Latest Odisha News

BREAKING NEWS

ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡି, ଭୁବନେଶ୍ବରରେ ପହଞ୍ଚିଲା ୫ ଶ୍ରମିକଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ୫ ଜଣ ଶ୍ରମିକଙ୍କ ମୃତ ଦେହ। ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଭୁବନେଶ୍ୱର କାର୍ଗୋ ବିମାନ ବନ୍ଦରରେ ପହଞ୍ଚିଲା। ସ୍ୱତନ୍ତ୍ର ବିମାନ ଯୋଗେ ୫ ମୃତ ଶ୍ରମିକଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ସି ଫୁଡ୍‌ ଏମୋନିଆ ଗ୍ୟାସ୍‌ ଲିକ୍‌ ଯୋଗୁଁ ୭ ଜଣ ଓଡ଼ିଆଙ୍କର ମୃତ୍ୟୁ ଘଟିଛି।

ଜଣେ ଅଧିକାରୀଙ୍କ ନେତୃତରେ ମୃତ ଶରୀର ଧରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା। ବିମାନବନ୍ଦର ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିପରିଷଦର ଅନ୍ୟ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଅନ୍ୟପଟେ, ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରାଯାଇଛି। ୧୦ ଲକ୍ଷ ଟଙ୍କାକୁ ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ । ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ । ଆଜି ସହାୟତା ରାଶିକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.