ଭୁବନେଶ୍ବର: ଦାନ୍ତବିନ୍ଧିଲେ ବହୁଥ କଷ୍ଟ ଅନୁଭବ ହୋଇଥାଏ । ଦାନ୍ତ ସଂକ୍ରମଣ,ଦନ୍ତକ୍ଷୟ, ମାଢ଼ିଫୁଲା ଓ ଦାନ୍ତ ଉଠୁଥିଲେ ଦାନ୍ତ ଯନ୍ତ୍ରଣା ହୋଇଥାଏ । ତେବେ କିଛି ଏପରି ଘରୋଇ ଉପଚାର ରହିଛି ଯାହାଦ୍ବାରା ଆପଣଙ୍କୁ କଷ୍ଟରୁ ମୁକ୍ତି ମିଳିବ ।
– ଦାନ୍ତବିନ୍ଧିଲେ ଲବଙ୍ଗ ତେଲ ବ୍ୟବହାର ସମସ୍ତେ କରିଥାନ୍ତି । ଏହା ଏକ ଲୋକପ୍ରିୟ ଉପଚାର। ଲବଙ୍ଗରେ ‘ୟୁଜିନଲ୍’ ନାମକ ପ୍ରାକୃତିକ ବୀଜାଣୁବିରୋଧୀ ଉପାଦାନ ରହିଛି, ଯାହା ଯନ୍ତ୍ରଣା କମାଇପାରେ। ତେବେ ଲବଙ୍ଗ ତେଲ ଯଦି ଘରେ ନାହିଁ ଆପଣ ଦାନ୍ତମୂଳରେ ଗୋଟିଏ ଲବଙ୍ଗ ରଖିଲେ ସମାନ ଫଳ ମିଳିପାରିବ।
– ସବୁଠୁ ସରଳ ଉପାୟ ଲୁଣପାଣିରେ କୁଳୁକୁଜା କରିବା। ଲୁଣ ହେଉଛି ଏକ ପ୍ରାକୃତିକ ସଂକ୍ରମଣ ବିରୋଧୀ ଯାହା ମାଢ଼ିଫୁଲା ଓ ଦାନ୍ତମୂଳରେ ସଂକ୍ରମଣ ହୋଇଥିଲେ ତାହା କମାଇଦେଇଥାଏ। କୌଣସି ସଂକ୍ରମଣ କି ମାଢ଼ିଫୁଲା ଯୋଗୁଁ ଦାନ୍ତବିନ୍ଧା ହେଉଥିଲେ, ଲୁଣପାଣି ଭଲ କାମ କରେ।
-ଦାନ୍ତ ମୂଳରେ ବରଫ ପ୍ରୟୋଗ କରି ଯନ୍ତ୍ରଣା କମାଇହେବ। ଯନ୍ତ୍ରଣା ସୃଷ୍ଟି କରୁଥିବା ସ୍ନାୟୁକୁ ଶିଥିଳ କରାଇ ଦାନ୍ତ ବିନ୍ଧା ହ୍ରାସ କରେ ।
-ପିଜୁଳିପତ୍ରର ବୀଜାଣୁବିରୋଧୀ ଗୁଣ ରହିଛି। ତେଣୁ କିଛି କଞ୍ଚା ପିଜୁଳିପତ୍ରକୁ ଚୋବାଇଲେ ପାଟିରେ ଥିବା ବୀଜାଣୁ ନଷ୍ଟ ହୁଏ ଓ ଦାନ୍ତବିନ୍ଧା କମିଥାଏ।
-ହଳଦୀରେ ଥିବା ‘କର୍କ୍ୟୁମିନ୍’ ନାମକ ରାସାୟନିକ ପଦାର୍ଥ ରହିଛି, ଯାହା ସଂକ୍ରମଣରୁ ରକ୍ଷା କରିଥାଏ। ଗୋଟା ହଳଦୀକୁ ବାଟି କିମ୍ବା ହଳଦୀଗୁଣ୍ଡରେ ପାଣି ମିଶାଇ ଏକ ମୋଟା ପ୍ରଲେପ ପ୍ରସ୍ତୁତ କରନ୍ତୁ । ତାହାକୁ ଦାନ୍ତରେ ମାରିଲେ ଯନ୍ତ୍ରଣାରୁ ମୁକ୍ତି ମିଳେ ।
-ରସୁଣରେ ଥିବା ‘ଆସିଲିନ୍’ ନାମକ ରସାୟନ ବି ବୀଜାଣୁବିରୋଧୀ ହୋଇଥିବାରୁ ଦୁଇ ପାଖୁଡ଼ା ରସୁଣ ଚୋବାଇଲେ ମଧ୍ୟ ଦାନ୍ତବିନ୍ଧାରୁ ଉପଶମ ମିଳେ ।
Comments are closed.