Latest Odisha News

କବିତା ବାସୁଛି : ବସନ୍ତ

ରାଜ କିଶୋର ନାୟକ

ମହ ମହ ବାସେ
ବାସୁଚି ବସନ୍ତ
କୋଇଲି ଡାକଇ କୁହୁ
ଲତିକା ଗହଳେ
ସଜ ଫଲ ଦେହୁ
ମଧୁପ ଚୁମଇ ମହୁ (୦)

ମନ୍ଦ ମନ୍ଦ ବହେ
ଦକ୍ଷିଣା ପବନ
ଛନ୍ଦେ ଛନ୍ଦେ ନାଚେ ଫୁଲ
ପରଜାପତିର
ମତୁଆଲା ଦୃଷ୍ଟି
ଫୁଲକୁ କରିବ ଗେଲ
ଫୁଲରୁ ଫୁଲକୁ ଉଡି ଉଡି ଯାଇ
ପ୍ରୀତି ଦେଇ ମନ ମୋହୁ
ମହ ମହ ବାସେ ବାସୁଚି ବସନ୍ତ
କୋଇଲି ଡାକଇ କୁହୁ(୧)

ଗଣୁ ଗୁଣୁ ହୋଇ
ମଧୁମକ୍ଷିକା ଯେ
ଚୁତ ଡାଳେ ଘୁରି ବୁଲେ
ବଉଳ ପେନ୍ଥାରୁ
ରସ ଶୋଷି ନେଇ
ମଧୁଭାଣ୍ଡ ଦେହେ ଝୁଲେ
ସଂଚିବା ଗୁଣରେ ସମ କେହି ନୁହଁ
ଚୋରିଗଲେ କେତେ ସହୁ
ମହ ମହ ବାସେ ବାସୁଚି ବସନ୍ତ
କୋଇଲି ଡାକଇ କୁହୁ (୨)

ବସନ୍ତ ଆଣିଲା
ଫଗୁ ଫଗୁଣକୁ
ଚଇତ ଗାଇଲା ଗୀତ
ମଳୟ ସହିତ
ଚୋରା ଚଇତାଳି
ବସିଲାଣି ଦେଖ ମିତ
ଦୂର ଦୂରାନ୍ତରୁ
ଅଦେଖା ଜାଗାରୁ
କିଏ ଦଃଖେ କହେ ଉହୁ
ମହ ମହ ବାସେ ବାସୁଚି ବସନ୍ତ
କୋଇଲି ଡାକଇ କୁହୁ (୩)

Leave A Reply

Your email address will not be published.