Latest Odisha News

BREAKING NEWS

Browsing Tag

russia-ukraine-war

ତୋପ ମାଡରେ ଖିନଭିନ ୟୁକ୍ରେନର ବଖମୁଟ; ଚାଲି ଚାଲି ସହର ଛାଡି ପଳାଉଛନ୍ତି ଲୋକେ

ନୂଆଦିଲ୍ଲୀ:ଏକ ବର୍ଷରୁ ଅଧିକ ହେଲାଣି । ତଥାପି ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ । ଯୁଦ୍ଧରେ ଦୁଇ ଦେଶ ଅନେକ କିଛି ହରାଇ ସାରିଲେଣି । ୟୁକ୍ରେନର ଅନେକ ଇଲାକା କବ୍ଚା କରିନେବା ପରେ ଏବେ ଏବେ ରୁଷ ସେନା ବଖମୁଟକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି । ବିଦେଶୀ ଖବର ଏଜେନ୍ସି ଏପିର ସୂତ୍ରରୁ…

ରୁଷର ବେଲୁନ ରଣନୀତି; ୟୁକ୍ରେନ ଆକାଶରେ ଉଡୁଛି ଗୁଇନ୍ଦା ବେଲୁନ

ମସ୍କୋ: ଗୁଇନ୍ଦା ବେଲୁନକୁ ନେଇ ଏବେ ରାଜନୀତି ଜୋର ଧରିଛି । ଆମେରିକା ଆକାଶରେ ଏକାଧିକ ବେଲୁନ ଉଡିବା ପରେ ଆମେରିକା-ଚୀନ ବିବାଦ ବଢିବାରେ ଲାଗିଛି । ଏପଟେ ରୁଷ ସେନା ୟୁକ୍ରେନ ଆକାଶରେ ଛାଡିଛି ଗୁଇନ୍ଦା ବେଲୁନ । ଗୁଇନ୍ଦା ବେଲୁନ ୟୁକ୍ରେନ ଆକାଶରେ ଛାଡି ଏହାର ବାୟୁ ପ୍ରତିରକ୍ଷା…

ଯୁଦ୍ଧରେ ସାହସିକତା ଦେଖାଇଥିବା ୟୁକ୍ରେନ୍ କୁକୁରକୁ ସମ୍ମାନିତ କଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଖାପାଖି ଅଢ଼େଇ ମାସ ହେଲାଣି ରୁଷ-ୟୁକ୍ରେନ୍ ଭିତରେ ଯୁଦ୍ଧ ଚାଲିଛି । ଯୁଦ୍ଧରେ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଛି । ଲୋକ ନିଜ ସୁରକ୍ଷା ପାଇଁ ଆଗେଇ ଆସିଥିବା ବେଳେ ଲୋକଙ୍କ ସୁରକ୍ଷାରେ ପଶୁ ବି ନିଜକୁ ସାମିଲ କରିଥିଲେ । ଯୁଦ୍ଧରେ ହିରୋ ସାଜିଥିବା ୟୁକ୍ରେନ…

ଭାରତ ନିରପେକ୍ଷ ହୋଇ ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିବନି

ଭୁବନେଶ୍ୱର: ଭାରତ ର ନିରପେକ୍ଷତା ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବନି । ଯେବେ ଠାରୁ ଯୁଦ୍ଧ ଆରମ୍ଭ ହେଲାଣି ଭାରତ ଶାନ୍ତି ପାଇଁ ଆହ୍ୱାନ କରୁଛି । ଆଉ ସମସ୍ତ କାର୍ୟ୍ୟାନୁଷ୍ଠାନରୁ ଦୂରେଇ ରହୁଛି । ଋଷିଆ କୁ ଯୁଦ୍ଧ ବିରତି କରିବାକୁ ଆହ୍ୱାନ କରୁଛି । ହେଲେ ତା ବିରୋଧରେ ଛିଡ଼ା ହେବାକୁ…

ୟୁକ୍ରେନ୍‌-ଋଷିଆ ଯୁଦ୍ଧ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ ଋଷିୟ କଳାକାର

ଭୁବନେଶ୍ୱର: ଦିନକୁ ଦିନ ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅସାନ୍ତି ବଢିବାରେ ଲାଗିଛି । ଉଭୟ ଦେଶ ତଥା ଅନ୍ୟ ଦେଶର ଲୋକେ ଯୁଦ୍ଧରେ ବିରାମ ଲଗାଇବାକୁ ଅନୁରୋଧ କରିବା ସହ ଆନ୍ଦୋଳନ କରୁଛନ୍ତି । ଏପରି ସ୍ଥିତିରେ ଯୁଦ୍ଧ ରୋକିବା ଲାଗି ଜଣେ ଋଷିୟ କଳାକାର ଅଭିନବ…

