Latest Odisha News

BREAKING NEWS

ଚା’ ପିଇବା ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

ଭୁବନେଶ୍ୱର : ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଚା ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଆଉ କେତେକ ବ୍ୟକ୍ତି ଚା ବଦଳରେ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କହିବାକୁ ଗଲେ ଏମିତି କିଛି ଚା’ ପ୍ରେମୀ ଅଛନ୍ତି, ଯେଉଁମାନଙ୍କର ସକାଳ ଚା’ ପିଇବାରୁ ହିଁ ଆରମ୍ଭ ହୋଇଥାଏ । କିଛିଟା କ୍ଷେତ୍ରରେ ଚା ଦେହ ପାଇଁ ଭଲ ହେଲେ ମଧ୍ୟ ଏହାର ମାତ୍ରାଧିକ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

ଚା ପିଇବା ସମୟରେ କଦାପି ଏହି ୫ଟି ଭୁଲ କରନ୍ତୁ ନାହିଁ । ନଚେତ୍ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ ।

୧. ଖାଲି ପେଟ: ଖାଲି ପେଟରେ ଚା’ ପିଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ଯାହା କାରଣରୁ ଏସିଡିଟୀ ହୋଇଥାଏ । ବେଳେ ବେଳେ ଏସିଡିଟୀ ଏତେ ବଢି ଯାଏକି ଫ୍ରୀ ରେଡିକଲ୍ସ ଏବଂ କ୍ୟାନ୍ସର ଭଳି ଗମ୍ଭୀର ରୋଗର ରୂପ ମଧ୍ୟ ନେଇଥାଏ । ସେଥିପାଇଁ ସକାଳୁ ଉଠି ପ୍ରଥମେ ପାଣି ପିଅନ୍ତୁ ତାହାର ଅଧ ଘଣ୍ଟା ପରେ ଚା’ ସେବନ କଲେ ଏହା ସ୍ୱାସ୍ଥ୍ୟ ଉପରେ କୌଣସି କ୍ଷତିକାରକ ପ୍ରଭାବ ପକାଇବ ନାହିଁ ।

୨. ଖାଦ୍ୟ ଖାଇବା ପରେ ଚା’ ସେବନ- କେହି କେହି ବ୍ୟକ୍ତିମାନେ ଖାଇ ସାରିବାର ଠିକ ପରେ ଚା’ ପିଇଥାନ୍ତି, କିନ୍ତୁ ଏହା ଭୁଲ ଅଟେ । ଏପରି କରିବା ଦ୍ଵାରା ଖାଦ୍ୟରୁ ମିଳୁଥିବା ପୋଷାକ ତତ୍ଵ ଆପଣଙ୍କର ଶରୀରକୁ ମିଳେ ନାହିଁ କାରଣ ଚା ସେଗୁଡିକୁ ମାରି ଦେଇଥାଏ ।

୩. ଗରମ ଚା’- ଅନେକ ବ୍ୟକ୍ତି ଚା’କୁ ଗରମ ଗରମ ପିଇବାକୁ ପସନ୍ଦ କରିଥାନ୍ତି । ଚା’କୁ ବେଶୀ ଗରମ କରି ପିଇବା ଭୁଲ ଅଟେ । ଏହା ଆପଣଙ୍କର ଶରୀରରେ ଏସିଡିଟୀ ମାତ୍ରାକୁ ବଢାଇଥାଏ । ଯାହା ସ୍ୱାସ୍ଥ୍ୟପ୍ରଦ ନୁହେଁ ।

୪. ମାତ୍ରାଧିକ ସେବନ- ବେଶୀ ଚା ପିଇବା ଦ୍ୱାରା ଏହା ମାଂସପେଶିକୁ ସକ୍ରିୟ କରିଥାଏ କିନ୍ତୁ ଶରୀର ପାଇଁ ହାନିକାରକ ଅଟେ । ଏଥିପାଇଁ ଚା’ କମ ପିଇବା ଉଚିତ ।

୫. ତୁଳସୀ ପତ୍ର- ବହୁତ ଲୋକମାନେ ଚା’ରେ ତୁଳସୀ ପତ୍ର ପକାଇ ପିଇବାକୁ ପସନ୍ଦ କରନ୍ତି । ଏହା ଶରୀର ପାଇଁ ଭଲ ଅଟେ କିନ୍ତୁ ତୁଳସୀ ପତ୍ରକୁ ବେଶୀ ମିଶାଇବା ଦ୍ଵାରା ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ ।

Leave A Reply

Your email address will not be published.