Latest Odisha News

BREAKING NEWS

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ମହିଳା ଖେଳାଳି ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ସାଇନା ନେହ୍ୱାଲ, ସାତ୍ୱିକ-ଚିରାଗ ଓ ଲକ୍ଷ୍ୟ ସେନ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ସିନ୍ଧୁ କାନାଡାର ମିଚେଲ ଲୀଙ୍କ ନିକଟରୁ ୨୧-୮, ୨୧-୧୮ ଓ ୧୮-୨୧ରେ ପରାଜିତ ହୋଇଥିଲେ । ପୁରୁଷ ସିଙ୍ଗଲ୍ସରେ କିରଣ ଜର୍ଜ ଓ ଲକ୍ଷ୍ୟ ସେନ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଲକ୍ଷ୍ୟ ଚାଇନିଜ ତାଇପେର ୱାଙ୍ଗଙ୍କୁ ଓ କିରଣ ଚୀନର ଶି ୟୁଙ୍କୁ ପରାସ୍ତ କରି ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ପ୍ରିୟାଂଶୁ ରାଜୱତ, କିଦାମ୍ବି ଶ୍ରୀକାନ୍ତ, ସାଇ ପରିଣୀତ ଓ ସମୀର ବର୍ମା ସେମାନଙ୍କ ମ୍ୟାଚ ହାରି ଯାଇଛନ୍ତି । ମହିଳା ସିଙ୍ଗଲ୍ସରେ ସାଇନା ନେହ୍ୱାଲ କାନାଡାର ୱେ ୟୁ ଜୁଙ୍ଗଙ୍କୁ ଓ ଅଶ୍ମିତା ଚାଲିହା ଭାରତର ମାଳବିକା ବଂସୋଡଙ୍କ ନିକଟରୁ ପରାଜିତ ହୋଇଛନ୍ତି । ପୁରୁଷ ଡବଲ୍ସରେ ଚିରାଗ ସେଟ୍ଟୀ ଓ ସାତ୍ୱିକ ସାଇରାଜ ସେମାନଙ୍କ ଡେନମାର୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ପରବର୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

Leave A Reply

Your email address will not be published.