Latest Odisha News

BREAKING NEWS

ବାଲିରେ ୫୨୦ ବୋତଲ ମଦ ଲୁଚେଇ ରଖିଥିଲେ ମଦ ମାଫିଆ, ଗଙ୍ଗା ନଦୀ କୂଳରୁ ଜବତ କଲା ପୋଲିସ 

ପାଟନା: ପାଟନା ଓ ସୋନପୁରରେ ପୋଲିସ ୨୦ ଲକ୍ଷ ଟଙ୍କାର ମଦ ଜବତ କରିଛି । ଏହି ମଦ ବାଲି ତଳେ ଲୁଚାଇ ରଖାଯାଇଥିଲା । ମଦ ମାଫିଆ ସୋନପୁର ଅଞ୍ଚଳରେ ଗଙ୍ଗାନଦୀ କୂଳରେ ବାଲି ତଳେ ଓ କ୍ଷେତରେ ମଦ ଲୁଚାଇ ରଖିଥିଲେ । କିନ୍ତୁ ପୋଲିସକୁ କୌଣସି ପ୍ରକାରେ ତାର ସୂଚନା ମିଳିଯାଇଥିଲା । ପୋଲିସ ଗଙ୍ଗା କୂଳରେ ପହଞ୍ଚି ବାଲି ଖୋଲିଥିଲା । ବସ୍ତାରେ ବିଦେଶୀ ମଦ ରଖାଯାଇଥିଲା । ପୋଲିସ ୨୫ଟି କାର୍ଟୁନରେ ୫୨୦ ବୋତଲ ମଦ ଜବତ କରିଛି ।

ସୋନପୁର ପୋଲିସକୁ ଡାକି ଦୁଇଟି ପୋଲିସ ଟିମ ଦୁଇ ଘଣ୍ଟା ଯାଏଁ ସର୍ଚ୍ଚ ଅପରେସନ କରି ମଦ ଜବତ କରିଥିଲା । ମଦ ମାଫିଆଙ୍କ ସମ୍ପର୍କରେ ପତା କରି ପୋଲିସ ତାଙ୍କୁ ଗିରଫ କରିବାକୁ ଯାଇଥିଲା କିନ୍ତୁ ସେମାନେ ଫେରାର ହୋଇଯାଇଥିବା ପୋଲିସ କହିଛି ।

ହୋଲି ପାଖେଇ ଆସିଲେ ବିହାରରେ ମଦ ମାଫିଆଙ୍କୁ କାବୁ କରିବାକୁ ଲାଗିପଡେ ପୋଲିସ । ଡଙ୍ଗା ସାହାଯ୍ୟରେ ମଦ ସପ୍ଲାଏ ହୋଇଥାନ୍ତା । ସେଥିପାଇଁ ଗଙ୍ଗା କୂଳରେ ବାଲିରେ ପୋତି ଲୁଚେଇ ରଖିଥିଲେ। ଡଙ୍ଗାରେ ମଦ ସପ୍ଲାଏ ପରେ ବାଇକ କିମ୍ବା କାରରେ ଛୋଟ ସପ୍ଲାଏରଙ୍କ ପାଖକୁ ପଠାଯାଇଥାନ୍ତା । କିନ୍ତୁ ଠିକ ସମୟରେ ପୋଲିସ ମଦ ଜବତ କରିବାରେ ସଫଳ ହେଲା ।

Leave A Reply

Your email address will not be published.