Latest Odisha News

BREAKING NEWS

Browsing Tag

Sabu dina Sahitya

କବିତା : ଶବ ଗଣା

ଗଦାଧର ସାହୁ  ସର୍ବଦଳୀୟ ବୈଠକ ଡାକ ସମସ୍ତେ ମିଶି ଶବ ଗଣିବା । କୋଉଠୁ ଆରମ୍ଭ କରିବା ଏ ଶବ ଗଣା ? କେମିତି ଗଣିବା ? କେତେ ଗଣିବା ? ଛାତିରେ ହାତ ରାଖି ସତ କୁହ ଆତ୍ମୀୟସ୍ଵଜନଙ୍କୁ ଗଣିବାକୁ ଧୈର୍ଯ୍ୟ ଅଛି ତ ? ଗଣିବା ନା ସେଇଠି ଅଟକିବା ? ନିଜକୁ , ଶତ୍ରୁକୁ,…

ଗଳ୍ପ : ବିଶ୍ୱାସର ବ୍ରତ

ସ୍ନେହଲତା ଚୌଧୁରୀ  ଭାଇ ଆଜି ସାବିତ୍ରୀ ବ୍ରତ। ମୁଁ ମେଡିକାଲରେ ଥିଲେ କଣ ହେଲା? ମୁଁ ଆଜି ଏଇଠି ସାବିତ୍ରୀ ବ୍ରତ କରିବି। ତୁ ମୋ ପାଇଁ ସବୁ ଜିନିଷ ଆଣିଦେ। ଭାଇର ଆଖି ଲୁହରେ ଜକେଇ ଆସିଲା, ନୀରବ ହୋଇ ଠିଆ ହୋଇଛି, ତା ପାଖରେ ଭାଷା ନାହିଁ କଣ କହି ଲିନାକୁ ବୁଝାଇବ। ଗତ ଦୁଇ ତିନି…

କବିତା : ପ୍ରୀତି ଫଲଗୁ

ନିରଞ୍ଜନ ସେଠୀ (କବି ଚନ୍ଦ୍ର) ପୂର୍ଣ୍ଣିମାର ଚାନ୍ଦ ପଦ୍ମ କମଳ ପ୍ରୀତି ପାରାବର ଛିଟା ପଲ୍ଲବିତ ଛଳେ ମଦିରା ମଲ୍ହାର କଢ଼ ଧରି ହୁଏ ଗୋଟା । କଣ୍ଟକ ଆଘାତ ଭୟ ଦାବାନଳେ ଛାତିରେ ଛନକା ଅତି ବିଭବ ମଣ୍ଡଳେ ବୈରୀ ପରାଭବ ତା ସାଥେ ସୃଜଇ ଭୀତି । ଭଙ୍ଗୁର ପଥ ଭଗ୍ନ ପାନ୍ଥଶାଳା ବିଭାବରୀ…

ଗଳ୍ପ : ତଥାପି ତୁମେ

ପରମେଶ୍ବର ଓଝା    ସକାଳୁ ଗାଧୋଇ ସାରି ଆଇନା ସାମ୍ନାରେ ଛିଡା ହୋଇ ସିନ୍ଥିରେ ସିନ୍ଦୂର ଲଗାଉଛି ତ ଠିକ୍ ଏହି ସମୟରେ  ଗୋଟେ ଅଜଣା ନମ୍ବରରୁ କଲ୍ ଆସିଲା , ପ୍ରାୟତଃ ଅଜଣା ନମ୍ବର ମୁଁ ରିସିଭ କରେନି । ତେଣୁ ତିନି ଥର ପରେ ଚାରିଥର ବେଳକୁ ମୁଁ କଲ୍ ଟି ରିସିଭ କରି ନୀରବ ରହିଲି । କିଛି…

କବିତା : ଶ୍ରଦ୍ଧାଞ୍ଜଳି

ଆରତୀ ପଟ୍ଟଯୋଷୀ  ( ରଘୁନାଥ ମହାପାତ୍ରଙ୍କ ସ୍ମରଣେ ) ପାଷାଣେ ଜୀବନ ଦେଉ ଦେଉ ଶିଳ୍ପୀ ତୁମେ ହୋଇଲ ପଥର, ସନ୍ତାନ ସହିତ ସରଗେ ରହିଲ ଛିଣ୍ଡାଇ ସମ୍ପର୍କ ଡୋର। ଗୁମୁରୀ କାନ୍ଦୁଛି କୋଣାରକ ଏଠି ତୁମ ହାତ ଛୁଆଁ ପାଇଁ, ଆଉ ସେ ସାହାସ କିଏ ବା କରିବ କାନ୍ଦେ ଶିଳା କଇଁ କଇଁ।…

