Latest Odisha News

BREAKING NEWS

Browsing Tag

Odia Poem

କବିତା : ପ୍ରହେଳିକା

ଗଜାନନ ମିଶ୍ର ଏତେ ପ୍ରହେଳିକା! କବି କଲମ ଅବଳ? ଯାଇ କୁହୁଡିକୁ ପଚାର, ସାକ୍ଷୀ ଜାତୀୟ ପତାକା, ଅପନ୍ତରାରେ ଜାତିଟା! ନା ଶୀତ ନା ଖରା, କେହି କାହାକୁ ଦିଅନ୍ତି ନି ଧରା! ଆଖିରୁ ଖାଲି ବହୁଛି ଧାରା। ଦେଖିଶୁଣି ହେଉଛି କି ରହି ରହିଲା ଭଳି! ଏ ମାଟି କଣ ସବୁ ଆଉ କାହାକୁ…

କବିତା : ବୈଶାଖୀ

ଗଦାଧର ସାହୁ  ଚୈତ୍ର ଚାଲିଗଲା ବୈଶାଖ ଆସିଲା ଧରି ନିଦାରୁଣ ପେଡି, ପିଡା ପରେ ପିଡା ପେଡିରୁ କାଢିକି ଆମକୁ ଦେବ ଫୋପାଡି । ତତଲା ପବନ ଝାଞ୍ଜି ବୁହାଇବ ଦେହ ମୁହଁ ଦେବ ପୋଡି, ଶରୀରେ ଆମରି ଉତ୍ତାପ ବଢାଇ ଅଂଶୁଘାତେ ଦେବ ମୋଡି । କାଳ ବଇଶାଖୀ ଅକାଳେ ବହିବ ପବନ ମେଘ…

କବିତା : ଅଂଶୁଘାତ

ରାଜ କିଶୋର ଦାସ କେଉଁ ଘାତ, ଆଉ ଊଣା ଅଛିଯେ’ ଅଂଶୁଘାତର ଡର! ଘାତ ସହିବା ଅଭ୍ୟସ୍ତ ନହେଲେ ଏଠି କ’ଣ ଜୀଇଁ ହୁଏ!! ଜାତକ ଲେଖିଲା ଦିନୁ ହିଁ ଜ୍ୟୋତିଷ କହିଛି - ରାହୁରେ ମଙ୍ଗଳ ଅନ୍ତର ଘାତ ବର୍ଷ, କୋପ ଦୃଷ୍ଟିରେ ଶନି ଗ୍ରହ ଚଲଣ ଦିନ ଘାତ ଦିନ ଲଗ୍ନରେ ଶୁକ୍ର ନିଚସ୍ଥ ଯୋଗୁଁ…

କବିତା : ଓଡ଼ିଆ ନବବର୍ଷ

ସୁଜାତା ପତି  ବୈଶାଖ ମାସର ମେଷ ସଂକ୍ରାନ୍ତିରେ ବର୍ଷର ଆରମ୍ଭ ହୁଏ ପ୍ରତିପଦାଠାରୁ ଆରମ୍ଭ ହୋଇଣ ଚୈତ୍ରରେ ଶେଷ ହୁଏ। ସଂକ୍ରାନ୍ତିରୁ ସୌର ମାସର ଗଣନା ପୂର୍ଣ୍ଣିମାରୁ ଚନ୍ଦ୍ର ମାସ ବୈଶାଖ ମାସର ତୁଳନା ନାହିଁ ଦାନ ଧର୍ମ ପୂଣ୍ୟ ମାସ। ବିଷୁବ ସଂକ୍ରାନ୍ତି ହିନ୍ଦୁ ନବବର୍ଷ…

କବିତା : ମୋ ସହର

ସୁଜାତା ମିଶ୍ର  କିଛି ନୀରବତା କିଛି କୋଳାହଳ.. କିଛି ରୋଷଣୀରେ ଚକ୍ ଚକ୍… କିଛି ସହର ତଳି ବସ୍ତିର ଅନ୍ଧକାର..! ଅତି ଆଧୁନିକ ରାସ୍ତା ପୁଣି ନବ ନିର୍ମିତ ଫ୍ଲାଇ ଓଭର.. ଆଉ ନିଅନ୍ ଆଲୁଅ ବତୀ ଖୁଣ୍ଟରେ ଝଲମଲ, ସେଇଠି ବି ଅନ୍ଧାରୁଆ ଗଳି ରାସ୍ତାରେ ଛାଇ ଆଲୁଅରେ ଠିଆ ……

