Latest Odisha News

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ନେଲେ କରୋନା ଟିକା

ନୂଆଦିଲ୍ଲୀ: ଗତକାଲିଠାରୁ କୋଭିଡ୍-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ ହୋଇଛି। ଏହାସହିତ ୪୫-୫୯ ବର୍ଷ ବୟସର ବ୍ୟକ୍ତିମାନେ ଏହି ଟିକାକରଣ ପ୍ରକ୍ରିୟାରେ ଯୋଗ ଦେଇଛନ୍ତି।

ମଙ୍ଗଳବାର ଦିନ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କରୋନା ଟିକା ‌ଗ୍ରହଣ କରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ କୋଭିଡ-୧୯ ଟିକା ଗ୍ରହଣ କରିବାର ଏକ ଫଟୋ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ “ମହାମାରୀ ବିରୁଦ୍ଧରେ ଭାରତକୁ ସଶକ୍ତ କରିଥିବାରୁ ଆଶ୍ଚର୍ଯ୍ୟଜନକ ମେଡିକାଲ୍ ପ୍ରଫେସନାଲ ଏବଂ ବୈଜ୍ଞାନିକମାନଙ୍କୁ” ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।

ସେ ଏହି ପ୍ରତିଛବିରେ କ୍ୟାପସନ ଦେଇଛନ୍ତି, “କୋଭିଡ୍‌-୧୯ ଟିକା ର ପ୍ରଥମ ମାତ୍ରା ପାଇଛି ବୋଲି ଲେଖିଛନ୍ତି। ଏହାସହିତ ମହାମାରୀ ବିରୁଦ୍ଧରେ ଭାରତକୁ ସଶକ୍ତ କରିଥିବାରୁ ଆଶ୍ଚର୍ଯ୍ୟଜନକ ଡାକ୍ତରୀ ବୃତ୍ତିଗତ ତଥା ବ ବୈଜ୍ଞାନି ମାନଙ୍କୁ ଧନ୍ୟବାଦ।”

Leave A Reply

Your email address will not be published.