Latest Odisha News

BREAKING NEWS

Browsing Tag

Sabu dina Sahitya

ଗଳ୍ପ : ଆକାଶ କଇଁଆ ଚିଲିକା ମାଛ

ଶ୍ୱେତପଦ୍ମା ପାଢ଼ୀ  ସ୍ବପ୍ନ ଯାହା ପରିପ୍ରକାଶ କରିଥାଏ ମନର ଆଶା, ଆକାଂକ୍ଷା ଓ ଉଦ୍ଦୀପନାକୁ । ସ୍ବପ୍ନ ଯାହା ନିଦ୍ରାର କିଛି ସମୟ ପରେ ଅସ୍ଵେଚ୍ଛାକୃତ ମନରେ ଉତ୍ପନ ହେଉଥିବା ଛବି,ବିଚାର, ଭାବନା, ସମ୍ବେଦନଶୀଳତାର ମିଶ୍ରଣ ଅଟେ । ସ୍ବପ୍ନ ଯାହା ରାତିରେ ଶୋଇଲା ବେଳେ ଦେଖାଯାଏ, ବରଂ…

କବିତା : ସବୁ ଠିକହେବ

 ସଞ୍ଜିତା ପ୍ରଧାନ  ପଥ ବହୁଦୂର , ଅନେକ ଚାଲିବାକୁ ବାକି ଅଛି, ପାଦରେ କଣ୍ଟା ଫୁଟିବ ରକ୍ତାକ୍ତ ବି ହେବ, ତା' ବୋଲି କ'ଣ ଚାଲିବା ବନ୍ଦକରି ବସିପଡ଼ିବ ? ଏ ଜୀବନ ବସିବାର ସୁଯୋଗ ଦିଏନି, ଯିଏ ବସିଯାଏ ତାର ଭାଗ୍ୟ ବି ବସିଯାଏ । ଏମିତି ହୋଇଥିଲେ ଏମିତି ହୋଇଥାନ୍ତା, ଏହା ଦୁର୍ବଳ…

ଅନୁବାଦ ଗଳ୍ପ : ଟାଙ୍ଗାବାଲା ମହମ୍ମଦ

ମୂଳ ସିନ୍ଧି: ରାମ ପଞ୍ଜୱାନୀ  ଦେଶ ଭାଗ ଭାଗ ହେବାକୁ ତଥାପି କିଛି ଦିନ ବାକି ଥିଲା ।ହେଲେ ବିଭାଜନର ସବୁ ଯୋଜନା ପ୍ରସ୍ତୁତ ହୋଇ ସାରିଥିଲା । ଏ ଖବର ସିନ୍ଧୁ ପ୍ରଦେଶର ହିନ୍ଦୁମାନଙ୍କୁ ଗୋଟାପଣେ ବ୍ୟସ୍ତବିବ୍ରତ କରିପକାଇଥିଲା । କିନ୍ତୁ ଏ ସମ୍ବାଦ ଶୁଣି ମୁସଲମାନ ଲୋକମାନେ ଖୁବ୍…

କବିତା : ଫୁଲ ଓ ଭଅଁର

ମିଥୁନ୍ ନାଏକ  ଫୁଲକୁ ଦେଖିକି ଭଅଁର କହଇ ଶୁଣ ଶୁଣ ପ୍ରିୟତମା, ତୁମେତ ନଥିଲେ ମୋହର କି କାର୍ଯ୍ୟ ନାହିଁ ମୋର ବି ଗଣନା । ତୁମେ ମୋ ଜୀବନ ତୁମେ ମୋ ସପନ ତୁମେ ମୋ ଜୀବର ଧନ, ତୁମ ବିନା କିବା ବଞ୍ଚି ମୁଁ ପାରିବି କୁହ ଆହେ ପ୍ରାଣଧନ । ଶୟନ ସପନେ ଅବା ଜାଗରଣେ ତୁମ କଥା…

ଅନୁବାଦ କବିତା : ଗିଟର

ମୂଳ ରଚନା : ଫ୍ରେଡେରିକା ଗାର୍ସିଆ ଲୋରକା ଗିଟର କାନ୍ଦିବାକୁ ଆରମ୍ଭ କଲା । ସଦ୍ୟ ସକାଳରେ ପିଉଥିବା କପଗୁଡ଼ିକ ଭାଙ୍ଗି ଚୁର୍ଣ୍ଣ ବିଚୂର୍ଣ୍ଣ ହୋଇଗଲେ। ଗିଟର କାନ୍ଦିବାକୁ ଆରମ୍ଭ କଲା ତୁମେ ତାକୁ ବନ୍ଦ କରି ପାରିବ ନାହିଁ । ତାକୁ ଚୁପ କରିବା ଅସମ୍ଭବ ପାଣି ବା ବରଫ ଉପର ଦେଇ…

