Latest Odisha News

BREAKING NEWS

ନବୀନ ହିଞ୍ଜିଳି ବିଧାନସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ

ଭୁବନେଶ୍ୱର/ଛତ୍ରପୁର : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିଞ୍ଜିଳି ବିଧାନସଭା ଆସନ ଲାଗି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ସକାଳ ୮ଟା ୩୦ ମିନିଟ୍ ସମୟରେ ନବୀନ ନିବାସରୁ ବାହାରି ପାଖାପାଖି ୧୦ଟା ବେଳକୁ ହିଞ୍ଜିଳିରେ ପହଞ୍ଚିଥିଲେ ।

ସେଠାରେ ତାରା ତାରିଣୀ ମନ୍ଦିରରେ ମାଙ୍କ ପୂଜାର୍ଚ୍ଚନା କରିବା ସହ ଆର୍ଶିବାଦ ଭିକ୍ଷା କରିଥିଲେ । ପୂଜା ସାରି ସେଠାରୁ ଛତ୍ରପୁର ଅଭିମୁଖେ ଗସ୍ତ କରିଥିଲେ । ପରବର୍ତ୍ତୀ ସମୟରେ ରିଟନିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ସମ୍ମୁଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଏହି ଅବସରରେ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ । ଏହାବ୍ୟତିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଛତ୍ରପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ହିଞ୍ଜିଳି ନିର୍ବାଚନମଣ୍ଡଳୀ ସହିତ ପ୍ରଥମଥର ଲାଗି ବରଗଡ ଜିଲ୍ଲାର ବିଜେପୁର ଆସନରୁ ନିର୍ବାଚନ ଲଢୁଛନ୍ତି । ଏହି ଦୁଇଟି ନିର୍ବାଚନ ମଣ୍ଡଳୀରେ ଏପ୍ରିଲ୍ ୧୮ ତାରିଖ ତଥା ୨ୟ ପର୍ଯ୍ୟାୟରେ ମତଦାନ ହେବ ।

Leave A Reply

Your email address will not be published.