Latest Odisha News
Browsing Tag

Odia Story

ଗଳ୍ପ : ଅସହାୟ

ପ୍ରସେନଜିତ ସେଠୀ ସଜ ସଜ ମୌସୁମୀର ଆଗମନ ହୋଇଥାଏ। ପ୍ରଚଣ୍ଡ ଉତ୍ତାପରୁ ସାମାନ୍ୟ ମୁକ୍ତି ମିଳିଥାଏ। ଶୀତଳ ଦକ୍ଷିଣା ପବନର ସ୍ପର୍ଶରେ ଆଖିରେ ନିଦ ମାଡ଼ି ଆସୁଥାଏ। ସବୁଦିନ ପରି ବିଜୟ ବାବୁ ଆଇ.ଆଇ.ସି ଚୌକିରେ ବସି ମାନସ ମନ୍ଥନ କରୁଥାନ୍ତି। ଜମିବାଡ଼ି ବିବାଦକୁ ନେଇ ନିଜ ବଡ଼ ଭାଇ ସହ…

ଗଳ୍ପ : ହଜିଯାଇଥିବା ମାନଚିତ୍ର

ଚୌଧୁରୀ ବରଦାପ୍ରସନ୍ନ ଦାସ ନିଦ ମଳମଳ ଆଖିରେ ତରବରରେ ପ୍ଲାଟଫର୍ମକୁ ଓହ୍ଲେଇପଡି ଲତିଫ୍ ଦେଖିଲେ ଯେ ଷ୍ଟେସନର ନାଁ ଭୁବନେଶ୍ୱର। ଗତ ରାତିରେ ସେ କଲିକତାରୁ ପୁରୀ ଏକ୍ସପ୍ରେସ ଟ୍ରେନ୍‌ରେ ବସିଥିଲେ ଭଦ୍ରକରେ ଓହ୍ଲାଇବା ପାଇଁ। କିଛି ସମୟ ଉନ୍ନିଦ୍ର ରହିବା ପରେ କେତେବେଳେ ଗଭୀର ନିଦ ତାଙ୍କୁ…

ଗଳ୍ପ : ବୋଉର ସାବିତ୍ରୀ ବ୍ରତ

ସଫଳା ଦାସ ବହୁ ଦିନ ତଳର କଥା । ମୁଁ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ସାବିତ୍ରୀ ପୂଜା ପଡିବ ବୋଲି ଶୁଣିଲି । ଆମ ସାହିର ବଡ ମାଆ ଜେଜୀ ଖରାବେଳେ ବାଡିରେ ଗପ କରୁଥିବା ସମୟରେ ଆମର ଏଗୁଡାକ ନାହିଁ ନୂଆ ନୂଆ ଥରେ ପୂଜିଲେ ଗଲା । ବର୍ଷକୁ ବର୍ଷ ପାଲା ଲଗେଇଛି । ଏ ଦୁଇଜଣ ଏମିତି…

ଗଳ୍ପ : ପରିବର୍ତ୍ତନ

ଦେବଜ୍ୟୋତି ଅବିନାଶ ଅଫିସ ବାହାର ଚା ଦୋକାନରୁ ସିଗାରେଟ ପ୍ୟାକେଟଟିଏ କିଣି ଆଣି ବସ ଷ୍ଟପରେ ଠିଆ ହେଲା ରାଜୀବ। ବସ ଷ୍ଟପର ସେଲ୍ଟର୍ ତଳେ ଛିଡା ହୋଇଥାନ୍ତି। ତା'ରି ଭଳି ଅଫିସ ଫେରନ୍ତା କେତେ ଯେ ଲୋକ। ଆହୁରି ବି ଅନେକ କିସମର ଲୋକ ସବୁ ଠିଆ ହୋଇଥାନ୍ତି ବସର ଅପେକ୍ଷାରେ। ଅଫିସର କାମ ଆଉ…

ଗଳ୍ପ : ଗୋଟିଏ ଗୁରୁବାର

ସୁସ୍ମିତା ମହାପାତ୍ର  ସବୁଦିନ ପରି ସୁକୁଟା ତ ଝାମ୍ପି ନେଲାନି ଶୁଖିଲା ପାଉଁରୁଟି ଆଉ ବିସ୍କୁଟ, ମୂରଲୀ ବାବୁଙ୍କ ହାତରୁ ! ଖେଳିଗଲାନି ତା’ ସେଥୁଆ ମୁହଁରେ ଧାରେ ତୃପ୍ତିର ହସ ! ଜୀଇଁ ଉଠିଆସିଲାନି ସେ ତା’ ଅବଶ ଦେହ ଦେହଳୀରୁ ପୁଣିଥରେ ! ବିଚଳିତ ଲାଗୁଥିଲେ ମୂରଲୀବାବୁ ବି । ସୁକୁଟାକୁ…

