…