ପୁଣେ: ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜ କବଜା ପରେ ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେଉଛି ଦିନିକିଆ ସିରିଜ । ପୁଣେରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଖେଳାଯିବ । କରୋନା ଯୋଗୁ ବିନା ଦର୍ଶକରେ ମ୍ୟାଚ୍ ଖେଳାଯିବ । ଅଭିଜ୍ଞ ଓ ନବାଗତଙ୍କୁ ନେଇ ମୈଦନାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ସିରିଜ ବିଜୟ ପରେ ଦଳର ମନୋବଳ ଦୃଢ଼ ରହିଛି । ବିଜୟରୁ ଅଭିଯାନ ଲକ୍ଷ୍ୟରେ ରହିଛି ବିରାଟ ସେନା ।
ରୋହିତଙ୍କ ସହ ଇନିଂସ ଓପନ କରିବେ ଧଓ୍ୱନ
Image Courtesy: Getty Images
ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ କରିବେ ଶିଖର ଧଓ୍ୱନ । ନିଜକୁ ପ୍ରମାଣିତ କରିବା ପାଇଁ ଏହି ସିରିଜ ତାଙ୍କ ପାଇଁ ବେଶ ଗୁରୁତ୍ୱ ରଖୁଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ଫେଲ୍ ମାରିବା ପରେ ତାଙ୍କୁ ଆଉ ସୁଯୋଗ ମିଳି ନଥିଲା । ରୋହିତ ଓ ବିରାଟ ଏବେ ଫଲ ଫର୍ମରେ ଥିବାରୁ ଦଳ ବଡ଼ ସ୍କୋର କରିବା ଆଶା କରାଯାଉଛି ।
ଶ୍ରେୟସ-ସୂର୍ଯ୍ୟକୁମାରଙ୍କ ମଧ୍ୟରେ କିଏ ?
ଲୋକେଶ ରାହୁଲ ଓ ରିଷଭ ପନ୍ଥ ଦୁହେଁ ପ୍ଲେଇଂ ଇଲେଭେନରେ ରହିପାରନ୍ତି । ଲୋକେଶ ମିଡିଲ ଅର୍ଡରରେ ଖେଳିବେ । ପନ୍ଥ ସମ୍ଭାଳିବେ ଓ୍ୱିକେଟ କିପିଂ ଦାୟିତ୍ୱ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମଧ୍ୟକ୍ରମରେ ଖେଳିବେ । ଏଭଳି ସ୍ଥିତିରେ ଅନ୍ତିମ ଏକାଦଶରେ ଶ୍ରେୟସ ଆୟାର ଓ ସୂର୍ୟ୍ୟରକୁମାର ଯାଦବଙ୍କ ଭିତରୁ କେହି ଜଣେ ଖେଳି ପାରନ୍ତି । ଆୟାର ବହୁ ଦିନରୁ ମଧ୍ୟକ୍ରମରେ ଭଲ ଖେଳୁଥିବା ବେଳେ ସୂର୍ୟ୍ୟକୁମାର ଟି-ଟ୍ୱେଣ୍ଟିରେ ଜବରଦସ୍ତ ବ୍ୟାଟିଂ ବି କରିଛନ୍ତି ।
ଅଲରାଉଣ୍ଡର ଭୂମିକାରେ ପାଣ୍ଡ୍ୟା
ଫାଷ୍ଟ ବୋଲିଂ ବିଭାଗ ଭୁବନେଶ୍ୱର କୁମାର, ସାର୍ଦ୍ଦୁଲ ଠାକୁର ସମ୍ଭାଳିବେ । ମହମ୍ମଦ ସିରାଜ ଓ ନବାଗତ ପ୍ରସିଦ୍ଧି କ୍ରିଷ୍ଣା ବି ଟିମରେ ଅଛନ୍ତି । ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚରେ ୧୪ଟି ଓ୍ୱିକେଟ ନେଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପ୍ରସିଦ୍ଧି କ୍ରିଷ୍ଣା । ସ୍ପିନ ବୋଲିଂ ପାଇଁ ଯୁଜବେନ୍ଦର ଚହଲ ଓ ଓ୍ୱାଶିଂଟନ୍ ସୁନ୍ଦରଙ୍କୁ ପ୍ରାଥମିକତା ମିଳିପାରେ । ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ବୋଲର ଭୂମିକା ନିଭାଇବେ ।
ସେପଟେ ଭ୍ରମଣକାରୀ ଇଂଲଣ୍ଡ ଉଭୟ ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ପରେ କିନ୍ତୁ ସିରିଜ ହାତଛଡ଼ା କରିଥିଲା । ତ୍ରୁଟି ସୁଧାରି ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇବ ଇଂଲିଶ ବାହିନୀ । ଟିମ୍ ଇଣ୍ଡିଆକୁ ଟକ୍କର ଦେବାକୁ ହେଲେ କ୍ୟାପଟେନ୍ ଇୟନ ମୋର୍ଗାନ, ଜୋସ୍ ବଟଲର୍, ଜାସନ୍ ରାୟ ଓ ବେନ୍ ଷ୍ଟୋକ୍ସଙ୍କୁ ଭଲ ଖେଳିବାକୁ ପଡ଼ିବ ।
BREAKING NEWS
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ
- Trump slams Emmanuel Macron: ‘ଖୁବ୍ଶୀଘ୍ର ମୁସଲିମ୍ ସହର ହୋଇଯିବ ପ୍ୟାରିସ୍!’ ଫ୍ରାନ୍ସର ଅଶାନ୍ତିକୁ ନେଇ ମାକ୍ରୋନ୍ଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ୍, ସୀମା ବନ୍ଦ କରିବାକୁ ପରାମର୍ଶ
- Naveen or Mohan?: ନବୀନ ନା ମୋହନ-କିଏ ଓଡ଼ିଶାର ବେଶୀ ପ୍ରିୟ? ଛାତ୍ର ନିର୍ବାଚନ ଫଳାଫଳ ଦେଲା ନୂଆ ରାଜନୈତିକ ସଙ୍କେତ!
- Low-Pressure System: ଅକ୍ଟୋବର ଶେଷରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ସିଷ୍ଟମ୍! ୨୫ ପରେ ଆଉ ଏକ ଲଘୁଚାପ!
- Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…

Comments are closed.