Latest Odisha News
Browsing Tag

Odia Poem

କବିତା ବାସୁଛି : ବସନ୍ତ

ରାଜ କିଶୋର ନାୟକ ମହ ମହ ବାସେ ବାସୁଚି ବସନ୍ତ କୋଇଲି ଡାକଇ କୁହୁ ଲତିକା ଗହଳେ ସଜ ଫଲ ଦେହୁ ମଧୁପ ଚୁମଇ ମହୁ (୦) ମନ୍ଦ ମନ୍ଦ ବହେ ଦକ୍ଷିଣା ପବନ ଛନ୍ଦେ ଛନ୍ଦେ ନାଚେ ଫୁଲ ପରଜାପତିର ମତୁଆଲା ଦୃଷ୍ଟି ଫୁଲକୁ କରିବ ଗେଲ ଫୁଲରୁ ଫୁଲକୁ ଉଡି ଉଡି ଯାଇ ପ୍ରୀତି ଦେଇ ମନ…

କବିତା : ମୁଁ ଶକ୍ତ ଅଥଚ ସିକ୍ତ

ଶକ୍ତିପ୍ରଦା ମହାପାତ୍ର ମୁଁ କଳା ମାର୍ବଲ ଚଟାଣ ଉପରେ ପଡ଼ିଥିବା କଳା ମଚମଚ ସୋରିଷ କଣିକାଏ ମତେ କ'ଣ ଉଠେଇବାର ଆସ୍ପର୍ଦ୍ଧା କା'ର ଅଛି ? ମୁଁ ନୀରବ ମନର ଗଭୀର ପିପାସା ଯେତେ ମାପିଲେ ବି ମୁଁ ଅଶେଷ ମତେ ମାପିବାର ଅଭିପ୍ରାୟ କା'ର ଅଛି…

କବିତା : ସାଧନା

ଶିବଦୂତୀ ପାଣିଗ୍ରାହୀ  ଖଳ ମଣିଷର ମନ ସର୍ବଦା କିପରି ଖୋଳିବ ଆନର ଗୋଇ । ତାର ସବୁ ବଳ ଓ କଳ, ମାୟା କୂଟ ଛଳରେ କଟାଇ ଥାଇ । ସ୍ୱାର୍ଥତ୍ୟାଗୀ, ସେବାରେ ସମୟ ସାରି ହୁଏ ତ ସୁଖ ପ୍ରାପ୍ତ । ଦେଖାଣିଆ ସେବା ନଦେବ କେବେ ଶାନ୍ତି ଲାଳସା ତ ନିଜ ହିତ । ଦୁଃଖ ଆସେ, ସେବାର ନାମରେ…

ପିରାମିଡର ଡାକ

ସୁଜାତା ମିଶ୍ର  ଚୂନା ଚୂନା ତାରା ଫୁଲ ଆକାଶରେ ଫୁଟିବାର ବେଳାରେ ପିରାମିଡ୍ ଦେଖା ଯାଏ ଦୂରନ୍ତ ସ୍ବପ୍ନଟିଏ ପରି, ତା ତୀର୍ଯ୍ୟକ୍ ଛାତର ତ୍ରିଭୁଜାକାର ଅସ୍ତିତ୍ବରେ ଲମ୍ବି ଥାଏ ଘନୀଭୂତ ରହସ୍ୟର ଆକର୍ଷଣ, ସେଇ ପଥର ଆଖିର ପଲକରୁ ପୁଲକିତ ମୁହୂର୍ତ୍ତ କିଛି ଚୋରେଇ ନିଏ ଶିହରିତ…

କବିତା : ପଳାଶ ଫୁଲର ହସ

ଦୀପକ କୁମାର ନାୟକ କୋଳାହଳ ଶୂନ୍ୟ ଧରଣୀ ବୁକୁରେ ପଳାଶର ଖିଆଲି ହସ ନିର୍ମଳ ଧବଳ ଆକାଶ ତଳେ ପଳାଶ ଲାଗେ ତୋରଣ । ଦାରୁଣ ଗ୍ରୀଷ୍ମ ପ୍ରବାହ ଧାରେ ଲାଗେ ଶୂନ୍ ଶାନ୍ ମୟl ଆଦର ନଥାଇ ଜୀବନେ ସେ ସଦା ଆକୃଷ୍ଟ କରେ । ରୂପ ଲାବଣ୍ୟ ପ୍ରୀତି ଭରା ପଳାଶ ଫୁଲର ହସ । ଫାଲଗୁନ ଆସେ…

