କବିତା : ଅନ୍ୟମନସ୍କ ବେଳାର ସାଥୀ
✍️ ସଞ୍ଜିତା ପ୍ରଧାନ
ତୋ ମସ୍ତିଷ୍କ ଅରଣ୍ୟରେ
କେତେ ଶବ୍ଦ ବୃକ୍ଷ
ସାଇତି ରଖିଛୁ କହିଲୁ ?
ଏମିତି ଲେଖିଚାଲିଛୁ ଯେ
ଲେଖିବା ବନ୍ଦ ହେଉନି..
ମତେ ତୋର ଆଙ୍ଗୁଳି ନିର୍ଦ୍ଦେଶରେ
ହୃଦୟ ଭାବନାରେ ଛନ୍ଦି
କେତେ ଦୌଡାଇବୁ ?
ମୁଁ ଥକି ଯାଉଛି
ହେଲେ ଦେଖୁଛି ତୁ ତୋ ଭାବନାରେ ରହିଛୁ !…