Latest Odisha News

BREAKING NEWS

ଶିଶୁ କବିତା : ଗରମ୍ ଗରମ୍ ମୁଢ଼ି

ପୂଣ୍ୟପ୍ରଭା ଦେବୀ

ଗରମ୍ ଗରମ୍ ମୁଢ଼ି
ଭାଜୁଥିଲେ ବସି ଖୁଡ଼ୀ
କେଉଁଠୁ ଆସିଲା
ଦକ୍ଷିଣା ପବନ
ସବୁଯାକ ଗଲା ଉଡ଼ି।

ଗରମ୍ ଗରମ୍ ମୁଢ଼ି
ଯାଉଥିଲା ବେଳେ ଉଡ଼ି
କେଉଁଠୁ କେଜାଣି
ଆସିଗଲେ କାଉ
ଉଠିଲେ ଧାଡ଼ିକୁ ଧାଡ଼ି

ଗରମ୍ ଗରମ୍ ମୁଢ଼ି
ଯେଉଁ ଠାରେ ଗଲା ପଡ଼ି
ତାକୁ ଖାଇବାକୁ
ତା ଉପରେ ଯେତେ
ମେଣ୍ଢା ପଲ ଗଲେ ମାଡ଼ି।

ଗରମ୍ ଗରମ୍ ମୁଢ଼ି
ମାଗୁଥିଲା ଆଈ ବୁଢ଼ୀ
କେମିତି କଅଣ
ବୁଝେଇ କହିବେ
ଭାବୁଥିଲେ ଆମ ଖୁଡ଼ୀ ।

Leave A Reply

Your email address will not be published.