Latest Odisha News

BREAKING NEWS

ବିଏସଇ ଅଫିସ ଅଗ୍ନିକାଣ୍ଡ ଘଟଣା: ୪ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ

ସମ୍ବଲପୁର : ସମ୍ବଲପୁର ମାଧ୍ୟମିକ ଶିକ୍ଷା ବୋର୍ଡ଼ ଶାଖା ଅଫିସରେ ନିଆଁ ଲାଗିବା ଘଟଣାରେ ପ୍ରାୟ ୪ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ଆକଳନ କରାଯାଇଛି ।

ଧନୁପାଲି ଥାନାର ତଦନ୍ତ ଅଧିକାରୀ ଏସ୍ ଧାରୁଆଙ୍କ ଉପସ୍ଥିତିରେ ବିଏସଇ ଅଫିସର ଏକ ଟିମ୍ ଦ୍ୱାରା କ୍ଷୟକ୍ଷତିର ମୂଲ୍ୟାଙ୍କନ କରାଯାଇଛି । ପାଖିପାଖି ୫୩ଟି ଜିନିଷ ନିଆଁରେ ପୋଡି ପାଉଁଶ ହୋଇଯାଇଥିଲା ବେଳେ ସେସବୁ ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଆହୁରି ମଧ୍ୟ ଏହି କ୍ଷୟକ୍ଷତି ସମ୍ବନ୍ଧୀୟ ଆକଳନ ପରେ ପୋଲିସ ଏକ ସୂଚୀପତ୍ର ତିଆରି କରି ସମ୍ବଲପୁର ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଡେପୁଟି ଡାଇରେକ୍ଟର ସୂର୍ଯ୍ୟମଣୀ ମାଝିଙ୍କୁ ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମାଝି କହିଛନ୍ତି “ ବିଏସଇର ମୁଖ୍ୟ କାର୍ଯ୍ୟାଳୟକୁ ଏହି କ୍ଷୟକ୍ଷତି ସମ୍ବନ୍ଧୀୟ ଏକ ପ୍ରାରମ୍ଭିକ ରିପୋର୍ଟ ପଠାଇ ଦେଇଛୁ । ଏହି ରିପୋର୍ଟକୁ ବିଶ୍ଲେଷଣ କରିବା ପରେ ମୁଖ୍ୟ କାର୍ଯ୍ୟାଳୟରୁ ଏକ ୩ଜଣିଆ ଦଳ ଏହି ଶାଖା ଅଫିସକୁ ଆସି ପହଞ୍ଚିବେ” ।

ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୧୯ ତାରିଖ ଅପରାହ୍ନ ୨ଟା ବେଳେଅଜଣା ବ୍ୟକ୍ତି ଅଫିସ ମଧ୍ୟକୁ ପ୍ରବେଶ କରି କର୍ମଚାରମାନଙ୍କୁ ଅଫିସ କାହିଁକି ଖୋଳା ଅଛି ବୋଲି ପଚାରିଥିଲେ । ସମସ୍ତ କର୍ମଚାରୀ ମାନଙ୍କୁ ଅଫିସ ମଧ୍ୟରୁ ବାହାରି ଯିବାକୁ କହି ଅଫିସ ରୁମ୍ ମଧ୍ୟରେ ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ଅନେକ ଦରକାରୀ କାଜଗପତ୍ର ଏବଂ ବିଭିନ୍ନ ଆସବାବପତ୍ର ନିଆଁ ଲାଗି ପୋଡିଯାଇଛି । ଦୁର୍ବୃତ୍ତ ମାନେ ଅଫିସ ରୁମରୁ ବାହାରିବା ବେଳେ ଅଫିସ ପରିସରରେ ଥିବା ୨ଟି ବାଇକରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ।

Leave A Reply

Your email address will not be published.