Latest Odisha News

BREAKING NEWS

Browsing Tag

Pm Narendra Modi

ଅଚାନକ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ରବିବାର ସକାଳୁ ସକାଳୁ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜ ସାହିବରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପୂର୍ବରୁ କିଛି ସ୍ଥିର ହୋଇ ନଥିଲା । ସାଧାରଣ ଲୋକଙ୍କ ଭଳି ହଠାତ ଗୁରୁଦ୍ୱାରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି…

ବିଜୟ ଦିବସ: ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ୫୦ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କରିଛନ୍ତି । ଦିଲ୍ଲୀର ନ୍ୟାସନାଲ୍ ଓ୍ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ସ୍ୱର୍ଣ୍ଣିମ ବିଜୟ…

ଚାଷୀଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନିଜ ଜିଦରେ ଅଟଳ ଅଛନ୍ତି କୃଷକ ସଂଗଠନ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତଥାପି ସରକାର ବିକଳ୍ପ ରାସ୍ତା ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ଆନ୍ଦୋଳନରୁ ଓହରିବାକୁ ଚାଷୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ନୂତନ ସଂସଦ ଭବନର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ ନୂତନ ସଂସଦର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସର୍ବଧର୍ମ ପ୍ରାର୍ଥନାରେ କମ୍ପିଲା ଭୂମି ପୂଜନ ସ୍ଥଳ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର…

ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଢ଼େ ୧୨ଟା ବେଳେ ଭୂମି ପୂଜନ ରହିଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରାୟ ଦୁଇ ଶହ ଅତିଥି । ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗ ଦେବେ…

ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ, କିଛି ସପ୍ତାହ ଭିତରେ ଆସିପାରେ କରୋନା ଟିକା

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । ଆଗାମୀ କିଛି ସପ୍ତାହ ଭିତରେ ମିଳିପାରେ କରୋନା ଟିକା । କେବଳ ବିଶେଷଜ୍ଞଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା ରହିଛି । ଆଜି ସର୍ବଦଳୀୟ ବୈଠକ ପରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଦେଶରେ କରୋନା ସ୍ଥିତି ନେଇ ଆଜି ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି କ'ଣ ରହିଛି ? ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସୁଛି ସର୍ବଦଳୀୟ ବୈଠକ । କୋଭିଡ୍ ସ୍ଥିତି ସମ୍ପର୍କରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହାସହ କେନ୍ଦ୍ର ସରକାରଙ୍କ ଭ୍ୟାକସିନ୍ ପ୍ଲାନ ସମ୍ପର୍କରେ ବି…

ପ୍ରଧାନମନ୍ତ୍ରୀଙ୍କ ଭ୍ୟାକସିନ୍ ଟୁର୍: ୩ଟି ସହର ଗସ୍ତ, ଟିକା ପ୍ରସ୍ତୁତିର କରିବେ ତଦାରଖ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାର ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଟି ସହର ଗସ୍ତ କରିବେ । ଟିକା ବିକଶିତ କାମରେ ଲାଗିଥିବା ତିନିଟି କମ୍ପାନୀକୁ ଯିବେ ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦରେ ଜାଇଡସ୍‌ ବାୟୋଟେକ୍‌ ପାର୍କ, ପୁନେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ…

ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ କାଳରେ ପରୀକ୍ଷା ନେଇ ଜାତୀୟ ଗାଇଡଲାଇନ୍ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି, ପ୍ରବେଶିକା ପରୀକ୍ଷା ଓ ଉଚ୍ଚ…

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକା ବଣ୍ଟନ ଉପରେ ୩ଟି କଥା କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକାକୁ ନେଇ ଓଡ଼ିଶାର ରୋଡ ମ୍ୟାପ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ଟିକା ବଣ୍ଟନ ନେଇ ଓଡ଼ିଶାରେ ଏକ ସିଷ୍ଟମ ପ୍ରସ୍ତୁତ ରହିଛି। ଟିକା ଆସିଲେ କେଉଁ ମାନଙ୍କୁ ପ୍ରାଥମିକତା ଦିଆଯିବ ସେକଥା କହିଥିଲେ…