Latest Odisha News

BREAKING NEWS

Browsing Tag

translated odia poem

ଅନୁବାଦ କବିତା : କିଏ କାନ୍ଦେ ଦୂରେ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ  ଶରୀର ଉପରେ ପହରା ଉଡ଼ି ଯାଉଛି ମନ ସାଥି କେବଳ ନିର୍ଜନତା ହଜିଗଲେ କାହାର ସ୍ୱଜନ କ୍ରନ୍ଦନତ ସର୍ବଦା କରୁଣ। ଉତ୍ସବ ମାନୁ ଆମ ଜନ୍ମଦିନରେ ମରଣ ଦିନ କାହିଁକି କରୁନା ପାଳନ ଅନ୍ତିମ ଯାତ୍ରାର ଅବସରେ ହୁଏତ ଏହା କୁଲକ୍ଷଣ। ଅନ୍ତର…

ଅନୁବାଦ କବିତା : କଲିକତାର ଯୀଶୁ

ମୂଳ ବଙ୍ଗଳା : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ  ଲାଲବତିର ନିଷେଧ ନ ଥିଲା, ତଥାପି ଝଡ ବେଗରେ ଧାବମାନ କଲିକତା ସହର ଅତର୍କିତ ଭାବେ ଅଟକିଗଲା, ଭୟଙ୍କର ଭାବେ ସମ୍ଭାଳି ନେଇ ଠିଆ ହୋଇ ରହିଲା ଟ୍ୟାକ୍ସି ଓ ପ୍ରାଇଭେଟ, ଟେମ୍ପୋ, ବାଘମାର୍କା ଡବଲ-ଡେକର । ‘ଗଲା ଗଲା’ ଆର୍ତ୍ତନାଦରେ…

ଅନୁବାଦ କବିତା : ବନଲତା ସେନ

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ  ହଜାର ବରଷ ଧରି ଚାଲିଛି ଅନେକ ପଥ ଏଇ ପୃଥିବୀରେ ସିଂହଳ ର ଦ୍ବୀପଠାରୁ ନିଶୀଥର ଅନ୍ଧକାରେ , ମଳୟ ସାଗରେ ବୁଲିଛି ଅନେକ ବାଟ , ବିମ୍ବିସାର, ଅଶୋକଙ୍କ , ଧୂସର ଜଗତେ ଥିଲି ମୁହିଁ , ଆହୁରିବି ଦୂର ଅନ୍ଧକାରେ ,ବିଦର୍ଭ ନଗରେ ମୁଁ ଏକ କ୍ଲାନ୍ତ ପ୍ରାଣ ,…

ଅନୁବାଦ କବିତା : ଧର୍ମପଦ

ମୂଳ ପାଲିର ସମ୍ପାଦନା - ପ୍ରହ୍ଲାଦ ପ୍ରଧାନ ଅନୁବାଦ - ଶୈଲେନ ରାଉତରାୟ  ଆକ୍ରୋଶ କରିଲା ମୋତେ ପ୍ରହାର କରିଲା । ପରାଜିତ କଲା, ମୋର ହରି ସେ ଯେ ନେଲା । ଏମନ୍ତ ବିଚାର ଯିଏ ପରିତ୍ୟାଗ କରେ । ବୈର ଭାବ ତା'ର ଶାନ୍ତ ନିଶ୍ଚିତ ଭାବରେ ।୪। ଇହଲୋକେ ବୈର ଦ୍ୱାରା ବୈରର ଶମନ ।…

ଅନୁବାଦ କବିତା : ସେ ପ୍ଲମ୍ୱରର ନାଁ କ’ଣ ?

ମୂଳ ହିନ୍ଦୀ : ରାଜେଶ ଜୋଶୀ  ମୁଁ ଦୁନିଆର କେତେ ଏକଛତ୍ରବାଦୀଙ୍କ ଜୀବନୀ ପଢିସାରିଛି କେତେ ଦୁର୍ଦ୍ଦାନ୍ତ ହତ୍ୟାକାରୀଙ୍କ ବିଷୟରେ ବି ଜାଣିଛି ବହୁତ କିଛି ଦୁର୍ନୀତି ଓ ଯୌନ ପ୍ରକରଣମାନଙ୍କରେ ଚର୍ଚ୍ଚିତ ବହୁତ ଉଚ୍ଚ ଅଧିକାରୀଙ୍କ ବିଷୟରେ ତ କହିପାରିବି ଅନେକ କିଛି ଅନ୍ତରଙ୍ଗ କଥା…