କବିତା : ବାଡ଼ି ପୋଖରୀ

ରବି ପଣ୍ଡା  ପ୍ରିୟ ମୋର ଭାରି ମୋ' ବାଡି ପୋଖରୀ, ତୁଠରେ ତା' ବସି ଖୋଜେ ହଜିଲା ବୟସ, ଅଭୁଲା ଅତୀତ, ଦେଖେ ତା'ପାଣିରେ ମୁହଁ ହତଶିରୀ ଆଜି ହତାଦର ଯୋଗୁଁ, କେମିତି ଦିଶୁଚି ସେ'ଯେ ! କାହାକୁ କୋଉଠି ପହଞ୍ଚାଇ ଦିଏ, ନିର୍ମମ ସମୟ ସୁଅ। ଦିନଥିଲା ଯେବେ, ତା'ଭରା ଛାତିରେ ଛୁଇଁ ଏକୂଳ…

କବିତା : ଆଶ୍ୱସ୍ତି

ପ୍ରଦୀପ କୁମାର ମହାପାତ୍ର  ଅତିକ୍ରାନ୍ତ ମୁହୂର୍ତ୍ତମାନଙ୍କର ଭିଡ଼ ଭିତରେ ବିଚରଣ କରୁ କରୁ ଜାଣି ମୁଁ ପାରୁଛି ଏବେ କେବେହେଲେ କାହା ଆଢୁଆଳେ, ଲୁଚି ପାରିଲିନି ବୋଲି, ଦୁନିଆଁ ଦୁଆରେ ଜୀବନର ଲୁଚକାଳି ଖେଳରେ ମୁଁ ଏକ ବିଫଳ ଖେଳାଳୀ ପ୍ରଘଟିତ ସଦା, ଘଟ ପରେ ଘଟ ଢାଙ୍କି ମୁଁ…

କବିତା : ଦେବୀ

ସ୍ମୃତି ରଞ୍ଜନ ତ୍ରିପାଠୀ  ଜହ୍ନ ରାଇଜ କଥା ପିଲାବେଳୁ ଶୁଣିଛି । ଶୁଣିଛି ବି ଅୟୁତ ଯନ୍ତ୍ରଣାର କାରାଗାରରୁ ଶିଶୁହନ୍ତା ରାକ୍ଷସର ନୀଳଜହରରୁ ଦେବୀଟିଏ କେମିତି ମୁକୁଳେଇପାରେ ଆଉ ଜଣଙ୍କ ଦେବୀତ୍ୱ । ମୁଁ ତ କେବେଠୁ ସମର୍ପି ଦେଇଛି ଦେହ ମନ ସବୁ ତୋ' ଆଡେ । ତୋ' ଗାଢ଼…

କବିତା : ଓଢଣା

ଗଦାଧର ସାହୁ ଦିନେ ଥିଲା ଆମ ସମୃଦ୍ଧ ସାମାଜିକ ପରମ୍ପରାର ଶାଳୀନତା ପରଦା । କିଏ କହୁ ବା ନକହୁ ଜେଜେ ମା, ଆଈ ମା ଗୁରୁ ଗୁରୁଜନ ହେଉ କି ମାନ୍ୟଜନଙ୍କୁ ଦେଖୁ ନଦେଖୁ ମୁଣ୍ଡରେ ଦେଉଥିଲେ ନାକେ ସରିକି ହାତେ ଓଢଣା , ଏବେ ଯାହା ଅଟକିଛି ମୋ ବୋଉର ମଥାରେ । ମୋ ପାଠ ପଢୁଆ…

ଅନୁବାଦ କବିତା : ପରିସଂଖ୍ୟାନର ବେମାରି

ମୂଳ ହିନ୍ଦୀ : କୁଓଁର ନାରାୟଣ ଥରେ ମୋତେ ପରିସଂଖ୍ୟାନର ବାନ୍ତି ହେବାକୁ ଲାଗିଲା ଗଣୁ ଗଣୁ ଯେତେବେଳେ ସଂଖ୍ୟା କୋଟି କୋଟି ପାର ହେବାକୁ ଲାଗିଲା ମୁଁ ଅଚେତ ହୋଇଗଲି ଚେତା ଫେରିଲା ବେଳକୁ ମୁଁ ହସପିଟାଲରେ ଥିଲି ରକ୍ତ ଚଢା ଯାଉଥିଲା ଅକ୍ଯିଜେନ ଦିଆ ଚାଲିଥିଲା ଏତିକି ବେଳେ…