ଗଳ୍ପ : ପୋଡ଼ା ରୁଟି

ସସ୍ମିତା ମହାନ୍ତି  ପୋଡ଼ା ରୁଟି କ'ଣ ସତରେ ସୁଆଦିଆ !! ପିଲାଦିନୁ ଏ ପ୍ରଶ୍ନ ମୋ ମନକୁ ଆଲୋଡିତ କରେ କାରଣ ମୋ ବୋଉ ସବୁବେଳେ ଆମକୁ ଭଲ ରୁଟି ଖାଇବାକୁ ଦେଇ ନିଜେ ଦାଗ ଲାଗିଥିବା ବା ପୋଡ଼ି ଯାଇଥିବା ରୁଟି ଖାଏ। କେବଳ ପୋଡ଼ା ରୁଟି ନୁହେଁ ପୋଡ଼ି ଯାଇଥିବା ପିଠା, ପାମ୍ପଡ, ଭଜା ସବୁ…

ଗଳ୍ପ : ସଂସ୍କାର

ରଶ୍ମିତା ଦାସ ରୀନା ନୂଆ ବାହା ହେଇ ଦୁଇ ମାସ ପରେ ପ୍ରଥମ ଥର ଘରକୁ ଫେରିଛି । ଘରର କିଛି ଅସୁବିଧା ବଶତଃ ପ୍ରଥମ ଥର ଫେରିବାରେ ଡେରି ହେଇ ଯାଇଥିଲା ।ଫେରିଲା ବେଳକୁ ଘର ବନ୍ଧୁ ବାନ୍ଧବରେ ଭରି ହେଇ ଯାଇଥିଲା । ସାହି ପଡିଶା ଲୋକ ମଧ୍ୟ ଅପେକ୍ଷାରେ ଅଛନ୍ତି । ରୀନାକୁ ଦେଖିବା ପାଇଁ ।…

ଗଳ୍ପ : ଆଇଁଷ ଚିନ୍ତା

ସତ୍ୟନାରାୟଣ ଗନ୍ତାୟତ ସତ୍ୟେନ୍ଦୁ ଆଜିକାଲି କମ୍ ଖାଉଥିବା ଦେଖି ସଭିଏଁ ତା ପତ୍ନୀ ସୁତପାକୁ କହନ୍ତି, ଏତେ କମ୍ କ'ଣ ଲୋ ଖାଉଚନ୍ତି ? "ଦେଖୁଛ ତ କେମିତି ଉଙ୍ଖୁରା ଖିଆ , ତା ସହ ପୁଣି ଶାଗଡାଳ ଖିଆ ପ୍ରାଣୀଟେ ବି " ସେମାନଙ୍କ କଥାରେ କଥା ଯୋଡେ ସୁତପା ! ଏଁ, ନନ୍ ଭେଜ୍ ଜମା…

ଗଳ୍ପ : କେବଳ ତୁମର

ଶ୍ବେତପଦ୍ମା ପାଢ଼ୀ  ଆଜି ନବବର୍ଷର ପହିଲା ଦିନ । ସଞ୍ଜ ନଇଁ ଆସୁଥାଏ । ପୂରା ସୋସାଇଟି ରଙ୍ଗୀନ ଲିଚୁ ଲାଇଟରେ ଝଲସି ଉଠୁଥାଏ । ଝରକା ପାଖରେ ବସି ନିରେଖି ଦେଖି ମୁଗ୍ଧ ବିଭୋର ହେଉଥିଲେ ପ୍ରତିମା । ପ୍ରତିମା ଅନୁଭବ କରୁଥିଲେ ପ୍ରକୃତରେ ସୋସାଇଟିରେ ଶାନ୍ତି ଅଛି । ଏଇ ସୋସାଇଟିରେ ଏଇଟା…

ଗଳ୍ପ : ମଲାଜହ୍ନର ମହୋତ୍ସବ

ସାଧନା ପଣ୍ଡା ରାତିର ତୋଫା ଜହ୍ନକୁ ଚାହିଁ ତା ଭିତରେ ଖୋଜୁଥିଲା ଆଶୋକ, ତା ମନର ମଣିଷକୁ ! ଆଖିରୁ ଥପ ଥପ ବହି ଯାଉଥିଲା ଶ୍ରାବଣର ଧାରା। କାନ୍ଧରେ କାହାର ସ୍ପର୍ଶ ଅନୁଭବ କରି ସେ ପଛକୁ ଚାହିଁଲା। ଘର ଭିତରେ ଅନ୍ଧାର,,,, ସବୁ ଅସଜଡା ଭଳି ଲାଗିଲା ଅଶୋକକୁ । ଟିକିଏ ଅନ୍ୟ ମନସ୍କ ହୋଇଗଲା…