ଶିଶୁ କବିତା : ଯାତରା ଦେଖା
ପୂଣ୍ୟପ୍ରଭା ଦେବୀ
ବୁଢ଼ା ଡାକି କହେ ବୁଢୀ ଲୋ
ପିନ୍ଧିନେ ଭଲ ଶାଢୀ ଲୋ
ବୁଲିବାକୁ ଯିବା ଝୁଲଣ ଯାତରା
କିଣିବା ତୋ ପାଇଁ ଚୁଡ଼ି ଲୋ।
ବୁଢ଼ା ବୁଢୀ ହୋଇ ସାଥିରେ
ଗଲେ ସେ ଝୁଲଣ ରାତିରେ
ଦେଖିଲେ ବସିଛି ଦୋକାନ ବଜାର
କିଣା ବିକା ନାନା ଜାତିରେ।
ବୁଢ଼ା ସିନା ନେଲା ବୁଢ଼ୀକି…