Latest Odisha News

BREAKING NEWS

କବିତା : ଫୁଲ ଓ ଭଅଁର

ମିଥୁନ୍ ନାଏକ 

ଫୁଲକୁ ଦେଖିକି ଭଅଁର କହଇ
ଶୁଣ ଶୁଣ ପ୍ରିୟତମା,
ତୁମେତ ନଥିଲେ ମୋହର କି କାର୍ଯ୍ୟ
ନାହିଁ ମୋର ବି ଗଣନା ।

ତୁମେ ମୋ ଜୀବନ ତୁମେ ମୋ ସପନ
ତୁମେ ମୋ ଜୀବର ଧନ,
ତୁମ ବିନା କିବା ବଞ୍ଚି ମୁଁ ପାରିବି
କୁହ ଆହେ ପ୍ରାଣଧନ ।

ଶୟନ ସପନେ ଅବା ଜାଗରଣେ
ତୁମ କଥା ଖାଲି ଭାବେ,
କେମିତି କହିବି ଶବ୍ଦହୀନ ମୁହିଁ
ହୃଦୟଟା ଖାଲି ଖୋଜେ ।

ଗୋଲାପି ଓଠର ମଧୁସ୍ମିତ ହସ
ସତେକି ମହୁର ଧାର,
ଅମାନିଆ ମନ ହୁଏ ଛନ ଛନ
କରିଛ ତମେ ପାଗଳ ।

ଲାଜେ ଲାଜେ କରି ଫୁଲତ କହଇ
ସତ କଥା ଅଟେ ଏହି,
ବିଧାତା ଗଢିଛି ସୃଷ୍ଟିର ନିୟମ
ତୁମ ପାଇଁ ଅଟେ ମୁହିଁ ।

କନ୍ଧବେରେଣୀ, ତାଳଚେର
ଅନୁଗୋଳ
ମୋ-୭୦୦୮୭୫୩୮୨୭

Leave A Reply

Your email address will not be published.