NATO ବିରୋଧରେ ବଡ଼ ବୟାନ ଦେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୭ ଦିନରେ ପହଞ୍ଚିଲାଣି ରୁ୍ଷ୍-ୟୁକ୍ରେନ୍ ଲଢ଼େଇ । ରୁଷ୍ ଜୋରଦାର ହମଲା କରୁଛି । ଶକ୍ତିଶାଳୀ ପୁଟିନ୍ ସେନା ଆଗରେ ମୁଣ୍ଡ ନୁଆଇବା ସ୍ଥିତିରେ ନାହିଁ ଯୁକ୍ରେନ୍ । ଏଭଳି ସ୍ଥିତିରେ ନାଟୋ ବିରୋଧରେ ବଡ଼ ବୟାନ ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ନାଟୋ…

ଯୁଦ୍ଧରେ ଗଲାଣି ୟୁକ୍ରେନର ୯୦୦ ସଧାରଣ ଲୋକଙ୍କ ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲମ୍ବୁଛି ରୁଷ-ୟୁକ୍ରେନ୍ ଯୁଦ୍ଧ । ୨୬ ଦିନରେ ତେଜିବାରେ ଲାଗିଛି ଯୁଦ୍ଧ । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜୋରଦାର ଚାଲିଛି । ଯୁଦ୍ଧରେ ସାଧାରଣ ଲୋକଙ୍କ ଜୀବନ ଯାଉଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୟୁକ୍ରେନର ୯ଶହରୁ ଅଧିକ ଲୋକଙ୍କର ଜୀବନ ଗଲାଣି ।…

[ଦେଖନ୍ତୁ ଭିଡିଓ] ୟୁକ୍ରେନର ସପିଂ ମଲରେ ରୁଷର ଭୟଙ୍କର ବିସ୍ଫୋରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୬ ଦିନରେ ପହଞ୍ଚିଛି ରୁଷ-ୟୁକ୍ରେନ୍ ଲଢ଼େଇ । ଅଧିକ ହିଂସ୍ର ହୋଇ ଉଠିଛି ପୁଟିନ୍ ସେନା । ସେପଟେ ପ୍ରତିଆକ୍ରମଣକୁ ବି ଜୋରଦାର କରିଛି ୟୁକ୍ରେନ୍ । ଆଜି କିଭର ଏକ ସପିଂ ମଲରେ ଭୟଙ୍କର ବିସ୍ଫୋରଣ କରିଛି ରୁଷ୍ ସେନା । ରେଟ୍ରୋଭିଲ୍ ସପିଂ ମଲକୁ ଉଡ଼ାଇ ଦେଇଛି ।…

ୟୁକ୍ରେନରେ ମୃତ ମେଡିକାଲ ଛାତ୍ର ନବୀନଙ୍କ ମୃତଦେହ ବେଙ୍ଗାଲୁରୁରେ ପହଞ୍ଚିଲା

ବେଙ୍ଗାଳୁରୁ: ୟୁକ୍ରେନ୍ ଖାରକିଭରେ ରୁଷ ସେନାର ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଭାରତୀୟ ମେଡିକାଲ ଛାତ୍ର ନବୀନ ଜ୍ଞାନଗୌଦରଙ୍କ ମୃତଦେହ ବେଙ୍ଗାଳୁରୁରେ ପହଞ୍ଚିଛି । ମାର୍ଚ୍ଚ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୦ ଦିନ ପରେ ମରଶରୀର ଭାରତରେ ପହଞ୍ଚିଛି । ବେଙ୍ଗାଳୁରୁ…

ଜେଲେନସ୍କିଙ୍କ ବଡ଼ ବୟାନ: ଆଲୋଚନା ପାଇଁ ପୁଟିନ ରାଜି ନହେଲେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୬ ଦିନରେ ପହଞ୍ଚିଲାଣି ରୁଷ-ୟୁକ୍ରେନ୍ ଯୁଦ୍ଧ । ମିସାଇଲ୍, ରକେଟ୍ ଓ ଟ୍ୟାଙ୍କ ମାଡ଼ରେ ୟୁକ୍ରେନର ଅନେକ ସହର ଛାରଖାର ହୋଇ ଗଲାଣି । ବହୁ ଜୀବନ ବି ଗଲାଣି । ଯୁଦ୍ଧ ଲମ୍ବୁଥିବା ବେଳେ ଭୟାବହ ସ୍ଥିତି ବି ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ବଡ଼ ବୟାନ ଦେଇଛନ୍ତି…