Latest Odisha News

BREAKING NEWS

Browsing Tag

Odia Poem

କବିତା : ସ୍ବପ୍ନପ୍ରିୟା-ତୁମ ଗାଁ ବର୍ଷା

ପ୍ରଳୟ ନାୟକ ଉତ୍ତରରେ ହେଇ , ଏ ଦୂର ଦିଗଚକ୍ର ଛୁଇଁ ତୋ ଗାଁ ମଥାନରେ ମେଘ, ଆଉ ଏଠି….. ମୋ ଗାଁ ସୁଧାର ଆକାଶ ପରେ କାକକୃଷ୍ଣ ମଦିର ଉତ୍ସବ, ଶୁଣୁଛି ମୁଁ ଘୋର ବଜ୍ରନାଦ ସମଗ୍ର ଆକାଶ ବ୍ୟାପି ଚମ୍ପାବତୀ ଶମ୍ପା’ର ତାଣ୍ଡବ, ଜାଣେ ତୋତେ ବିଜୁଳି ବାଜିଲେ ଭାରି ଡର ଲାଗେ ମୋତେ…

କବିତା : ମେଘ

ଗଜାନନ ମିଶ୍ର ଯାଇଛି ଛିଣ୍ଡି ମେଘଙ୍କ ଡେଣା! କଟି ଯାଇଛି ତଳ ଉପର ହେଉ ହେଉ ସବୁ ସୂତ୍ର ମାଟି ଆଉ ଆକାଶର! ଯେତେ ଯାହା ଗଛଙ୍କ ଡାଳ ପତ୍ର ଆଉ ଫୁଲଫଳ ସବୁ ଆତଙ୍କିତ। ଚାଲୁ ନି ଡଙ୍ଗା ପାଣିରେ କି ଉଡୁନି ପବନରେ ଜରି ପୋଷାକ। ବର୍ଷ ପରେ ବର୍ଷ ଝରକା କବାଟ ମେଲା ଆଉ ଚାଲିଛି…

କବିତା : ଚା’

ସୁଜାତା ମିଶ୍ର ଦୁଇ କପ୍ ବାମ୍ଫ ଉଠା ଗରମ ଚା'ରେ ଆରମ୍ଭ ହେଉ ଆମ ବନ୍ଧୁତା.. କିଛି ତୁମ ଆଡ଼ୁ କିଛି ମୋ ଆଡ଼ୁ ବଢ଼ି ଯିବ ଉଷ୍ମତା ଆଉ ମଧୁରତା.. ଆଉ ଅଚାନକ ଗପର କବାଟ ପଛରେ ଲୁଚି ଯିବ ନୀରବତା..! ଟିକେ ହସିବା ଟିକେ ଋଷିବା.. ଟିକେ ଚା କପ୍ ରେ ଚୁସ୍କି ଦେବା.. ତୁମେ ବିନା…

କବିତା : ସେଇ ହସ

ସଞ୍ଜିତା ପ୍ରଧାନ ଅଗଣିତ ଭାଗରେ ବିଭକ୍ତ ଆଜ ସନ୍ତର୍ପଣରେ ସାଉଁଟି ଥିବା ତୋ’ର ଅନିନ୍ଦ୍ୟ କଳେବର, ସମଗ୍ର ଅବୟବ କାଳାନଳେ ଦଗ୍ଧ ଆଜନ୍ମ ସଞ୍ଚିତ ସ୍ୱାଭିମାନର ।। ଦେଖିଥିବା ପୁଞ୍ଜାଏ ସ୍ବପ୍ନ ଚେଇଁଥିବା ମୁଦ୍ରିତ ନୟନ ଯୁଗଳେ ଅନାୟାସେ ନିବର୍ତ୍ତି ଯା’ନ୍ତି, ଅର୍ଣ୍ଣବ କଲ୍ଲୋଳେ…

କବିତା : ପଥିକ

ପ୍ରିୟମ୍ବଦା ସାମଲ ସାତସୁରେ ବନ୍ଧା ଏଇ ଜୀବନରେ ଦିଗହରା ସେ ପଥିକ କଣ୍ଟକିତ ପଥ କର ଆଲୋକିତ ତୁମେ ତ ଦିବ୍ୟ ନାୟକ। ଦେବାର ପଣରେ ତୁମେ ଯେ ଧନୀକ ନେବା ପଣେ ସିଏ ନିସ୍ବ ତୁମେ ଭାବମୟ ଭାବର ସାଗର ସେ ଅଟଇ ଝର ଶୁଷ୍କ । କର୍ମର ବୋଝରେ କ୍ଳାନ୍ତଶ୍ରାନ୍ତ କେବେ ବନ୍ଧୁରିତ ପଥ…

