Latest Odisha News

BREAKING NEWS

ଶିକ୍ଷୟିତ୍ରୀ ଚାକିରି ଛାଡି ମହିଳା ପାଲଟିଲେ ଜଳପରୀ

ଇଂଲଣ୍ଡ: ଆଜିର ସମୟରେ ଚାକିରି ଖଣ୍ଡେ ପାଇବା କଷ୍ଟକର ହୋଇପଡ଼ୁଛି । ବହୁ ଯୁବକଯୁବତୀ ଚାକିରି ପାଇଁ ଆବେଦନ କରୁଥିଲେ ମଧ୍ୟ ଅଧିକାଂଶ ଚାକିରି ନ ପାଇ ନିରାଶ ହୋଇଥାନ୍ତି । ଆଉ ଯେଉଁମାନଙ୍କର ଚାକିରି ଅଛି, ସେମାନେ ନିଜକୁ ଭାଗ୍ୟବାନ ମନେ କରନ୍ତି । ହେଲେ ଇଂଲଣ୍ଡର ଜଣେ ମହିଳା ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଜଳପରୀ ପାଲଟିଛନ୍ତି । ଆଉ ଏଥିରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ବି କରୁଛନ୍ତି ।

ଇଂଲଣ୍ଡରେ ରୁହନ୍ତି ୩୩ ବର୍ଷୀୟ ମୋସ୍ ଗ୍ରୀନ୍ । ବୃତ୍ତିରେ ସେ ଜଣେ ଶିକ୍ଷୟିତ୍ରୀ । ସେ ପିଲାମାନଙ୍କୁ ଇଂଲିଶି ପଢାଉଥିଲେ । ୨୦୧୬ ମସିହାରେ ତାଙ୍କର ସିସିଲିକୁ ଟ୍ରାନ୍ସଫର ହୋଇଥିଲା । ସେଠାରେ ସେ ଯାଇ ରହିଥିଲେ । ଦିନେ ସମୁଦ୍ରକୂଳରେ ବୁଲୁଥିବା ବେଳେ ବେଳାଭୂମିରେ ଜଣେ ଯୁବକ ନିଜକୁ ଜଳପରୀ ଭାବେ ସଜ୍ଜେଇ ହୋଇଥିବା ଦେଖିବାକୁ ପାଇଲେ । ମୋସ୍‌ଙ୍କୁ ଜଳପରୀ ଖୁବ୍ ପସନ୍ଦ ହେଲା । ଆଉ ନିଜେ ଜଳପରୀ ହେବାକୁ ଇଛା କଲେ । ପରେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଶାନ୍ତ ବେଳାଭୂମିରେ ଜଳପରୀ ହେବାକୁ ନିଷ୍ପତ୍ତି ନେଲେ । ଶେଷରେ ବନିଗଲେ ଜଳପରୀ । ସେ ସମୁଦ୍ରରେ ଜଳପରୀ ହୁଅନ୍ତି ଏବଂ ଏଥିରୁ ଟଙ୍କା ରୋଜଗାର କରନ୍ତି । ମୋସ୍ କହିଛନ୍ତି ଯେ, ସେ ଏପରି କାମ କରୁଛନ୍ତି, ଯାହାକୁ ସେ ବହୁତ ପସନ୍ଦ କରନ୍ତି । ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଏପରି କାର୍ଯ୍ୟ କରୁଥିଲେ ମଧ୍ୟ କେବେ ଦୁଃଖ କରନ୍ତି ନାହିଁ । ସେ ତାଙ୍କ କାମକୁ ଖୁବ୍ ଉପଭୋଗ କରୁଛନ୍ତି ।

ବାସ୍ତବରେ ଜଳପରୀ ହେବା ପାଇଁ ଯୁବକଯୁବତୀମାନେ ଏକ ସ୍ୱତନ୍ତ୍ର ପୋଷାକ ପରିଧାନ କରନ୍ତି । ଦୀର୍ଘ ସମୟ ଧରି ନିଶ୍ୱାସକୁ ପାଣି ତଳେ ରଖିବା ଅଭ୍ୟାସ କରନ୍ତି । ଏଥିସହିତ ପାଣିରେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥାନ୍ତି ।ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ବି ମିଳିଥାଏ ।

Leave A Reply

Your email address will not be published.