କବିତା : ଆଶା ସଳିତା

ବାସନ୍ତୀ ଲତା ଜେନା ସପନ ବିଭୋର ମାନବ ହୁଅଇ ଆଶା ଆକାଂକ୍ଷାକୁ ନେଇ କେତେକ ସପନ ପୂରଣ ହୁଅଇ ଅଧା କେତେ ରହୁଥାଇ। ସପନ ଦେଖିବା ମନୁଷ୍ୟ ସ୍ଵଭାବ ଆଗକୁ ବଢ଼ିବା ପାଇଁ ଯାହା ମନେ ସ୍ବପ୍ନ ଉଦ୍ରେକ ନହୁଏ ନିରର୍ଥ ଜୀବନ ସେହି। ଜନ୍ମରୁ ମରଣ ଯେତେ କାଳ ଥାଏ ବହୁ କର୍ମରେ ଜଡିତ…

କବିତା : କ୍ରାନ୍ତିର କଲମ

ପ୍ରିୟମ୍ବଦା ସାମଲ କ୍ରାନ୍ତିର କଲମ ଅଟେ ସେ ବଲମ ଲକ୍ଷ୍ୟ ତାର ଅଭେଦ୍ୟ ଜାଗୃତିର ପଥେ ରଚେ ନବ ରାସ୍ତା କିଛି ନୁହେଁ ତ ଦୁର୍ବୋଧ୍ୟ। ବିଦ୍ରୋହର ସ୍ୱର ଶାଣିତ ମୁନରେ ଅନର୍ଗଳ ନିର୍ଝରିତ ସୃଜନ ତାହାର ଅର୍ଜୁନର ଶର କେବେ ନୁହେଁ ପରାହତ। ଶୋଷଣ ପେଷଣ କଷଣ ଧର୍ଷଣ ହୃଦୟ ଥରାଇ ବସେ…

କବିତା : ସେ କିଏ ?

ଗଦାଧର ସାହୁ ଯାହା କହିଥିଲି କିଏ ସେ ଶୁଣିଛି କହି ପାରିବ କି ସିଏ, ଯିଏ ସେ କହିବ ସତ ଅବା ମିଛ ଯେମିତି ଶୁଣିଛି ସିଏ । ଜଣକ କଥାକୁ ଆରେକ କହିଲେ ଫରକ ନିଶ୍ଚୟ ଥାଏ, ଅଖଣ୍ଡ ବିଶ୍ୱାସ ତା କଥାରେ କଲେ ଅସୁବିଧା ଆସିଯାଏ । ଶୁଣିବା ଲୋକକୁ କହିବା ଲୋକକୁ ମୁହାଁମୁହିଁ…

କବିତା : ସେ ଭଲ

ଶୁଭଶ୍ରୀ ମହାପାତ୍ର ମୋର ଯେତେ କହିବାର କଥା କହି ସରିନି, ବାଟ ସରି ଯିବ ପରା… ତମ କାନ୍ଧରେ ହାତ ରଖି ଚାଲି ଚାଲି ଯାହା କହିବାର କଥା, ଯଦି କଥା ନ ସରେ, ତା’ ପୂର୍ବରୁ ଯଦି ମୁଁ ସରି ଯାଏ… ତେବେ ଗଡେଇ ଦବ ରାସ୍ତା କଡର ଯେକୌଣସି ଖାଲ ଭିତରକୁ, କୌଣସି ଅବସୋସ ନାହିଁ… କୌଣସି ଶୋଷ…

କବିତା : ବ୍ୟତିକ୍ରମ

ସଞ୍ଜିତା ପ୍ରଧାନ ତୁମେ, ମୁଁ, ସେମାନେ ମାପି ହେଉ ନଥିବା ଦୂରତ୍ୱର ବଳୟ ପରିମାପର ବିଚିତ୍ର ଅଭାବ । ଦେଖ ! ପେଟର ଭୋକ ସ୍ବେଦ ଏଠି ମାଲିକର ହୁକୁମ ରକ୍ତର ପାଉଣା ମାଗେ ଚର୍ମ ଘୋଡେଇ କଙ୍କାଳ ଦିନରାତି ଖଟେ କୋରଡ଼ିଆ ଆଖି ଦୁଇ ଜଳେଇଯାଏ ଖୁଦ ମହଙ୍ଗା ପଡ଼େ । ତେବେ ବି ଲଙ୍ଗଳା…