ଅନୁବାଦ କବିତା : ଛାଡ଼ପତ୍ର

ବିଶ୍ୱ ଅନୁବାଦ ଦିବସ ଉପଲକ୍ଷେ..... ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ  ଭୁମିଷ୍ଠ ହେଲା ଯେ ଶିଶୁ ଆଜି ଏ ରାତିରେ ତା ମୁହଁରୁ ପାଇଲି ଖବର ସେ ପାଇଛି ଏକ ଛାଡ଼ପତ୍ର ନୂଆ ବିଶ୍ୱ ଦରବାରେ କରେ ତେଣୁ ଜାହିର ସେ ଅଧିକାର ତା'ର ଜନ୍ମହେଲା ମାତ୍ରେ ଏକ ତୀବ୍ର ଚିତ୍କାରରେ ।…

ଅନୁବାଦ କବିତା : ମୟୂରପଙ୍ଖୀ

ମୂଳ ବଙ୍ଗଳା : ସୁବୋଧ ସରକାର ଅନୁବାଦ : ସରଳ କୁମାର ଦାସ ଝିଅ ହେଇଥିଲେ କି ନାମ ରଖିଥାନ୍ତ କି ନାମ ... କି ନାମ ... କି ନାମ ରଖିଥାନ୍ତି ... ମୟୂରପଙ୍ଖୀ ...; ଅତି କମରେ ଊଣେଇଶ ଜଣ କବି ଲେଖକ ଅଧ୍ୟାପକ କହିଛନ୍ତି ବୁଝିଲ ...ଗୋଟେ ପୁଅ ପୁଅ ନୁହେଁ ତମର ଗୋଟେ ଝିଅ ଦରକାର ପୁଅ…

ଅନୁବାଦ କବିତା : ତୁମେ ଯଦି ଭୁଲିଯାଅ ମୋତେ

ମୂଳ ସ୍ପେନୀୟ: ପାବ୍ଲୋ ନେରୁଦା ଇଂରାଜୀରୁ ଅନୁବାଦ: ସରଳ କୁମାର ଦାସ  ମୁଁ ଚାହେଁ ତୁମେ ଜାଣିରଖ ଗୋଟିଏ କଥା । ତୁମେ ଜାଣିରଖ ଏହା କିପରି ହେଲା ଯଦି ମୁଁ ନିରେଖେ ସ୍ୱଚ୍ଛ ଜହ୍ନକୁ ଉତ୍ତୀର୍ଣ୍ଣ ଶରତର ଲୋହିତ ଶାଖାରେ ମୋ ଝର୍କାରୁ ଯଦି ମୁଁ ଛୁଏଁ ନିଆଁ କଡ଼ର ଉଷୁମ ପାଉଁଶକୁ…

ଅନୁବାଦ କବିତା : ବାମାଙ୍ଗୀ

ମୂଳ ମରାଠୀ : ଅରୁଣ କୋଲଟକର ଅନୁବାଦ : ସରଳ କୁମାର ଦାସ  ମନ୍ଦିରକୁ ଯାଇଥିଲି ମଝିରେ କାହିଁ ସେଠି ବିଠଲ ଦିଶିଲେନି ଋକ୍ମିଣୀଙ୍କ ପାଖରେ ଖାଲି ଗୋଟେ ପଥର ମୁଁ କହିଲି ଚଳିବ ଋକ୍ମିଣୀ ତ ଋକ୍ମିଣୀ କାହାରି ପାଦରେ ତ ମୁଣ୍ଡିଆଟେ ପକାଇଲେ ହେଲା ପାଦରେ ମୁଣ୍ଡ ରଖିଲି ଉଠାଇ…

ଅନୁବାଦ କବିତା : ଯାହା ପଛରେ ପଡ଼ିଲେ କୁକୁର

ମୂଳ ହିନ୍ଦୀ : ଗୀତ ଚତୁର୍ବେଦୀ ଅନୁବାଦ : ସରଳ କୁମାର ଦାସ ତା’ ବାଳ ଅବିନ୍ୟସ୍ତ ଥିଲା, ଦାଢି ଝୁଲୁଥିଲା ଲୁଗା ମଇଳା ଥିଲା, ହାତରେ ଥିଲା ଥଳି ... ତା’ ରୂପର ବର୍ଣ୍ଣନା କେତେ ଥର କାହାଣୀରେ, କବିତାରେ, ଲେଖାରେ, ଅଫବିଟ ଖବରରେ ହେଇସାରିଛି ଯାହା ଆଧାରରେ ସେ ଦୀନ-ହୀନ କିସମର…