କବିତା : ମଉଳା ଗଜରା
ଭାରତୀ ସରିତା ମହାନ୍ତି
ମନ ପ୍ରଜାପତି ଉଡି ବୁଲୁଥିଲା
ଡେଣା ଦୁଇ ହେଲା ଚ୍ୟୁତ
ରଙ୍ଗହୀନ ଦେହ ତୁଟାଇଲା ମୋହ
ଝୁରେ ବସି ସେ ଅତୀତ।
ଜହ୍ନ ଆଲୁଅରେ କୁଞ୍ଜ ବନେ ନିତି
ଫୁଲର ସୌନ୍ଦର୍ଯ୍ୟ ଦେଖେ
ରଙ୍ଗହୀନ ସେହି ଜୀବନକୁ ନେଇ
କେମିତି ବଞ୍ଚିବ ସୁଖେ?
ଫଗୁଣର ରଙ୍ଗ ପଡିଗଲା ଫିକା…