Latest Odisha News

BREAKING NEWS

Browsing Tag

Sabu dina Sahitya

ଗପ : ପୋଡ଼ା ଅଙ୍ଗାର

ଶ୍ରୀୟା                                                                              ନୀରବ ଆଉ ନିଃଶବ୍ଦରେ ସେ ଆଙ୍କିଯାଏ । କେବେ ପୋଡ଼ା ଅଙ୍ଗାରର କଳା କଳା ଗୁଣ୍ଡ ଗୁଡ଼ା ନଖ କୋଣରେ ପଶି ବିଚିକିଟିଆ ଦିଶେ ତ କେବେ ନାଲି ନେଳୀ ରଙ୍ଗ ଛିଟିକା ପଡ଼ି ମୁହଁ ଟା ବିକୃତିଆ ଦିଶେ…

ନିଶାକର ବାବୁଙ୍କ ପିଲାଦିନ: ସିଂହପୁରରେ ଖିଆପିଆ

ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । କୋରାପୁଟର ମାଳ ଅଞ୍ଚଳରେ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ ସମୟ ସେ କାମ କରିଛନ୍ତି । ଜାତିରେ ପାଣ ବୈଷ୍ଣବ । ଖରସୁଆଁ ନଇକୂଳ ସିଂହପୁର ଗାଁର ଲୋକ ସେ । ତାଙ୍କ ବାପାଙ୍କର ନାମ ଭାଇଗି ଦାସ ଆଉ ବୋଉଙ୍କର ନାଁ ସର ଦେଈ । ବାପାଙ୍କୁ ମିଶାଇ…

କବିତା: ମହିଷାମର୍ଦ୍ଦିନୀ ଓ ବର୍ତ୍ତମାନ

ସଞ୍ଜିତା ପ୍ରଧାନ  ନାରୀ ଶକ୍ତି ରୂପେ ମହିଷାମର୍ଦ୍ଦିନୀ                                        ଆସ ମା' ଗୋ ଧରା ଧାମେ ସହସ୍ର ଅସୁର ଉତ୍ପାତରେ ଆଜ ନାରୀ ସୁପ୍ତ ତା'ର ନାମେ । ମିଛ ପ୍ରହସନେ ପ୍ରତାରିତ ହୁଏ ଛଳନା ର ମାୟା ଜାଳେ କ୍ଷୁର୍ଣ୍ଣ ହୁଏ ତା'ର ମାନ ଓ ସମ୍ମାନ…

କବିତା : ସର୍ବୋତ୍କୃଷ୍ଟ

 ଜ୍ଞାନ ରଞ୍ଜନ କର ପାହାଡ଼ ଅଗର ଫୁଲଟିଏ ମୁଁ,                        ଦୂରରୁ ସମସ୍ତଙ୍କୁ ଆକର୍ଷିତ କରେ, ହେଲେ ପାଖକୁ ଆସନ୍ତିନି କେହି। ନାଗସର୍ପର ସର୍ବୋତ୍କୃଷ୍ଟ ବିଷ ମୁଁ, ମୋତେ ଲୋକ ପୂଜା କରନ୍ତି, ଆଉ ଦଂଶନକୁ ଭୟ ବି। ପଙ୍କ ପୋଖରୀର ପଦ୍ମଟିଏ ମୁଁ, ମୁଁ ସଭିଙ୍କ…

କବିତା : ନାରୀଶ୍ଵର

ମନୋଜ ରଥ ଦିନେ ହୁଏତ ଦପ୍ ଦପ୍ ଲିଭି ଯିବ ସୂର୍ଯ୍ୟ ଜହ୍ନ ଏକ ଭଦ୍ର ଲୋକ ଦେଖେଇବ ଅଂଧାରରେ ତା' ଅପର ପାଶ୍ୱ । ଦିନେ ହୁଏତ ରୁଦ୍ରାକ୍ଷ ଭଳି ତପସ୍ୱୀ ଆକାଶ ହାତରୁ ବିଛେଇ ହେଇ ତଳେ ପଡିଯିବେ ସବୁ ନକ୍ଷତ୍ର , ଏକେ ୪୭ ଗୁଳିରେ ବିଦ୍ଧ ଏକ ସହିଦର ଛାତି ଭଳି ଆକାଶର ଛାତିରେ ଥିବ…