କବିତା : ସ୍ୱପ୍ନର ସଂସାର

ପ୍ରସେନଜିତ ସେଠୀ ମୁଁ ଶୋଇଯାଏ ଆପଣାର ଶେଯଟିଏ ପାରି ରାତ୍ରିର ଘୋର ଅନ୍ଧକାରେ କୋଠରୀରେ ଏକା ଏକା କ୍ଳାନ୍ତ ଆଳସ୍ୟ ଶରୀରରେ ନିଦ୍ରା ଦେବୀଙ୍କ ଆଗମନ। ନିଦ୍ରା ଯେବେ ହୋଇଯାଏ ଘୋର, ଟିକିଏ ଜଟିଳ ଆହାଃ କି ଆନନ୍ଦ! ସ୍ୱପ୍ନର ଘର ଖୋଲିଦିଏ ପ୍ରତିଟି ଦୁଆର କରିଦିଏ ମୋତେ ଆପଣାର…

କବିତା : ଏମିତି କିଛି ଅଛି

ରାଜଲକ୍ଷ୍ମୀ ତ୍ରିପାଠୀ ସଞ୍ଜ ହେଲେ ଫୁଲଟି ଫୁଟିଲେ ଯେ ତିନି ହାତ ଭୂଇଁ ଉପରକୁ ଉଠି ଆକାଶ ଛୁଇଁବ କବି କିଛି କହେନାହିଁ ଘାରେ ତାକୁ ଅଙ୍କୁରିତ ବୀଜର ନିନାଦ କଢ଼ଟିଏ ଫୁଲ ହେବାବେଳେ ଗଣିଛି ସେ ଉଚ୍ଚ ଆକାଶରେ ଜହ୍ନ ଆଉ ତାରାଙ୍କ ମିଳିତ ପାଦଶବ୍ଦ । କହେନି ସେ ହୃଦୟଟିଏ ପ୍ରାଣ…

କବିତା : ନୀଳାଦ୍ରୀ ବିଜେ

ଗଦାଧର ସାହୁ ରତ୍ନ ସିଂହାସନ ଖାଲି ଖାଲି ଲାଗେ ଆସ ହେ ମଣିମା ଆସ, ଶୀରି ମନ୍ଦିରର ଶିରି ବଢାଇବ ତୁମରି ଅଧର ହସ । ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ କାହିଁ ଯାଇଥିଲ କୁହ, ପ୍ରଶ୍ନ ପଚାରିବେ କବାଟ କିଳିକି ଲକ୍ଷ୍ମୀଙ୍କୁ ଉତ୍ତର ଦିଅ । ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦେବ…

କବିତା : ମରୀଚିକା

ଶୈଳେନ୍ଦ୍ର ନାରାୟଣ ବେହେରା  ମନ୍ତ୍ରମୁଗ୍ଧ ପୁରୁଷଟିଏ ମୁଁ ତୁମ ଗୁଣରେ ବନ୍ଧା ପଡ଼ିଛି ଅହଂକାର କୁ କରଜ ଦେଇ ମୁଁ ପଣତ ତଳେ ଆଶ୍ରା ନେଇଛି। ଅମାନିଆ ଅଶ୍ରୁ ଯେ ବାଟ ଖୋଜୁଛି ତଟିନୀ ପ୍ରାୟେ ସେ ବୋହିଯାଉଅଛି ରୋକନାହିଁ କେବେ ବି ତାକୁ କଳ କଳ ନାଦ ତା’ର ଭଲ ଲାଗୁଛି।…

କବିତା : ବାହୁଡ଼ିବେ ଆମ କଳା ଠାକୁର

ବିବାସିନୀ ପଟ୍ଟନାୟକ ମାଲିକ ବିନା ଯେ ସେବକ ସୁଆର ନିସ୍ପନ୍ଦ ହୋଇ ରହିଲେ, ମଙ୍ଗଳ ଆଳତୀ ଗହଳ ଚହଳ ଧ୍ୱନି ବି ନଶୁଭେ ମନ୍ଦିରେ। ଏବେ ତ ସମସ୍ତେ ତତ୍ପର ହେଲେଣି ମନ୍ଦିରର ଚତୁର୍ଦ୍ଦିଗ, ଗମ୍ଭୀରା ଭିତର ରତ୍ନ ସିଂହାସନ ସବୁ ହେଲେଣି ସଜାଗ। ରହଣି ସରିଲା ନବଦିନଯାତ୍ରା ଛାଡି…