କବିତା : ଅକବିତା

ସ୍ମୃତି ରଞ୍ଜନ ତ୍ରିପାଠୀ  କଥା ଥିଲା ଗୋଟେ ଫଳନ୍ତି ଗଛରେ ବସାଟିଏ କରିବା ଲୁହ କୋରଡରେ ଆଙ୍କିବା ଆମ ପତ୍ରାୟିତ ପ୍ରେମପକ୍ଷୀର ପ୍ରଥମ ଉଡାଣ । ହାତମୁଠାରୁ ରେଖାସବୁ ସନ୍ୟାସ ନେଲାବେଳେ ଆଉ କିଏ ଗଢ଼ୁଥିବ ଅଦେଖା ହାତର ତ୍ଵରଣ, ତୁ ହସି ହସି ପୁଣି ମାଟିରେ ମିଶିଲାବେଳେ ମୁଁ…

କବିତା : ମୋ ଗାଆଁ ସଞ୍ଜରେ

ପ୍ରିୟମ୍ବଦା ସାମଲ ଅସ୍ତଗାମୀ ଯେବେ ହୁଏ ଅଂଶୁମାଳୀ ସ୍ୱର୍ଣ୍ଣିମ ରେଣୁ ବିଞ୍ଚିଣ ଅମ୍ବରେ ହସଇ ତାରା ଫୁଲ କେତେ ଚନ୍ଦ୍ରମା ବୁଣେ କିରଣ। କଳମେଘୀ ପାଟ ପିନ୍ଧି ନିଶାଦେବୀ ଆସନ୍ତି ଗାଆଁକୁ ମୋର ପ୍ରତି ବୃନ୍ଦାବତୀ ମୂଳରେ ଜଳଇ ଘୃତ ଦୀପ ସଳିତାର। ମୃଦଙ୍ଗ ଘଣ୍ଟା ଘଣ୍ଟି ଶବ୍ଦ ତରଙ୍ଗ…

କବିତା : ନିଖୋଜ ଈଶ୍ୱର

ମଞ୍ଜୁରାଣୀ ବେହେରା  ସେମାନେ ବାରମ୍ବାର ବିଦ୍ରୋହ ରଚନ୍ତି ପୁଳା ପୁଳା ଷଡଯନ୍ତ୍ର ଭିତରୁ ବନ୍ଦୀ ହୋଇଥିବା ଈଶ୍ୱରଙ୍କୁ ମୁକୁଳେଇବାର ଅନେକ ପ୍ରୟାସ କରନ୍ତି। କେତେ ଭୂତ, ଭବିତବ୍ୟ ଯୁକ୍ତିତର୍କ,ପ୍ରଶ୍ନ ଉତ୍ତରର କାଠ ଗଡ଼ାରେ ତାଙ୍କୁ ଠିଆ କରାଯାଏ ଏକ ଅନନ୍ତ…

କବିତା : ମଲ୍ଲିକା, ମୋ ନେପଥ୍ୟ ନାୟିକା

ସୁବ୍ରତ କୁମାର ଜେନା  ମଲ୍ଲିକା କାହା ପାଇଁ କଣ ମୁଁ ଜାଣେନା, ତଥାପି କାହିଁକି କେଜାଣି ଆଜିବି ମୁଁ ତା ବାଟକୁ ଜଗି ବସୁଛି, ସେ ଆସେ ବେଳେ ବେଳେ ଜହ୍ନରାତିର ଝାପ୍ସାୟିତ ଆଲୋକ ରୋଷଣୀରେ କେବେ ପୁଣି ଅମବାସ୍ୟାର କିଟି ମିଟି ତନ୍ଦ୍ରାରେ ମଲ୍ଲିକାର ଗଜରାର ବାସ୍ନା ବିମୋହିତ କରେ…

କବିତା : ତୁମେ ଅଛ ବୋଲି

ନିରୁପମା ପତି ତୁମେ ଅଛ ବୋଲି ମୁଁ ଧାଇଁଗଲି ସିଂହଦ୍ବାର ଭାବର ପଣତ ବଢାଇଲି ଅତୀତର କେବେ ଦିନେ ନେଇଯାଇଥିଲ ଦାସିଆ ଵାଉରୀର ଶ୍ରୀଫଳ, ଭାବିଥିଲି, ତୁମେ ଅଛ ବୋଲି ହରଣ କରିନେବ, ମୋ ଦୁଃଖ ଓ ଯାତନାର ମହଣ ମହଣ ଆର୍ତ୍ତ ଚିତ୍କାର । ତୁମେ କୃପା ସିନ୍ଧୁ ବୋଲି ଭାବୁଥିଲି…