ଗଳ୍ପ : ସଟଡାଉନ ମଟନ୍ କଷା

ପ୍ରଶାନ୍ତ କୁମାର ବେହେରା  ରବିବାର ଦିନ ବାରଟା ସୁଦ୍ଧା ସୁନୀତା ମଟନ୍ କଷାରେ ଆବଶ୍ଯକୀୟ ପାଣି ଢାଳି ଦେଇ ତରତର ହୋଇ ମୋବାଇଲ୍ ଧରି ଡ୍ରଇଙ୍ଗ୍ ରୁମରେ ବସି ପ୍ରଥମ କଲ୍ କଲା । ସେପଟୁ ରିଙ୍ଗ୍ ସାଉଣ୍ତ ଶୁଣି ସଜାଗ ହୋଇଗଲା କ'ଣ ସବୁ କଥାବାର୍ତ୍ତା କରିବ ତା କଲେଜ ବେଳର ସାଙ୍ଗ ସଞ୍ଜୁ ସହିତ…

କବିତା : ସଖା

 ଲକ୍ଷ୍ମଣ ସାହୁ  ବିସ୍ତୀର୍ଣ୍ଣ ସାଗର ବେଳାର ବିକ୍ଷିପ୍ତ ବାଲୁକା ରାଶିରେ ଶାମୁକାର ସମାହାରେ ଖୋଜୁଥାଏ ମୋ ଅତୀତ ସ୍ମୃତି ଏବେ ଅନାହତ ଖୁସିର ଶାମୁକାଟିଏ । ଖୋଜୁଥିଲି....... କୋଣାର୍କର ଭଗ୍ନ ମୁଖଶାଳେ ଦେଖୁଥିଲି ଅଭଙ୍ଗା ନର୍ତ୍ତକୀ ନୃତ୍ୟରତା ମୋ ପ୍ରିୟାର ମୁଖ ପାଦର…

କବିତା : ଅସମାପ୍ତ ନାଟକ

ମମତା ପ୍ରିୟଦର୍ଶିନୀ ସାହୁ  ଏ କ'ଣ ! ଏବେ ତ ରାତି ପାହିବାକୁ ବାକି ଥିଲା ଆହୁରି ସମୟ , ଶେଷ ଅଙ୍କ ପ୍ରସାରଣ ପାଇଁ ଢେର ସାରା ଦୃଶ୍ୟ ବଳକା ରହିଗଲା ! କେବଳ ମାତ୍ର ଅତିକ୍ରମିତ ହେଇଥିଲା ଅଳ୍ପ ପାହାଚ , ମଞ୍ଚ ଉପରକୁ ଉଠିବା ତ ଖୁବ୍ ଦୂରର କଥା , ଭଲ ରେ ପ୍ରଲେପ ବି…

କବିତା : ଅସରା

ପ୍ରଦୀପ କୁମାର ପଣ୍ଡା  ସବୁକିଛି ସରି ଯାଇନି ବସୁଧାରୁ ଯାହା ଚକିତ କରେ ଆମକୁ, ଯେମିତି ତୁମ ଆକାଶର ମେଘ। ଆକାଶର ନୀଳିମାର ବି ଏକ ପରିମାପ ଅଛି, ଆଉ ଟିକିଏ ଅଧିକା କି କମ ହୋଇ ଯାଇଥିଲେ ବିଗିଡି ଯାଇଥାନ୍ତା ଯେମିତି ବସୁଧାର ସଂଘଠନ । ହାଡ଼ମାଂସର ଖତରେ ଗାଢ଼ ହୁଏ ଅରଣ୍ୟର…

ଗଳ୍ପ : କରୋନା କାହାଣୀ

ବନ୍ଦିତା ଦାଶ    ଶୀତ ନୂଆନୂଆ ଆସିଥାଏ। ବାଡିବଗିଚାରେ ନାନା ପ୍ରକାରର ଗେଣ୍ଡୁ ଫୁଲ। ସଦ୍ୟକଟାଯାଇଥିବା ଧାନକିଆରୀ । ନାନା କିସମର ପନିପରିବାର ଥାଟରେ ବାଡି ହସୁଥାଏ। ଉଣେଇଶିଶହ ଅଣାନବେର କଥା। ଏମ୍.ଫିଲ୍ କରୁଥାଏ ରେଭେନ୍ସାରେ । ସତ୍ୟଭାମାର ଚିଠିପାଇଲି। ବାହାଘର ଠିକ୍ ହୋଇଯାଇଚି।ମୋତେ ଓ…