Latest Odisha News

BREAKING NEWS

କଳା ସୁଟରେ ବିଜୟ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାସଭବନରେ ଭେଟିଲେ

ନୂଆଦିଲ୍ଲୀ: ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ଆଜି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କୁ ଭେଟିଛନ୍ତି। ଡିଏମକେ ଏବଂ ଏଆଇଏଡିଏମକେ ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ଦୁଇ-ଦଳୀୟ ମେଣ୍ଟକୁ ଭାଙ୍ଗି ଦେଇ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିଲେ। ଗତକାଲି ଟିଭିକେ ମୁଖ୍ୟ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଏହି ଭେଟଘାଟକୁ ନେଇ ଗଣମାଧ୍ୟମରେ ଫଟୋ ସେୟାର କରାଯାଇଛି। ସେୟାର କରାଯାଇଥିବା ଫଟୋରେ ବିଜୟ କଳା ସୁଟ୍ ପିନ୍ଧି ହାତ ଯୋଡି ଡିଏମକେ ମୁଖ୍ୟଙ୍କୁ ସ୍ୱାଗତ କରୁଥିବା ଦେଖାଯାଉଛି। ସେହିପରି ଷ୍ଟାଲିନ ମଧ୍ୟ ତାଙ୍କୁ ହାତ ଯୋଡି ଅଭିବାଦନ ଜଣାଇଥିଲେ।

ତେବେ ବିଜୟ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳମାନଙ୍କ ସହାୟତାରେ ଏକ ନୂତନ ସରକାର ଗଠନ କରିବାରେ ସଫଳ ହୋଇଥିଲେ। ସେ ବହୁମତ ଅଙ୍କ ଅତିକ୍ରମ କରିବା ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିବାରେ ସଫଳ ହୋଇଥିଲେ। ୪ ମେ ରେ ଫଳାଫଳ ପରେ କିଛି ଦିନ ପର୍ଯ୍ୟନ୍ତ ପାଇଁ ମନେ ହେଉଥିଲା ଯେଭଳି ତାମିଲନାଡୁରେ ସରକାର ଗଠନ ପ୍ରକ୍ରିୟା ବିଜୟଙ୍କ ଏକ ଲମ୍ବା ଯୁଦ୍ଧ ହେବ। କାରଣ ଅନେକ ମେଣ୍ଟ ମଧ୍ୟରେ ସମର୍ଥନ ନେଇ ବିବାଦ ଲାଗି ରହିଥିଲା।

 

Leave A Reply

Your email address will not be published.