Latest Odisha News
Browsing Tag

Pala Gayak

ଗାୟକ ବାଣୀଭୂଷଣ ଗୋପାଳକୃଷ୍ଣ ଜେନା

ଯେଉଁ କେତେଜଣ ଯୁବ ଗାୟକଙ୍କ ମଧ୍ୟରେ ପାଲାର ବଳିଷ୍ଠତା, ଉଚ୍ଚମାନର ପରିବେଷଣ, ସାହିତ୍ୟର ମୁର୍ଚ୍ଛନା ଦେଖିବାକୁ ମିଳେ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଗୋପାଳକୃଷ୍ଣ ଜେନା । ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ସହ ପାଲାର ଗରିମା ଏବଂ ଗାରିମାକୁ ବଜାୟ ରଖି ସେ ଯୁଗୋପଯୋଗୀ ପାଲା ପରିବେଷଣ…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭାଧର: କବି ଓ ଗାୟକ ଲକ୍ଷ୍ମୀଧର ପଣ୍ଡା

ସାମ୍ପ୍ରତିକ ଯୁବ ଏବଂ ପ୍ରବୀଣ ଗାୟକମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଗାୟକ ଜ୍ଞାନଗୌରବ ଲକ୍ଷ୍ମୀଧର ପଣ୍ଡା । ଜଣେ ଉଜ୍ଜ୍ୱଳ ପ୍ରତିଭା ସମ୍ପର୍ଣ୍ଣ ଗାୟକ ସହ ଜଣେ ବିଶିଷ୍ଟ କବି ଭାବରେ ମଧ୍ୟ ସେ ପାଲା ଜଗତରେ ପରିଚିତ । ପାଲା ଦୁନିଆରେ ଜଣେ ଆଦର୍ଶ ଗାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି…

ପାଲା ଦୁନିଆର ଆକର୍ଷଣୀୟ ବ୍ୟକ୍ତିତ୍ୱ; ଶଙ୍କର ପଣ୍ଡା

ଭୁବନେଶ୍ୱର: ପାଲା ଜଗତର ଅମ୍ଳାନ ପ୍ରତିଭା ଶଙ୍କର ପଣ୍ଡା । ଆକର୍ଷଣୀୟ ଚେହେରା ସାଙ୍ଗକୁ ଶ୍ରୁତିମଧୁର କଣ୍ଠସ୍ୱର ଏବଂ ପ୍ରଚଣ୍ଡ ଜ୍ଞାନ ତାଙ୍କୁ ପାଲା ଦୁନିଆଁରେ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା । ୧୯୪୫ ମସିହାରେ ବର୍ତ୍ତମାନର ଖୋର୍ଦ୍ଧା ଜିଲ୍ଲାର ତଣ୍ଡାଳ ଗ୍ରାମରେ ଏକ ନୈଷ୍ଠିକ ବ୍ରାହ୍ମଣ…

ବିଚକ୍ଷଣ ପାଲା ଗାୟକ: ଅନିରୁଦ୍ଧ ପାଣିଗ୍ରାହୀ

ଭୁବନେଶ୍ୱର: ପାଲା ଜଗତରେ ଜଣେ ଚତୁର, ବିଚକ୍ଷଣ ଓ ବିଦ୍ୱାନ ଗାୟକ ଥିଲେ ଅନିରୁଦ୍ଧ ପାଣିଗ୍ରାହୀ । ହଂସଗତୀ ଓ ଉଚ୍ଚାଙ୍ଗ କଣ୍ଠ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଥିଲା । ଏହି ବିଶିଷ୍ଟ ପାଲା ଗାୟକ ୧୯୨୦ ମସିହା ନଭେମ୍ବର ୨୦ ତାରିଖ ବ୍ୟଞ୍ଜନ ଦ୍ୱାଦଶୀ ଦିନ ଭଦ୍ରକ ଜିଲ୍ଲା…

