Latest Odisha News

BREAKING NEWS

ହାଥରସ କେସ୍‌: ଚାର୍ଜସିଟ ଦାଖଲ କଲା ସିବିଆଇ, ଗଣବଳାତ୍କାର ହୋଇଥିଲା

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଘଟଣାର ତଦନ୍ତ କରୁଥିବା ସିବିଆଇ ୪ ମାସ ପରେ ଶୁକ୍ରବାର ଚାର୍ଜସିଟ ଦାଖଲ କରିଛି । ୪ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ଓ ହତ୍ୟା ସହ ଏସସି/ଏସସଟି ଆକ୍ଟ ଅନୁସାରେ ଦଫା ମଧ୍ୟ ଲଗାଯାଇଛି । ସେପ୍ଟମ୍ବର ୧୪ରେ ଜଣେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କ ସହ ୪ଜଣ ଉଚ୍ଚ ଜାତିର ଯୁବକ ଦୁଷ୍କର୍ମ କରିଥିଲେ । ୨୯ରେ ପୀଡିତା ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲା ।

ଏହା ପରେ ପୋଲିସ ତରବରିଆ ଭାବେ ଶବର ଅନ୍ତିମ ସଂସ୍କାର କରିଥିଲା । ଯାହାକୁ ନେଇ ପୀଡିତାଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଥିଲେ । ସାରା ଦେଶରେ ଏ ନେଇ ଅସନ୍ତୋଷ ବ୍ୟାପିବା ପରେ ରାଜ୍ୟ ସରକାର ତଦନ୍ତ ଭାର ସିବିଆଇକୁ ଦେଇଥିଲେ । ୟୁପି ପୋଲିସ ଦୁଷ୍କର୍ମ ହୋଇ ନ ଥିବା କହି ଏବେ ହରଡଘଣାରେ ପଡିଛି ।

Leave A Reply

Your email address will not be published.