Latest Odisha News

BREAKING NEWS

Browsing Tag

sonnet

ସନେଟ : ବଧୂ

ରବି ପଣ୍ଡା  ଓଢଣୀର ଉହାଡ଼ରେ ଲୁଚିଥିବା ପାନପତ୍ରି ଲାଜଲାଜ ମୁହଁ ସିନ୍ଥି ଆଉ କପାଳରେ ଝଳୁଥିବା ଦାଉଦାଉ ସିନ୍ଦୁରର ବିନ୍ଦୁ ସରମରେ ନଉଁଥିବା ଆଖି, ବେପଥୁରେ ଥରୁଥିବା ଦେହ ଅଧରେ ମଧୁ ସାଇତି ବସିଛି ସେ ନିରୂପମା ନବାଗତା ବଧୂ। ଏରୁଣ୍ଡି ଡେଇଁଲେ ପଡେ ଅଳତାଙ୍କିତା ଦୁଇ ଲକ୍ଷ୍ମୀ ପାଦ…

ସନେଟ : ସମୁଦ୍ର

ରବି ପଣ୍ଡା  ତମେ ନୀ, ମୁଁ' ଯେ ଘନ ନୀଳ, ତମେ ସ୍ଥିର ମୁଁ ଉଚ୍ଛଳ ଉତ୍ତାଳ ତମେ ଦେଖ ଛପି ଛପି ତମ ଛାଇ ପଡିଛି କି ନାହିଁ ମୋ ଛାତିରେ ମୋ ଛାତି ତ ଉର୍ମିରେ ଅସ୍ଥିର, ଅବିରତ ତା 'ଚଳପ୍ରଚଳ ବିଚଳିତ ମନ ଯା'ର, ସେ'କି ବାନ୍ଧି ପାରେ କେବେ କାହାକୁ ପ୍ରେମରେ! କଅଣ କରିବି କୁହ, ଯେତେ…

ସନେଟ : ଦାଦନ ଦାନବ

ମାନସ ରଞ୍ଜନ ନାୟକ ଘର୍ଘର ନାଦରେ ଅଗ୍ରସର ପ୍ରଗତିର ନନ୍ଦୀଘୋଷ ପତିତ ଉଦ୍ଧାର ପ୍ରାୟେ ମୋକ୍ଷପାଏ ଭୋକଶୋଷ ଭକତ ସାନ୍ନିଧ୍ୟରେ ଜଗା ବଡଦାଣ୍ଡେ ଧୂଳିଧୂସର ଭିଟାମାଟି ବଦଳରେ ଦାଦନର ଚାବୁକ୍ ପ୍ରହାର । ବିଜ୍ଞାନର ଆସ୍ଫର୍ଦ୍ଧାରେ ଫଳପ୍ରଦ ଚନ୍ଦ୍ରମା ବିଜୟ ଉଦର ଜ୍ବାଳାରେ ମୁଣ୍ଡ…

ସନେଟ : ଶେଷ ଚିଠି

ରଞ୍ଜିତା ରାଣୀ ହୋତା ଲୁହରେ ବତୁରା ମୋ ଚିଠିକୁ ମାଆ ପଢ଼ିବୁ କି ଥରଟିଏ ପକାଇବୁ ମନେ ଦିନଟିଏ ପାଇଁ ହେଲାଣି ବରଷଟିଏ । ଫେରିବା ପଥକୁ ଚାହିଁଥାଉ ମୋର କେତେ ଆକୁଳତା ନେଇ ମୋ ପାଖରୁ ଆଜି କେତେ ଦୂରେ ତୁହି କେମିତି ପାରିଛୁ ରହି ? କେତେ ଯେ ଅକୁହା କଥା ଅଛି ପୁଣି ବ୍ୟଥାରାଜି…

ସନେଟ : ଶୀତ

ରବି ପଣ୍ଡା ଶୀତ ସହ ମିତ ଏବେ ଗୀତଗାଏ ଜାଡର ପଉଷ ଉତ୍ତରା ପବନ ହୁଏ ଆଉ ଟିକେ ଉଗ୍ର, ଆକ୍ରାମକ ଭୂମି ଭୂମା ଏକାକାର, ଧୂଆଁଳିଆ କୁହୁଡ଼ି ବିଶେଷ ମାୟାଚ୍ଛନ୍ନ ଲାଗେ ସବୁ ପ୍ରକୃତିର ପ୍ରକାଶ କୁହୁକ। ଫୁଲର ଫୁଲେଇ ଶେଯ ଢାଙ୍କିଦିଏ ଚିତ୍ରିତ ଚାଦର ରଙ୍ଗେ ରଙ୍ଗେ ରଙ୍ଗିଣୀର କୋମଳ ଓ…

ସନେଟ : ପ୍ରେମିକା

ରଂଜିତା ରାଣୀ ହୋତା  ମଗ୍ନ ହୃଦୟେ ମହୁ ପ୍ରାୟେ ତୁମେ ମାଦକତା ଭରା କବିତା, ରମ୍ୟ ଭୁବନେ ନନ୍ଦନବନେ ତୁମେ ସୁରଭିତ ଯୂଥିକା ଜୀବନ ଅୟନେ ତୀବ୍ର ଦହନେ ସତେ କି ସଞ୍ଜ ସଳିତା ଭଲ ପାଇବାର ଭାଲଦେଶେ ଚାରୁ କୁଙ୍କୁମ ତୁମେ ପ୍ରେମିକା । ନାରୀ ଜୀବନର ସୁମଧୁର ରୂପ ତୁମ ବିନେ ଲାଗେ ଅଧୁରା…