Latest Odisha News

କରୋନା ଲଢ଼େଇଇରେ ମହାରାଷ୍ଟ୍ରର ଯୋଦ୍ଧାଙ୍କୁ ସାଥ୍ ଦେବ କେରଳର ଡାକ୍ତରୀ ଦଳ

କରୋନା ବିରୋଧରେ ଲଢ଼େଇରେ ସହାୟତା ପାଇଁ ମହାରାଷ୍ଟ୍ର ଯାଇଛି କେରଳର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ  । ଏହି ଦଳରେ ଡାକ୍ତର ଏବଂ ନର୍ସଙ୍କୁ ମିଶାଇ ମୋଟ ଶହେ ଜଣ ସଦସ୍ୟ ଅଛନ୍ତି  । ଟିଭିଏମ ମେଡ଼ିକାଲ କଲେଜରେ ଉପଅଧୀକ୍ଷକ ସନ୍ତୋଷ କୁମାରଙ୍କ ନେତୃତ୍ୱରେ ମୁମ୍ୱାଇ ଯାଇଛି ଏହି ଟିମ୍  । ଏହି ଟିମ୍ ମୁମ୍ୱାଇର ସେଭେନ୍ ହିଲ୍ସ ହସପିଟାଲ ପହଞ୍ଚିସାରିଥିବା କହିଛନ୍ତି କେରଳର ଅର୍ଥମନ୍ତ୍ରୀ ଥୋମାସ ଇସାକ  । ମହାରାଷ୍ଟ୍ର ସରକାରଙ୍କ ଅନୁରୋଧ କ୍ରମେ କେରଳ ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଥୋମାସ  ।

କେରଳ ଅର୍ଥମନ୍ତ୍ରୀ ଥୋମାସ ଇସାକ

ଗତ ମେ ୨୫ ତାରିଖରେ ମହାରାଷ୍ଟ୍ରର ଡିଇରେକ୍ଟୋରେଟ୍ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ, ଡିଏମଇଆର ପକ୍ଷରୁ କେରଳ ସରକାରଙ୍କୁ ଏକ ଚିଠି ଲେଖାଯାଇଥିଲା  । ଯେଉଁଥିରେ କୋଭିଡ-୧୯ ମହାମାରୀର ମୁକାବିଲାରେ ସହାୟତା  ଲାଗି ସାମୟିକଭାବେ କିଛି ଡାକ୍ତର ଏବଂ ନର୍ସଙ୍କୁ ପଠାଇବାକୁ ନିବେଦନ କରିଥିଲେ ମହାରାଷ୍ଟ୍ର ସରକାର  ।

ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୬୫ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୮ ହଜାରରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଲେଣି  । ଆହୁରି ପାଖାପାଖି ୩୫ ହଜାର ସକ୍ରିୟ କରୋନା ରୋଗୀ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି  । ଏବେସୁଦ୍ଧା ମହାରାଷ୍ଟ୍ରରେ ୨୨ ଶହରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଲାଣି କରୋନା  ।  ଏଭଳିସ୍ଥଳେ କେରଳର ଶହେ ଜଣିଆ ଡାକ୍ତରୀ ଟିମ୍ ନିଶ୍ଚିତରୂପେ କରୋନା ମୁକାବିଲାରେ ମହାରାଷ୍ଟ୍ର ସରକାରଙ୍କୁ ସହାୟ ହେବ  ।

Leave A Reply

Your email address will not be published.