ପାଲା ଜଗତର ଅନନ୍ୟ ପ୍ରତିଭା: ସୁଧାକର ଯୁଧିଷ୍ଠିର ପରିଜା

ଭୁବନେଶ୍ୱର: ପାଲା ଜଗତର ଅନ୍ୟତମ ଉଜ୍ଜ୍ୱଳ ପ୍ରତିଭା ହେଉଛନ୍ତି ଗାୟକ ସୁଧାକର ଯୁଧିଷ୍ଠିର ପରିଜା । ପାଲାକୁ ଆଲୋଚନାଧର୍ମୀ, ତତ୍ତ୍ୱଧର୍ମୀ ଏବଂ ସମାଜ ଶିକ୍ଷାମୂଳକ କରି ଜନମାନସରେ ପ୍ରତିଷ୍ଠିତ କରିବାରେ ସେ ଏକ ଭିନ୍ନ ଭୂମିକା ଗ୍ରହଣ କରିଛନ୍ତି । ସେ ୧୯୬୦ ମସିହା ଜାନୁଆରୀ ମାସ ୧୫…

ପାଲା ଜଗତର ଖ୍ୟାତାନାମା ଗାୟକ: ବୈରାଗୀ ବେହେରା

ଭୁବନେଶ୍ୱର: ପାଲାରେ ନବ ରସ ପରିବେଷଣ କରି ସବୁ ବର୍ଗର ଦର୍ଶକଙ୍କ ମନକୁ ବାନ୍ଧିରଖି ପାରୁଥିବା ସଫଳ ଗାୟକ ହେଉଛନ୍ତି ବୈରାଗୀ ବେହେରା । ପୁରାତନ ପାଲାକୁ ସେହି ପୁରୁଣା ଢଙ୍ଗରେ ସେ ଏଭଳି ରସସିକ୍ତ କରିଥାନ୍ତି ଯେ, ତାଙ୍କ ପାଲା ଯାହା କାନରେ ଥରେ ବାଜିଯାଏ ଶେଷ ପର୍ଯ୍ୟନ୍ତ ସେ ଉଠି…

ପାଲା ଜଗତର ଅନନ୍ୟ ପ୍ରତିଭା: ଗାୟକ ସୁଧାକର ପରମାନନ୍ଦ ଶରଣ

ଭୁବନେଶ୍ୱର: ପାଲା ଗାୟନ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଥିବା ଅନ୍ୟଜଣେ ପାଲା ଗାୟକ ହେଉଛନ୍ତି ପରମାନନ୍ଦ ଶରଣ । ତାଙ୍କ କଣ୍ଠସ୍ୱର ଏତେ ସୁମଧୁର ଯେ, ଲୋକେ କହନ୍ତି ସେ ପାଲା ଗାଇଲେ ଅମୃତ ବର୍ଷା ହୁଏ । ପରମାନନ୍ଦ ଶରଣଙ୍କ ଜନ୍ମ ୧୯୧୭ ମସିହା ନଭେମ୍ବର ମାସରେ । ଯାଜପୁର ଜିଲ୍ଲା ଧର୍ମଶାଳା…

ସଫଳ ଦ୍ୱିଭାଷୀ ଗାୟନାଚାର୍ଯ୍ୟ ରାଧେଶ୍ୟାମ ପଣ୍ଡା

ଭୁବନେଶ୍ୱର: ଘର ତାଙ୍କର ସମ୍ବଲପୁର ଜିଲ୍ଲାରେ, ମାତୃଭାଷା ସମ୍ବଲପୁରୀ । ହେଲେ ସେ ଉଭୟ ଓଡିଆ ଏବଂ ସମ୍ବଲପୁରୀ ଭାଷାରେ ପ୍ରାଞ୍ଜଳ ପାଲା ପରିବେଷଣ କରି ସାରା ରାଜ୍ୟରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ଏହି ବିରଳ ପ୍ରତିଭାବନ୍ତ ଗାୟକ ହେଉଛନ୍ତି ରାଧେଶ୍ୟାମ ପଣ୍ଡା । ୧୯୫୮ ମସିହା…