ଗଳ୍ପ: ଝିଅଜନ୍ମ

ଶ୍ରୁତକୀର୍ତ୍ତି ତ୍ରିପାଠୀ                                                            ମୁକ୍ତା ଦେହରେ ଆଜି ବାଡ଼ୁଅ ପାଣି ପଡ଼ିଛି । ତା ପାପୁଲିକୁ ରଙ୍ଗେଇଛି ମଞ୍ଜୁଆତିରେ, ନାକରେ ନୋଥ ଓ କାନରେ ଝୁମ୍ପା, ଅଣ୍ଟାରେ ଅଣ୍ଟାସୂତା, ହାତରେ ପିତ୍ତଳ ଖଡ଼ୁ ଏବଂ ପାଦରେ ପାଉଁଜି ।…

ଗପ : ଲୋଭର ନିରୀହତା

ପ୍ରସେନଜିତ ସେଠୀ                                                                  ହରିଆ ଜଣେ ଗରିବ ଦିନ ମଜୁରିଆ। ଚାଷ ଜମି ଖଣ୍ଡେ ମଧ୍ୟ ନାହିଁ ତାର। ମଜୁରି ଲାଗିଲେ ଖାଇବ, ନହେଲେ ଉପାସ୍। ଦିନକୁ ୨୦୦ ରୁ ୩୦୦ ଟଙ୍କା ମଜୁରି ପାଏ, ତାହା ବି ଝାଳବୁହା ପରିଶ୍ରମ କରି। ମଝିରେ…

ଗପ: ଭିଜା ମାଟିର ବାସ୍ନା

ସନ୍ତୋଷ କୁମାର ରଣା ମେ ମାସର ଉଦୁଉଦିଆ ଖାରବେଳ । ଗ୍ରୀଷ୍ମ ରବି ସତେ କି ଅଗ୍ନିବର୍ଷା କରୁଥିଲେ । ଡମଣା ଛକ ଆଡୁ ମାଡି ଆସୁଥିବା ଖଣ୍ଡିଆଭୂତଠୁ ରକ୍ଷା ପାଇବା ପାଇଁ ପଟିଆ ହାଟର ବିକ୍ରେତା ସବୁ ଆଶ୍ରୟ ନେବା ପାଇଁ ଦୌଡୁଥିଲେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଅସରାଏ…

କବିତା : “ମୋ ବିଦ୍ୟାଳୟ କାନ୍ଦୁଛି”

ମାୟାଧର ସାହୁ ମୋ ବିଦ୍ୟାଳୟ କାନ୍ଦୁଛି,                                                ଜରାଜୀର୍ଣ୍ଣ ହୋଇ ପଡ଼ିଛି। କବାଟ ଝରକା ଉଈ ଚରିଲାଣି, ଗେଟ୍ ର ତାଲା କଳଙ୍କି ହେଲାଣି। ସହରି ପିଲାଏ ଅନ୍ ଲାଇନ୍ ପାଠ ପଢୁଛି, ଗାଁ ପିଲାଏ ନ‌ଈନାଳେ ମାଛ ଧରୁଛି। ମୋ ବିଦ୍ୟାଳୟ…

ନିଜକୁ ରମାକାନ୍ତ ସାମନ୍ତରାୟ ମନେ କରି ବା ଅନ୍ଧାର ଦିଅ ଆଲୁଅ ନିଅ

ଶୈଲେନ ରାଉତରାୟ                                                  ଲାରେ ଲାପା ଲାରେ ଲାପା ଡାକେ କୋଇଲି । କୋଇଲିର ଡାକ ଶୁଣି ବୁଲି ପଇଲି । ଦେଖିଲି ସେ ପିକ ନୁହେଁ ଅଟେ ମୟୂର । ମୟୂରର ଶୋଭା ଦେଖ କି ମନୋହର । ମୟୂର ପାଖରେ ଦେଖିଲା ବେଳକୁ ବୁଲୁଚି ରଜା । ରଜା…