Latest Odisha News

BREAKING NEWS

Browsing Tag

Cuttack

ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର

କଟକ: ସିଡିଏ ସେକ୍ଟର ୧୦ରେ ସ୍ୱରେଜ୍ କାମ ବେଳେ ଅଘଟଣ । ଆଜି ତିନି ଜଣ ଶ୍ରମିକ ସ୍ୱେରେଜ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶ୍ରମିକ ଗୁରୁତର ଥିବା ଜଣାପଡିଛି । ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତିି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ,…

ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ

କଟକ: ଦୁଇ ବନ୍ଧୁକ ବେପାରୀ କଟକ ଚାଉଳିଆଗଞ୍ଜ ପୋଲିସ ହାତରେ ଧରାପଡିଛନ୍ତି । ଚାଉଳିଆଗଞ୍ଜ ଥାନା ଏସିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ  ଆକସ୍ମିକ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି । ଦୁଇ ବନ୍ଧୁକ ବେପାରୀ ହେଲେ ଜଗତସିଂହପୁରର ଅଜିତ ରାୟ ଓ ଗଞ୍ଜାମର ଅଜୟ ମହାରଣା । ସେମାନଙ୍କ ଠାରୁ…

ରୋଗୀଙ୍କ ଜୀବନ ସହିତ ଖେଳ, କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍ ସିଲ୍, ରୋଗୀ ଚାଲାଣ ଅଭିଯୋଗ

କଟକ: ଦଲାଲଙ୍କ ରୋଗୀ ଚାଲାଣ ଅଭିଯୋଗରେ କଟକ ମଙ୍ଗଳାବାଗ ଥାନା ପୋଲିସର କଡା କାର୍ଯ୍ୟାନୁଷ୍ଠାନ । ରୋଗୀଙ୍କ ଜୀବନ ସହିତ ଖେଳ ଖେଳି ଦଲାଲଙ୍କ ଏଭଳି ଅମାନବୀୟ କାରନାମାର ପର୍ଦ୍ଦାଫାସ କରିଛି ପୋଲିସ । କଟକ ବଡ ମେଡିକାଲରୁ ରୋଗୀଙ୍କୁ ଦଲାଲ ମାଧ୍ୟମରେ କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍କୁ…

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି

କଟକ: ଓଡ଼ିଆ ଫିଲ୍ମର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ ଘଟିଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଆଦେନି ଅନେକ ହିଟ୍ ଓଡ଼ିଆ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ…

ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ପ୍ରଭାବ

ଭୁବନେଶ୍ୱର: ଦିନରେ ପ୍ରଚଣ୍ଡ ଖରା ଓ ଅପରାହ୍ନରେ ପବନ, ଘୂର୍ଣ୍ଣିଝଡ ସହ ବର୍ଷା । ଏହା ଥିଲା ଆଜିର ଟ୍ୱିନ ସିଟିର ଦୃଶ୍ୟ । ସନ୍ଧ୍ୟା ନ ହେଉଣୁ ଘୂର୍ଣ୍ଣିଝଡରେ ଚାରିଆଡ ଅନ୍ଧାର ହୋଇଯାଇଥିଲା । ହଠାତ୍ ପବନର ବେଗ ୪୦ରୁ ୬୦ କିମି ବେଗରେ ବୋହିଥିଲା । ଆଜିର କାଳବୈଶାଖୀ ସମ୍ପର୍କରେ ପୂର୍ବରୁ…

କଟକରେ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଳାଇଛି ପୋଲିସ

କଟକ: ଦିନକୁ ଦିନ ବଢିବାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ ଆରମ୍ଭ ହୋଇଛି । ପୋଲିସ ଜନଗହଳି ପୂର୍ଣ୍ଣ ଅଂଚଳରେ ପହଞ୍ଚି କୋଭିଡ୍ ନିୟମ ପାଳନ ହେଉଛି ନା ନାହିଁ ତାର ଯାଞ୍ଚ କରୁଛି । ଲୋକମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ…

ଯାକଯମକରେ ନୁହେଁ କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ 

କଟକ: କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ କିଶିନାପୁର ଚାଟେଶ୍ବର ମେଳଣ ପାଇଁ ପ୍ରଶାସନିକସ୍ତରରେ ବୈଠକ ହୋଇଛି । ଏବେର କରୋନା ସ୍ଥିତିକୁ ନେଇ ବୈଠକ ହୋଇଥିବା ବେଳେ କଟକଣା ମଧ୍ୟରେ ମେଳଣ କରିବାକୁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ…

ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି, ଆଜି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ପୂରଣ ହୋଇଛି ବର୍ଷ । ପ୍ରଥମଥର ଲାଗି ବାପୁ ୧୯୨୧ ମସିହା ଆଜିର ଦିନରେ କଟକ ଆସିଥିଲେ । କାଠଯୋଡ଼ି ପଠାରେ ସଭା କରିଥିଲେ । ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏଥିପାଇଁ ବିଧାନସଭାର…

ଜନ୍ମମାଟିକୁ ଫେରିଲା ଜଗା, ଏସସିବିରୁ ଡିସଚାର୍ଜ ପରେ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ, ମେଡିକାଲର ସ୍ୱତନ୍ତ୍ର…

କଟକ: ଫୁଲବାଣୀ ଗଲା ଜଗା । ଏସସିବି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଫୁଲବାଣୀ ଯାଇଛି ଯୋଡାମୁଣ୍ଡ ଶିଶୁ ଜଗା । ୧୦୮ ଆମ୍ବୁଲାନ୍ସ ଯୋଗେ ୨ ଜଣିଆ ସ୍ଵତନ୍ତ୍ର ଡାକ୍ତରୀ ଦଳ ଜଗାକୁ ନେଇ ଫୁଲବାଣୀ ଯାଇଛନ୍ତି । ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ଜଗାକୁ ରଖାଯାଇ ଚିକିତ୍ସା କରାଯିବ…

ଶିକାର କରିବାକୁ ଯାଉଥିବା ବେଳେ ଶିକାରୀଙ୍କୁ ଧରିଲା ବନ ବିଭାଗ, ଦେଶୀ ବନ୍ଧୁକ ଓ ବାଇକ୍ ଜବତ

ଚଣ୍ଡିଖୋଲ: କଟକ ବନଖଣ୍ଡ ଅଧୀନ ବୈରୀ ଡାଳିଯୋଡା ରେଞ୍ଜ ଅଧୀନ ମଙ୍ଗରାଜପୁର ଅଂଚଳରୁ ଦୁଇ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ କରାଯାଇଛି । ଦୁଇ ଜଣ ଶିକାରୀ ମଙ୍ଗରାଜପୁର ଅଂଚଳରେ ଜଙ୍ଗଲକୁ ଶିକାର ପାଇଁ ବାଇକରେ ଯାଉଥିବା ବେଳେ ବନ ବିଭାଗ ଅଧିକାରୀ ସେମାନଙ୍କ ପିଛା…