Latest Odisha News

BREAKING NEWS

ପୁରୀ: ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ

ପୁରୀ/ଭୁବନେଶ୍ୱର : ଟିଆରଏସ୍ ସୁପ୍ରିମୋ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦୁଇ ଦିନିିଆ ଓଡିଶା ଗସ୍ତରେ ଆସିଥିବାବେଳେ ସୋମବାର ସେ ଏବଂ ତାଙ୍କ ପତ୍ନୀ ପୁରୀ ଗସ୍ତକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ଶ୍ରୀ ରାଓ ସପରିବାର ସହ ସିଂହଦ୍ୱାର ଠାରେ ପହଞ୍ଚି ଥିଲେ । ଏଥିସହିତ ତାଙ୍କୁ ସେଠାରେ ମନ୍ଦିର ପ୍ରଶାସନ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଆହୁରି ମଧ୍ୟ ପରେ କଡା ସୁରକ୍ଷା ବଳୟ ମଧ୍ୟରେ ସେ ସପରିବା ସହିତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଏବଂ ସେଠାରେ ପ୍ରାୟ ଅଧଘଣ୍ଟା ଯାଏଁ ରହି ପୂଜାର୍ଚ୍ଚନା କରିଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ସଭାପତି କେ ଚନ୍ଦ୍ରଶେଖର ରାଓ ରବିବାର ଦିନ ଓଡିଶା ଗସ୍ତରେ ଆସି ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିଥିଲେ ।

Leave A Reply

Your email address will not be published.