Latest Odisha News

BREAKING NEWS

ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ

ଭୁବନେଶ୍ଵର: ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ । ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ପୂର୍ବରୁ ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ପ୍ରେମାନନ୍ଦ ନାୟକ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଇସ୍ତଫା ଦେଲେ ପ୍ରେମାନନ୍ଦ । ଗତ ଅକ୍ଟୋବରରୁ ସେ ଦଳର ସଭାପତି ଓ ସାଙ୍ଗଠନିକ ସମ୍ପାଦକଙ୍କୁ ଇ-ମେଲ ଦ୍ୱାରା ଇସ୍ତଫା ପତ୍ର ଦେଇଥିଲେ । କିନ୍ତୁ ଏନେଇ ବିଜେଡିରୁ କେହି ମୁହଁ ଖୋଲି ନଥିଲେ।

ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ପ୍ରେମାନନ୍ଦଙ୍କ ଇସ୍ତଫାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ରାଜନୈତିକ ସଭାରେ ଦଳର ସବୁ ବିଧାୟକ ଓ ନେତା ଯୋଗଦେଇଥିବା ବେଳେ ପ୍ରେମାନନ୍ଦ ଅନୁପସ୍ଥିତି ରହିଥିଲେ । କେନ୍ଦୁଝରରରେ ଅନେକ ସମାବେଶରେ କେନ୍ଦୁଝର ଜିଲ୍ଲା ବିଜେଡିର ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା, ବିଧାୟକ ଉପସ୍ଥିତ ରହୁଥିଲେ । ମାତ୍ର ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ସମାବେଶରେ ଦେଖିବାକୁ ମିଳୁନଥିଲା।

୨୦୧୯ରେ ଦ୍ୱିତୀୟ ଥର ବିଜେଡିର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ପ୍ରେମାନନ୍ଦ । ନବୀନଙ୍କ ପଞ୍ଚମ ପାଳିରେ ପ୍ରେମାନନ୍ଦ ନାୟକ ମନ୍ତ୍ରୀ ପଦ ପାଇଥିଲେ । ସେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ ନବୀନ ସରକାରରେ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.