Latest Odisha News

BREAKING NEWS

ଆଜିଠୁ ବଢିବ ତାତି, ସକାଳ ୯ଟା ସୁଦ୍ଧା ପାରାଦୀପରେ ସର୍ବାଧିକ ୩୧.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଗତ ୫ ରୁ ୬ ଦିନର ଆଶ୍ବସ୍ତି ପରେ ରାଜ୍ୟରେ ପୁଣି ବଢିବ ତାତି । ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରବିବାର ଖୋର୍ଦ୍ଧା, କଟକ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, ବାଲେଶ୍ବରରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ । ଏସମସ୍ତ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆଜି ସକାଳ ୯ଟା ସୁଦ୍ଧା ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀରୁ ଅଧିକ ଥିଲା । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ପାରାଦୀପରେ ୩୧.୨ଡିଗ୍ରୀ ସେଲସିଅସ୍ ରହିଥିବେଳେ, ଚାନ୍ଦବାଲିରେ ୩୧.୨ ଡିଗ୍ରୀ ସେଲସିଅସ୍ ରହିଛି ସେହିପରି, ଭୁବନେଶ୍ୱରରେ ୩୦.୨ ଡିଗ୍ରୀ ସେଲସିଅସ୍, ବାଲେଶ୍ୱରରେ ୩୦.୨ ଡିଗ୍ରୀ ସେଲସିଅସ୍, ପୁରୀରେ ୩୦.୨ ଡିଗ୍ରୀ ସେଲସିଅସ୍, ଝାରସୁଗୁଡାରେ ୨୯.୮ ଡିଗ୍ରୀ ସେଲସିଅସ୍, ରାଉରକେଲାରେ ୨୯.୬ ଡିଗ୍ରୀ ସେଲସିଅସ୍ ରହିଛି, ଗୋପାଳପୁରରେ ୨୮.୬ ଡିଗ୍ରୀ ସେଲସିଅସ୍ ରହିଛି, କେନ୍ଦୁଝର: ୨୮.୪ ଡିଗ୍ରୀ ସେଲସିଅସ୍, ସମ୍ବଲପୁରରେ ୨୮.୪ ଡିଗ୍ରୀ ସେଲସିଅସ୍, ହୀରାକୁଦରେ ୨୭.୬ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି ।

Leave A Reply

Your email address will not be published.