Latest Odisha News

ହୃଦଘାତରେ ତାମିଲ ଅଭିନେତା ପୱନଙ୍କ ମୃତ୍ୟୁ

ମୁମ୍ବାଇ : ଆଉ ନାହାନ୍ତି ତାମିଲ ଟିଭି ଦୁନିଆର ଜଣାଶୁଣା ଅଭିନେତା ପୱନ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା । ଏହି ଖବର ପାଇବା ପରେ ଅନେକ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ମୁମ୍ବାଇସ୍ଥିତ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି । ତାଙ୍କ ଘର କର୍ଣ୍ଣାଟକ ମାଣ୍ଡ୍ୟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି ।

ଶୁକ୍ରବାର ଭୋର ପ୍ରାୟ ୫ ଟା ସମୟରେ ପୱନ ହୃଦ୍‌ଘାତରେ ପୀଡିତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଅ ପୱନଙ୍କୁ ହରାଇବା ପରେ ତାଙ୍କ ବାପା ନାଗରାଜୁ ଏବଂ ମାଆ ସରସ୍ୱତୀ ମର୍ମାହତ ହୋଇପଡ଼ିଛନ୍ତି ।

ପୱନ ତାମିଲ ଏବଂ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ଚିତାକର୍ଷକ ଅଭିନୟ ଯୋଗୁଁ ସେ ଘରେ ଘରେ ବେଶ୍ ପରିଚିତ ମଧ୍ୟ ହୋଇପାରିଥିଲେ । ସେ ମୁମ୍ବାଇରେ ତାଙ୍କ ପରିବାର ସହ ରହୁଥିଲେ ।

Leave A Reply

Your email address will not be published.